ଏରଡାଫିଟିନିବ
Clinical data | |
---|---|
Trade names | Balversa |
Synonyms | JNJ-42756493 |
AHFS/Drugs.com | monograph |
MedlinePlus | a619031 |
data |
|
Routes of administration | By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.235.008 |
Chemical and physical data | |
Formula | C25H30N6O2 |
Molar mass | ୪୪୬.୫୬ g·mol−1 |
3D model (JSmol) | |
| |
|
ଏରଡାଫିଟିନିବ (ଇଂରାଜୀ ଭାଷାରେ Erdafitinib), ବାଲଭର୍ସା ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯାହାର ଉପଯୁକ୍ତ ଏଫଜିଏଫଆର-୨ ବା ୩ (FGFR -2 କିମ୍ବା 3) ମ୍ୟୁଟେସନ ଅଛି | [୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଫସଫେଟ୍ ସ୍ତର, ପାଟି ପ୍ରଦାହ, ଥକ୍କାଣ, ବୃକ୍କ ସମସ୍ୟା, ତରଳ ଝାଡ଼ା, ଯକୃତ ସମସ୍ୟା, ସ୍ୱାଦର ପରିବର୍ତ୍ତନ, ମ୍ୟାଗ୍ନେସିୟମ୍ ଅଭାବ, କେଶ ଝଡ଼ିବା, ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ ଦୃଷ୍ଟି ଶକ୍ତି ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର, ବିଶେଷ ଭାବରେ ଏକ ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (FGFR) ଅବରୋଧକ ।[୨] [୧]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏରଡାଫିଟିନିବ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୧,୫୦୦ ଡଲାର ଥିଲା । [୩]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Erdafitinib Monograph for Professionals". Drugs.com (in ଇଂରାଜୀ). Archived from the original on 3 January 2022. Retrieved 15 December 2021.
- ↑ ୨.୦ ୨.୧ "Erdafitinib". SPS - Specialist Pharmacy Service. 5 October 2018. Archived from the original on 11 January 2022. Retrieved 15 December 2021.
- ↑ "Erdafitinib Prices, Coupons & Savings Tips - GoodRx". GoodRx. Retrieved 15 December 2021.