ଇଶ୍ରାତ୍ ଜାହାଁ ଚୈତି

ଉଇକିପିଡ଼ିଆ‌ରୁ
ଇଶ୍ରାତ୍ ଜାହାଁ ଚୈତି‌
ইসরাত জাহান চৈতি
୨୦୧୬ରେ ଚୈତି
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮-ଏବେଯାଏଁ

ଇଶ୍ରାତ୍ ଜାହାଁ ଚୈତି ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ବଙ୍ଗଳା କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥାନ୍ତି ।[୧] ୨୦୦୮ ମସିହାରେ ସେ ଲକ୍ସ ଚେନାଲ୍ ଆଇ ସୁପରଷ୍ଟାର ପ୍ରତିଯୋଗିତାରେ ବିଜୟୀ ହେବା ପରେ ପ୍ରଥମେ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ରବୀନ୍ଦ୍ରନାଥ ଠାକୁରଙ୍କ କାହାଣୀରେ ପର୍ଯ୍ୟବସିତ କାର୍ଯ୍ୟକ୍ରମରେ ସେ କାମ କରିବା ପରେ ୨୦୧୧ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହାରେ ସେ ଶାଓନ ରାୟ ଯୁବରାଜଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଇଶ୍ରାତ୍ ଜାହାଁ ଚୈତି ଜଣେ ମଡେଲ ଭାବରେ ପ୍ରଥମେ କାର୍ଯ୍ୟ କରୁଥିଲେ । ସେ ବଙ୍ଗଳାଦେଶର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଲକ୍ସ ଚେନାଲ୍ ଆଇ ସୁପରଷ୍ଟାରେ ୨୦୦୮ ମସିହାରେ ଭାଗନେଇଥିଲେ ଏବଂ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।[୨]

୨୦୦୯ ମସିହାରେ ସେ ବଙ୍ଗଳାଦେଶର ଦୂରଦର୍ଶନ କାର୍ଯ୍ୟକ୍ରମରେ କାମ କରିବା ଆରମ୍ଭ କରିଥିଲେ । ରବିନ୍ଦ୍ରନାଥ ଠାକୁରଙ୍କ ରଚିତ ଏକ ନାଟକ ସାଧାରନ୍ ମେୟେରେ ସେ ଅଭିନୟ କରିଥିଲେ, ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୩]

ଦୂରଦର୍ଶନ ଧାରାବାହିକରେ କାମ କରିବା ପରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ତଥା ଧଲିଉଡ୍‌ରେ କାମ କରିବା ଆରମ୍ଭ କରିଥିଲେ । ୨୦୧୧ ମସିହାରେ ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ମଧୁମତି ମୁକ୍ତିଲାଭ କରିଥିଲା ।[୩] ରବେୟା ଖାତୁନ୍‌ଙ୍କ ମଧୁମତି ଉପନ୍ୟାସ ଉପରେ ନିର୍ମିତ ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ଏବଂ ସମୀକ୍ଷକମାନେ ଏହାକୁ ପସନ୍ଦ କରିଥିଲେ । ଇପ୍ରେସ୍ ଟେଲିଫିଲମ୍‌ସ୍ ନାମକ ଏକ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଧାରାବାହିକ ପ୍ରଯୋଜନା ସଂସ୍ଥାଦ୍ୱାରା ନିର୍ମିତ ଏହି କଥାଚିତ୍ରରେ ଚୈତିଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ରିଆଜ୍ ।

୨୦୧୩ ମସିହାରେ ସେ ଲଭ୍‌ଲି ନାମକ ଅନ୍ୟ ଏକ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀ କରାଯାଇଥିଲା, ମାତ୍ର ସେ ଏହି ପୁରସ୍କାର ପାଇପାରିନଥିଲେ ।

୨୦୧୮ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ମନ ଦେବ ମନ ନେବରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହ ତିନି ଶିବଲୀ ସାଦିକେର ନାୟକ ଭାବରେ ଅଭିନୟ କରିଥିଲେ ଏବଂ ଏହାର ପରବର୍ଷ ଅର୍ଥାତ ୨୦୧୯ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଗୁଣ୍ଡାଗିରି ମୁକ୍ତିଲାଭ କରିଥିଲା ।

ଇଶ୍ରାତ୍ ଜାହାଁ ସାଧାରନ୍ ମେୟେ ବ୍ୟତୀତ ମୁକିମ୍ ବ୍ରଦର୍ସ, ଖେଲୋୱାର୍, ମଧୁବର୍ତ୍ତିନୀ ଆଦି କିଛି ଅନ୍ୟାନ୍ୟ ଦୂରଦର୍ଶକ କାର୍ଯ୍ୟକ୍ରମରେ କାମ କରିଛନ୍ତି ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ମଧୁମତି (୨୦୧୧)
  • ଲଭ୍‌ଲି (୨୦୧୩)
  • ମନ ଦେବ ମନ ନେବ (୨୦୧୮)
  • ଗୁଣ୍ଡାଗିରି (୨୦୧୯)

ଅଭିନୀତ ଧାରାବାହିକ[ସମ୍ପାଦନା]

  • ଶାଦରାଓନ୍ ମେ
  • ମୁକିମ୍ ବ୍ରଦର୍ସ
  • ଖେଲୱାର୍
  • ମଧୁବର୍ତ୍ତିନୀ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଇଶ୍ରାତ୍ ଜାହଁ ଚୈତି ୨୦୧୫ ମସିହାର ଅକ୍ଟୋବର ମାସରେ ବିବାହ କରିଥିଲେ । ସେ ତାଙ୍କ ପ୍ରେମିକ ଶାଓନ ରାଓ ରାଜକୁମାରଙ୍କୁ ବିବାହ କରିଥିଲେ, ଯିଏକି ଜଣେ ଗ୍ରାଫିକ୍ ଡିଜାଇନର୍ ଏବଂ 3ଡି ଆନିମେଟର ।[୫] ୨୦୧୮ ମସିହାରେ ଏହି ଦମ୍ପତ୍ତିର ବିବାହ ବିଚ୍ଛେଦ ଘଟିଥିଲା । ୮ ନଭେମ୍ବର ୨୦୧୮ରେ ଉଭୟଙ୍କ ଛାଡ଼ପତ୍ର କଥା ନିଜେ ଇଶ୍ରାତ୍ ଜାହାଁ ସର୍ବସାଧାରଣରେ ପ୍ରକାଶ କରିଥିଲେ ଏବଂ ଉଭୟ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳହ ଯୋଗୁଁ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।[୬] ୮ ଅକ୍ଟୋବର ୨୦୧୯ ସେ ମହମ୍ମଦ ଆରାଫତ୍‌ଙ୍କୁ ବିବାହ କରିଥିଲେ, ଯିଏକି ଜଣେ ବିମାନ ଚାଳକ ଭାବରେ କାର୍ଯ୍ୟ କରୁଛନ୍ତି ।[୭]

ଆଧାର[ସମ୍ପାଦନା]

  1. "Chaity makes a film comeback". www.thedailystar.net. November 12, 2017. Retrieved 17 January 2018.
  2. "Bollywood Model Mehazabien Chowdhury Biography, News, Photos, Videos". nettv4u (in ଇଂରାଜୀ). Retrieved 9 November 2020.
  3. ୩.୦ ୩.୧ "Ishrat Jahan Chaity wants to work smart". The World News. 4 january 2010. Retrieved 9 November 2020. {{cite news}}: Check date values in: |date= (help)
  4. "Ishrat Jahan Chaity wants to work smart". The Daily Star (in ଇଂରାଜୀ). 2 April 2019. Retrieved 9 November 2020.
  5. Admin, Mr (23 December 2019). "Lux star Chaity ties the knot again". Weekly Bangla Mirror. Retrieved 9 November 2020.[permanent dead link]
  6. "লাক্স তারকার ঘর ভাঙলো". সমকাল (in ଇଂରାଜୀ). 26 December 2018. Archived from the original on 3 April 2019. Retrieved 9 November 2020.
  7. "Lux star Chaity ties the knot again". Daily Sun (in ଇଂରାଜୀ). 23 December 2019. Retrieved 9 November 2020.

ବାହାର ଆଧାର[ସମ୍ପାଦନା]