ଆଟ୍ଲାସରସ୍

ଉଇକିପିଡ଼ିଆ‌ରୁ
(Atlasaurusରୁ ଲେଉଟି ଆସିଛି)

ଆଟ୍ଲାସରସ୍ ଏକ ମଧ୍ୟମ ଆକାରର ସରୋପଡ଼ ପ୍ରଜାତିର ଡାଇନୋସର ଥିଲା । ଏହା ଆଫ୍ରିକାରେ ମଧ୍ୟ ଜୁରାସିକ ଯୁଗରେ ବସବାସ କରୁଥିଲା ।

ଆବିଷ୍କାର[ସମ୍ପାଦନା]

ଆଟ୍ଲାସରସ୍ ୧୯୯୯ରେ ମନ୍‌ବାରନ୍, ରସେଲ୍ ଓ ଟାକ୍ୱେଙ୍କଦ୍ୱାରା ଆବିଷ୍କୃତ ହୋ‍ଇଥିଲା । ଏହାର ନାମକରଣ ମରୋକ୍କୋର ଆଟଲାସ୍ ପର୍ବତଶୃଙ୍ଖଳା (ଯେଉଁଠି ଆଟଲାସ୍ ଆକାଶକୁ ଟେକି ଧରିବାର କିମ୍ବଦନ୍ତୀ ରହିଛି)ର ନାମାନୁସାରେ ହୋ‍ଇଛି ଯେଉଁଠି ଏହି ଜୀବାଶ୍ମ ଆବିଷ୍କୃତ ହୋ‍ଇଥିଲା । ଏହାର ଆକାର ୧୫ ମିଟର (୫୦ ଫୁଟ) ଲମ୍ବା । ଜୀବାଶ୍ମରେ ଏହାର ଖପୁରୀ ସହ ପ୍ରାୟ ସମଗ୍ର କଙ୍କାଳ ରହିଛି । ଖପୁରୀଟି ଅଲଗାରୁ ଆଜିଲାଲ୍‍ର ଟିଓଗୁଇ ଶିଳା ସଂରଚନାରୁ ମିଳିଥିଲା ।

ଏହାର ଜାତିର ନାମ ଆଟ୍ଲାସରସ୍ ଇମେଲାକେଇ । ଇମେଲାକେଇ ନାମଟି ଆରବୀ ଭାଷାର ଇମେଲାକେ ନାମକ ଦୈତ୍ୟର ନାମରୁ ଆନୀତ ।

ବର୍ଗୀକରଣ[ସମ୍ପାଦନା]

ମେରୁହାଡ଼ ଓ ଗୋଡ଼ର ସମାନତା ଅନୁସାରେ ବିଭିନ୍ନ ସରୋପଡ଼ମାନଙ୍କ ମଧ୍ୟରୁ ବ୍ରାକିଓସରସ୍ର ନିକଟତର । ତେବେ ବ୍ରାକିଓସରସ୍ଠାରୁ ଏହାର ଖପୁରୀ ବଡ଼, ବେକ ସାନ (୧୩ଟି ଗ୍ରୀବା ମେରୁହାଡ଼, ବ୍ରାକିଓସରସ୍ ତୁଳନାରେ ଛୋଟ), ଲାଞ୍ଜ ଓ ଗୋଡ଼ ଗୁଡ଼ିକ ଲମ୍ବା । ଚିବୁକ ପ୍ରାୟ ୬୯ ସି.ମି., ବେକ ପ୍ରାୟ ୩.୮୬ ମି., ହ୍ୟୁମେରସ୍ ୧.୯୬ ମି. ଓ ଜଙ୍ଘହାଡ଼ ପ୍ରାୟ ୨ ମି. ଲମ୍ବା ଥିଲା । ଏହାର ଆନୁମାନିକ ଓଜନ ୨୨.୫ ଟନ୍ ଥିଲା । ଏହାର ଦାନ୍ତ ଗୁଡ଼ିକ ଚାମଚ ଆକୃତିର ଥିଲା ।

ଆଧାର[ସମ୍ପାଦନା]

ବହି ଆଧାର[ସମ୍ପାଦନା]

  • Monbaron, D.; Russell,D.; Taquet, P. (1999). "Atlasaurus imelakei n.g., n.sp., a brachiosaurid-like sauropod from the Middle Jurassic of Morocco". Comptes Rendus de l'Academie des Sciences. Science de la terre and des planetes (329): pp. 519 - 526.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]