ମୁଇଁ ଦିୱାନା ତୁଇ ଦିୱାନୀ

ଉଇକିପିଡ଼ିଆ‌ରୁ
ମୁଇଁ ଦିୱାନା ତୁଇ ଦିୱାନୀ
ନିର୍ଦ୍ଦେଶକମାନଭଞ୍ଜନ ନାୟକ
ପ୍ରଯୋଜକମାନଭଞ୍ଜନ ନାୟକ
ଚିତ୍ରନାଟ୍ୟମାନଭଞ୍ଜନ ନାୟକ
କାହାଣୀମାନଭଞ୍ଜନ ନାୟକ
କଳାକାରଶ୍ୟାମ କୁମାର
ଋଷି କୁମାର
ସବିତା ପଟେଲ
ପୃଥ୍ୱୀରାଜ ନାୟକ
ସଙ୍ଗୀତନବ ମହତ୍ତମ
ଚିତ୍ରଗ୍ରହଣଗୋପାଳ ପ୍ରଧାନ
ମୁକ୍ତିଲାଭ ତାରିଖ
୪ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାସମ୍ବଲପୁରୀ

ମୁଇଁ ଦିୱାନା ତୁଇ ଦିୱାନୀ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର ।[୧] ଏହି କଥାଚିତ୍ରଟି ଶ୍ୟାମା ମୁଭିଜ୍‌ ବ୍ୟାନରରେ ନିର୍ମିତ ହୋଇଥିଲା, ଯାହାର ପ୍ରଯୋଜନା କରିଥିଲେ ମାନଭଞ୍ଜନ ନାୟକ । ମାନଭଞ୍ଜନ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ବ୍ୟାନରରେ ମନାଭଞ୍ଜନ ନାୟକ ପୂର୍ବରୁ ୨୦୧୩ ମସିହାରେ ପ୍ରଥମ ସମ୍ବଲପୁରୀ କଥାଚିତ୍ର ଅଲାର୍ ମୁକ୍ତିଲାଭ କରିଥିଲା ।[୧] ୪ ଜାନୁଆରୀ ୨୦୧୯ ମସିହାରେ ଏହି କଥାଚିତ୍ରଟି ବରଗଡ଼ର ଉମା ଟକିଜ୍‌ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ୟାମ କୁମାର, ଋଷି କୁମାର ଏବଂ ସବିତା ପଟେଲ ।[୨] ପୃଥ୍ୱୀରାଜ ନାୟକ, ପ୍ରିୟଙ୍କା, ଦୀପିକା, ପ୍ରଦୀପ ଦେବତା, ଅଶ୍ୱିନୀ ପଣ୍ଡା, ସତ୍ୟ ପଣ୍ଡା, ବିନ୍ଦୁ, ଅଶୋଇ ବୋଇଧର, ଦିବେଶ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଶ୍ୟାମ କୁମାର ପୂର୍ବରୁ ଏହି ବ୍ୟାନରରେ ନିର୍ମିତ କଥାଚିତ୍ର ଅଲାର୍‌ରେ ଅଭିନୟ କରିଥିଲେ ଏବଂ ସବିତା ପଟେଲ ପେଶାରେ ଜଣେ ଡାକ୍ତର ଓ ସେହି ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବ ମହତ୍ତମ ।[୨] ଗୀତିକାର ରତନ ପୂଜାରୀ ଏବଂ ଯତିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅସୀମା ପଣ୍ଡା, ସଞ୍ଜୁ ମହାନ୍ତି, ମାଧବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨] ଏହି କଥାଚିତ୍ରରେ ସମୁଦାୟ ୧୦ଟି ଗୀତ ଥିଲା ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋର ଚୁନୁରୀଟା ଉଡ଼ିଗଲାରେ" 
2."ଏ ଗୁରିଆ" 
3."ଦିୱାନା ଦିୱାନା ହେଲିରେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଏ ବର୍ଷର ପ୍ରଥମ ସମ୍ବଲପୁରୀ ସିନେମା 'ମୁଇଁ ଦିଓ୍ୱାନା ତୁଇ ଦିଓ୍ୱାନୀ'". Sambad.in. 2 January 2019. Archived from the original on 5 January 2019. Retrieved 2 January 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Mui Diwana Tui Diwani Audio Release Press Meet". RK Media. 23 December 2018. Retrieved 2 January 2019.

ବାହାର ଆଧାର[ସମ୍ପାଦନା]