ଲେଫାମୁଲିନ

ଉଇକିପିଡ଼ିଆ‌ରୁ
ଲେଫାମୁଲିନ
Clinical data
Trade namesXenleta
SynonymsLefamulin acetate, BC-3781
AHFS/Drugs.commonograph
data
Routes of
administration
Intravenous, by mouth
Legal status
Legal status
Identifiers
  • (1S,2R,3S,4S,6R,7R,8R,14R)-3-Hydroxy-2,4,7,14-tetramethyl-9-oxo-4-vinyltricyclo[5.4.3.01,8]tetradec-6-yl {[(1R,2R,4R)-4-amino-2-hydroxycyclohexyl]sulfanyl}acetate
Chemical and physical data
FormulaC28H45NO5S
Molar mass୫୦୭.୭୩ g·mol−1
3D model (JSmol)
  • C[C@@H]1CC[C@@]23CCC(=O)[C@H]2[C@@]1([C@@H](C[C@@]([C@H]([C@@H]3C)O)(C)C=C)OC(=O)CS[C@@H]4CC[C@H](C[C@H]4O)N)C
  • InChI=1S/C28H45NO5S/c1-6-26(4)14-22(34-23(32)15-35-21-8-7-18(29)13-20(21)31)27(5)16(2)9-11-28(17(3)25(26)33)12-10-19(30)24(27)28/h6,16-18,20-22,24-25,31,33H,1,7-15,29H2,2-5H3/t16-,17+,18-,20-,21-,22-,24+,25+,26-,27+,28+/m1/s1
  • Key:KPVIXBKIJXZQJX-FCEONZPQSA-N

ଲେଫାମୁଲିନ (ଇଂରାଜୀ ଭାଷାରେ Lefamulin), ଜେନଲେଟା ଏହାର ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସମ୍ପ୍ରଦାୟ ପ୍ରଭାବିତ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ ଆଣ୍ଟିବାୟୋଟିକ ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୧] ଏହା ଏମଆରଏସଏ (MRSA) ସମେତ ଅନେକ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ ।[୨] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଯକୃତ ପ୍ରଦାହ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ପ୍ଲୁରୋମୁଟିଲିନ ଆଣ୍ଟିବାୟୋଟିକ ଏବଂ ଜୀବାଣୁ ଆରଏନଏ (RNA) ରୁ ପ୍ରୋଟିନ୍ ଉତ୍ପାଦନକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେଫାମୁଲିନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ଦିନର ଚିକିତ୍ସା ମୂଲ୍ୟ ପ୍ରାୟ ୧୪୫୦ ଡଲାର ଥିଲା ।[୪] ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ୨୦୨୧ ସୁଦ୍ଧା ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Xenleta EPAR". European Medicines Agency. 26 May 2020. Archived from the original on 9 January 2021. Retrieved 24 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Xenleta- lefamulin acetate injection, solution citric buffered normal saline- anhydrous citric acid injection, solution Xenleta- lefamulin acetate tablet, coated". DailyMed. 12 February 2020. Archived from the original on 6 August 2020. Retrieved 24 September 2020.
  3. "Lefamulin Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 21 November 2021.
  4. "Xenleta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 21 November 2021.
  5. "Lefamulin". SPS - Specialist Pharmacy Service. 14 January 2016. Archived from the original on 21 November 2021. Retrieved 21 November 2021.