ମହେଶ୍ୱର ମହାନ୍ତି

ଉଇକିପିଡ଼ିଆ‌ରୁ
ମହେଶ୍ୱର ମହାନ୍ତି
ବିଧାୟକ: ୧୧ଶ, ୧୨ଶ, ୧୩, ୧୪୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୧୯
ପୂର୍ବ ଅଧିକାରୀଉମା ବଲ୍ଲଭ ରଥ
ପର ଅଧିକାରୀଜୟନ୍ତ କୁମାର ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1956-02-26)୨୬ ଫେବୃଆରୀ ୧୯୫୬
ପୁରୀ, ଓଡ଼ିଶା
ମୃତ୍ୟୁ୭ ନଭେମ୍ବର ୨୦୨୩(2023-11-07) (ବୟସ ୬୭)
ଭୁବନେଶ୍ୱର
ମୃତ୍ୟୁର କାରଣବ୍ରେନ୍ ଷ୍ଟ୍ରୋକ୍
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀବିଷ୍ଣୁପ୍ରିୟା ମହାନ୍ତି
ସନ୍ତାନ
ବାପା/ବୋଉନାରାୟଣ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ମହେଶ୍ୱର ମହାନ୍ତି (୨୬ ଫେବୃଆରୀ ୧୯୫୬ – ୭ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାର ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ପୁରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩, ୧୪ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମହେଶ୍ୱର ମହାନ୍ତି ୧୯୫୬ ମସିହାର ଫେବୃଆରୀ ୨୬ ତାରିଖରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ମହାନ୍ତି ଓ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତି ।[୨] ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ମହେଶ୍ୱର ମହାନ୍ତି ପ୍ରଥମ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୪] ପୁରୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ୫ ଥର ନିର୍ବାଚିତ ହେବା ସହିତ ୨୦୦୪ ମସିହାରୁ ୨୦୦୮ ଯାଏଁ ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୫] ଏହା ବ୍ୟତୀତ ୨୦୧୧ରୁ ୨୦୧୯ ଯାଏଁ ସେ ପଞ୍ଚାୟତିରାଜ, ସଂସ୍କୃତି ଓ ପର୍ଯ୍ୟଟନ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୬]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ପୁରୀ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ନଭେମ୍ବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଭୁବେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।[୭] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ଆଉ ନାହାଁନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ | Kanak News". Kanak News. 7 November 2023. Archived from the original on 7 November 2023. Retrieved 7 November 2023.
  2. "Shri Maheswar Mohanty". odishaassembly.nic.in. Odisha Assembly. Retrieved 7 November 2023.
  3. Dash, Mrunal Manmay. "Former Odisha Assembly Speaker, Minister Maheswar Mohanty no more". OdishaTV (in ଇଂରାଜୀ). Retrieved 2023-11-07.
  4. http://legislativebodiesinindia.nic.in/States/orissa/speaker.htm
  5. "Former Odisha Speaker Maheswar Mohanty No More". Odisha Bytes (in ଆମେରିକୀୟ ଇଂରାଜୀ). 7 November 2023. Archived from the original on 7 November 2023. Retrieved 7 November 2023.
  6. "Former Odisha Speaker Maheswar Mohanty passes away". Prameya English (in Indian English). 7 November 2023. Archived from the original on 7 November 2023. Retrieved 7 November 2023.
  7. Mohapatra, Debabrata (7 November 2023). "Former Odisha speaker Maheswar Mohanty passes away". The Times of India. ISSN 0971-8257. Archived from the original on 7 November 2023. Retrieved 7 November 2023.

ବାହାର ଆଧାର[ସମ୍ପାଦନା]