ହାର୍ଡୱେର

ଉଇକିପିଡ଼ିଆ‌ରୁ

ହାର୍ଡୱେର ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ, ଯେମିତିକି କମ୍ପ୍ୟୁଟର ମନିଟର, କି-ବୋର୍ଡ଼, ମାଉସ, ପ୍ରିଣ୍ଟର ଆଦି । ଗୋଟିଏ ସାଧାରଣ କମ୍ପ୍ୟୁଟର ହାର୍ଡ୍ୱେର୍ ସାଧାରଣତଃ ଚାରି ପ୍ରକାର ପଦାର୍ଥରେ ଗଢ଼ା, ଯେମିତିକି :

  1. ଅର୍କଗଣିତ ତର୍କ ସଂସ୍ଥା ( Arithimetic Logic Unit)
  2. ନିୟନ୍ତ୍ରଣ ସଂସ୍ଥା (Control Unit)
  3. ସ୍ମ୍ରୁତି (Memory)
  4. ନିବେଶ ଓ ନିଗମ ଉପକରଣ (Input and Ouput devices)

ଏ ସବୁ ଉପର ହାର୍ଡ୍ୱେର୍ "ତାର"(busses)ଦ୍ୱାରା ନିଜ ନିଜ ଭିତରେ ସଂଯୁକ୍ତ ହୋଇଥାନ୍ତି । ଏଇ ସବୁ ଉପକରଣରେ ଲକ୍ଷ ଲକ୍ଷ ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜିଷ୍ଟର ଅଛି ଯାହାକୁ କି ଅନ ବା ଅଫ ଅବସ୍ଥାରେ ରଖି ହୁଏ । ପ୍ରତ୍ୟେକ ଟ୍ରାଞ୍ଜିଷ୍ଟର ଗୋଟିଏ ଦ୍ୱିଆଧାରି (Binary) ସଂଖ୍ୟାକୁ ଦର୍ଶାଏ ଜେମିତିକି '୧' ବା '୦'।

ଆଧାର[ସମ୍ପାଦନା]