୩୦ ଫେବୃଆରୀ

ଉଇକିପିଡ଼ିଆ‌ରୁ

୩୦ ଫେବୃଆରୀ ତାରିଖଟି କିଛି ପଞ୍ଜିକା (କ୍ୟାଲେଣ୍ଡର)ରେ ସ୍ଥାନ ପାଇଛି କିନ୍ତୁ ଗ୍ରେଗୋରି ପାଞ୍ଜିରେ ଏଭଳି କୌଣସି ଦିବସ ନାହିଁ । ଗ୍ରେଗୋରି ପାଞ୍ଜିରେ ଫେବୃଆରୀ ମାସଟି କେବଳ ୨୮ ଦିନିଆ ହୋଇଥାଏ, କିମ୍ବା ଅଧି ବର୍ଷ ସମୟରେ ୨୯ ଦିନିଆ ହୋଇଥାଏ । ୩୦ ଫେବୃଆରୀ ଦିବସଟି ଏକ ବ୍ୟଙ୍ଗ-ତାରିଖ (sarcastic date), ଯାହା କେବେ ହୋଇନାହିଁ କିମ୍ବା କେବେ ହୋଇପାରିବ ନାହିଁ, ସୂଚିତ କରିବାପାଇଁ ବ୍ୟବହାର କରାଯାଏ ।[୧]

ସ୍ୱେଡିଶ ପଞ୍ଜିକା[ସମ୍ପାଦନା]

Swedish calendar for February 1712

୧୭୧୨ ମସିହାରେ ଫେବୃଆରୀ ୩୦ ତାରିଖ ସ୍ୱିଡେନର ଏକ ସତ ସତିକା ତାରିଖ ।[୨]

ବିଭିନ୍ନ ଦେଶରେ କିଛି ନିକଟତର ତାରିଖର ବ୍ଲକକୁ ବାଦ୍ ଦେଇ ଜୁଲିଆନ୍ କ୍ୟାଲେଣ୍ଡରରୁ ଗ୍ରେଗୋରୀ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ସ୍ୱେଡିଶ ସାମ୍ରାଜ୍ୟ ଏପରି ନକରି ୧୭୦୦ରୁ ୧୭୪୦ ଯାଏ ସମସ୍ତ ଅଧି ବର୍ଷକୁ ବାଦ୍ ଦେଇ ଧୀରେ ଧୀରେ ଏହି କାର୍ଯ୍ୟ କରିବାପାଇଁ ଯୋଜନା କରିଥିଲେ । ୧୭୦୦ ମସିହାର ଫେବୃଆରୀ ମାସରେ ଅଧିବର୍ଷକୁ ବାଦ ଦିଆ ଯାଇଥିଲେହେଁ, ସେହି ବର୍ଷଠାରୁ Great Northern War ଆରମ୍ଭ ହୋଇଯାଇଥିଲା, ଯାହାଦ୍ୱାରା ସ୍ୱେଡିଶମାନଙ୍କର କ୍ୟାଲେଣ୍ଡର ବଦଳ ଉପରୁ ଧ୍ୟାନ ଉଠିଯାଇଥିଲା । ଏହାଯୋଗୁଁ ପରବର୍ତ୍ତୀ ଏମିତି ଦୁଇଟି ଅବସରରେ ଆଉ ଅଧିବର୍ଷ ବାଦ ଦିଆଯାଇପାରିଲା ନାହିଁ ଏବଂ ୧୭୦୪ ଓ ୧୭୦୮ ମସିହାରେ ଅଧିବର୍ଷ ରହିଲା ।[୩]

ଏହିଭଳି ଦ୍ୱନ୍ଦରୁ ବାହାରିବ ପାଇଁ ଏବଂ ଆଗକୁ କୌଣସି ଭୁଲ ନ କରିବା ପାଇଁ, ଜୁଲିଆନ କ୍ୟାଲେଣ୍ଡରକୁ ୧୭୧୨ରେ ପୁନଃସ୍ଥାପିତ କରିଦିଆଗଲା ଓ ଗୋଟିଏ ଅଧିକ ଅଧିବର୍ଷ ଯୋଡି ଦିଆଗଲା । ଏଣୁ ଏହି ବର୍ଷଟି କ୍ୟାଲେଣ୍ଡରରେ ଏକମାତ୍ର ବାସ୍ତବ ୩୦ ଫେବୃଆରୀ ତାରିଖ ଭାବେ ଜଣା । ସେହିଦିନଟି ପ୍ରକୃତରେ ଜୁଲିଆନ କ୍ୟାଲେଣ୍ଡରର ଫେବୃଆରୀ ୨୯ ତାରିଖ ଏବଂ ଗ୍ରେଗୋରୀ କ୍ୟାଲେଣ୍ଡରର ମାର୍ଚ୍ଚ ୧୧ ତାରିଖ ସହ ସମାନ ।[୩][୪]

ସ୍ୱେଡିଶମାନଙ୍କର ଗ୍ରେଗୋରୀ ପାଞ୍ଜିକୁ ପରିବର୍ତ୍ତନ ୧୭୫୩ ମସିହାରେ ଶେଷ ହୋଇଥିଲା, ଏଥିରେ ସେମାନେ ଫେବୃଆରୀ ମାସର ୧୨ଟି ଦିବସକୁ ବାଦ ଦେଇଥିଲେ ।[୩]

ସୋଭିଏତ୍ ପଞ୍ଜିକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Thirty Days Hath February 2000?". About.com. Archived from the original on 24 December 2018. Retrieved 7 November 2013.
  2. "February 30 Was a Real Date". timeanddate.com. Retrieved April 25, 2016.
  3. ୩.୦ ୩.୧ ୩.୨ Bauer, R.W. (1868). Calender for Aarene fra 601 til 2200. Copenhagen, Denmark: Dansk Historisk Fællesråd (1993 reprint). p. 100. ISBN 87-7423-083-2.
  4. Vallerius, Johannes (1711). Allmanach på åhret effter Christi födelse 1712. Lund, Sweden.