ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
Two of the sanctuary's c.35 tigers
Bison, an endangered species
Spotted deer in fields close to Achanakmar

ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ଛତିଶଗଡ଼ର ଏକ ବନ୍ୟଜନ୍ତୁ ଅଭୟାରଣ୍ୟ । ଏଠାରେ କେତେକ ଶ୍ରେଣୀର ଅବଲୁପ୍ତ ପ୍ରାୟ ଜୀବଜନ୍ତୁ ରହିଛନ୍ତି । ଏହି ଅଭୟାରଣ୍ୟ ୧୯୭୫ ମସିହାରେ ସ୍ଥାପିତ ହେଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟାଘ୍ର ରିଜର୍ଭ ହିସାବରେ ମଧ୍ୟ ସ୍ୱୀକୃତି ମିଳିଥିଲା । ଏହାର ଆୟତନ ୫୫୭.୫୫ ବର୍ଗ କିଲୋମିଟର ଏବଂ କାହ୍ନା - ଅଚଙ୍କମାର କରିଡର ନାମକ ଆରଣ୍ଯକ ପଥଦ୍ୱାରା ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ରିଜର୍ଭ ସହ ସଂଯୁକ୍ତ ।[୧] ଏହି ପାର୍କ ବିଲାସପୁର ଓ ମୁଙ୍ଗୁଳି ଜଙ୍ଗଲ ଡିଭିଜନର ଏକ ଅଂଶ । ଏହାର ନିକଟସ୍ଥ ରେଳ ଷ୍ଟେସନ ବେଲଗହଣାଠାରେ ରହିଛି । ଏଠାକୁ ପେଣ୍ଡରା ରୋଡ଼ ଦେଇ କିମ୍ବା ବିଳାସପୁର ରେଳ ଷ୍ଟେସନ ବାଟେ ପହଞ୍ଚି ହୁଏ । ଏଠାରେ ରେଷ୍ଟୁରାଣ୍ଟ ଆଦି ସୁବିଧା ମଧ୍ୟ ରହିଛି । ଏହି ସ୍ଥାନ ନର୍ମଦା ନଦୀର ମୂଳ ସୃଷ୍ଟି ସ୍ଥଳ ଅମରକଣ୍ଟକର ସନ୍ନିକଟରେ ରହିଛି ।

ବୃକ୍ଷରାଜି [ସମ୍ପାଦନା]

ଜଙ୍ଗଲରେ ମୁଖ୍ଯତଃ ଶାଳ, ପିଆଶାଳ, ବୀଜା ଓ ବାଉଁଶ ଜାତୀୟ ବୃକ୍ଷ ରହିଛି ।

ଜୀବଜନ୍ତୁ [ସମ୍ପାଦନା]

ଏହି ଅଭୟାରଣ୍ୟରେ ବ୍ୟାଘ୍ର, ଚିତାବାଘ, ଗୌର ଛି8ତଳ, ବେଙ୍ଗଲ ଟାଇଗର, ହେଟାବାଘ, ସ୍ଳୋଥ ଭାଲୁ, ନୀଳଗାଇ, ଜଙ୍ଗଲି ଶ୍ୱାନ, ଚତୁସିଙ୍ଗା, ଆଦି ଜାତିର ବନ୍ୟ ପ୍ରାଣୀ ରହନ୍ତି ।

ଆଧାର [ସମ୍ପାଦନା]

  1. Kanha-Achanakmar, WWF India Archived September 24, 2008, at the Wayback Machine.Wayback Machine.

ବାହାର ଲିଙ୍କ [ସମ୍ପାଦନା]