ଇନେବିଲିଜୁମାବ

ଉଇକିପିଡ଼ିଆ‌ରୁ
ଇନେବିଲିଜୁମାବ
Monoclonal antibody
TypeWhole antibody
SourceHumanized
TargetCD19
Clinical data
Pronunciationin eb" i liz' ue mab
Trade namesUplizna
SynonymsInebilizumab-cdon, MEDI-551
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6504H10080N1732O2044S44
Molar mass୧,୪୬,୬୫୨.୯0 g·mol−1

ଇନେବିଲିଜୁମାବ (ଇଂରାଜୀ ଭାଷାରେ Inebilizumab), ଅପଲିଜନା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆକ୍ୱାପୋରିନ ୪ ବିରୁଦ୍ଧରେ ହେଉଥିବା ଆଣ୍ଟିବଡି ଯୋଗୁ ନିଉରୋମାୟେଲାଇଟିସ ଅପ୍ଟିକା ସ୍ପେକଟ୍ରମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ରନଳୀ ସଂକ୍ରମଣ ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶିରାରେ ତରଳ ପଦାର୍ଥ ଦେବାର ପ୍ରତିକ୍ରିୟା ଏବଂ ସଂକ୍ରମଣ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବି ଲିମ୍ଫୋସାଇଟ୍ ଉପରେ ଥିବା ସିଡି ୧୯ ସ‌ହିତ ସଂଯୁକ୍ତ ହୋଇ ଭାଙ୍ଗିଦିଏ । [୧] [୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇନେବିଲିଜୁମାବ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୩୭,୦୦୦ ଡଲାର ଥିଲା ।[୩] ୨୦୨୧ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Uplizna- inebilizumab injection". DailyMed. 8 July 2019. Archived from the original on 13 June 2020. Retrieved 13 June 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Inebilizumab-cdon Monograph for Professionals". Drugs.com (in ଇଂରାଜୀ). Archived from the original on 6 October 2021. Retrieved 26 November 2021.
  3. "Uplizna Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 26 November 2021.
  4. "Inebilizumab". SPS - Specialist Pharmacy Service. 13 March 2018. Archived from the original on 3 October 2021. Retrieved 26 November 2021.