ହାଟଡିହୀ

ଉଇକିପିଡ଼ିଆ‌ରୁ

ହାଟଡିହୀ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଏକ ଗାଁ , ବ୍ଲକ ଏବଂ ତହସିଲ |ହାଟଡିହି ବ୍ଲକ ଅଧୀନରେ ୩୧ ଗୋଟି ପଞ୍ଚାୟତ ରହିଛି | ଏହା ଜିଲ୍ଲାର ସର୍ବ ବୃହତ୍ତ ବ୍ଲକ ଭାବେ ପରିଗଣିତ ହେଉଛି | ଏହି ବ୍ଲକରେ ମୋଟ ୧୮୦ଟି ଗାଁ ଅଛି । ଅବସ୍ଥିତି ୨୦୧୧ ଜନଗଣନା ସୂଚନା ଅନୁଯାୟୀ ହାଟାଡିହି ଗାଁର ଗ୍ରାମ କୋଡ୍ ହେଉଛି ୩୮୭୧୯୦ . | ହାଟଡିହି ଗାଁରେ ବ୍ଲକ ,ତହସିଲ ଓ ଉପଡାକଘର ଏହା କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅଂଚଳରେ ଅବସ୍ଥିତ | ଏହା ନନ୍ଦିପଦାଠାରୁ ୩ କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝରଠାରୁ ୯୫ କିଲୋମିଟର ଦୂରରେ ଅବସ୍ଥିତ | ୨୦୦୯ ପରିସଂଖ୍ୟାନ ଅନୁଯାୟୀ, ହାଟଡିହି ଗ୍ରାମ ମଧ୍ୟ ଏକ ଗ୍ରାମ ପଞ୍ଚାୟତ ଅଟେ | ଗାଁର ସମୁଦାୟ ଭୌଗଳିକ କ୍ଷେତ୍ର ହେଉଛି ୧୧୮ ହେକ୍ଟର | ହାଟାଡିହି ଗାଁରେ ସମୁଦାୟ ୧୫୩୨ ଲୋକ ବାସ ବାସ କରନ୍ତି । ହାଟଡିହି ଗାଁରେ ପ୍ରାୟ ୩୭୬ ଘର ଅଛି | ଭଦ୍ରକ ହାଟଡିହିର ନିକଟତମ ସହର ଯାହାକି ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ |

ଇତିହାସ ଆଗରୁ ଏକ ଡିହ ବା ଉଚ୍ଚ ସ୍ଥାନରେ ହାଟ ବସୁଥିବାରୁ ଏହାର ନାମ କରଣ ହାଟଡିହି ବୋଲି କେହି କେହି କହୁଥିବା ବେଳେ ଗାଁ ଭିତରେ ସ୍ୱୟଂ ପ୍ରଭୁ ହଟକେଶ୍ୱରଙ୍କ ଆବିର୍ଭାବ ହେତୁ ଏହାର ନାମକରଣ ହାଟଡିହି ହୋଇଛି ବୋଲି ମତ ଦିଅନ୍ତି |

ଦର୍ଶନୀୟ ସ୍ଥାନ ଗଡ଼ଚଣ୍ଡୀ ମନ୍ଦିର: ଦେବୀ ପୀଠ ଓ ବଣଭୋଜି ସ୍ଥାନ। ହାଟଡିହିଠାରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ । ହଦଗଡ଼: ମନୋରମ ପ୍ରାକୃତିକ ପରିବେଶ ଭିତରେ ସାଳନ୍ଦୀ ନଦୀର ଜଳଭଣ୍ଡାର। ଶୀତ ଋତୁରେ ବଣଭୋଜି ପାଇଁ ଅନେକ ପର୍ଯ୍ୟଟକ ସମାଗମ ହୁଅନ୍ତି। ହାଟଡିହିଠାରୁ ଦୂରତା ପ୍ରାୟ ୧୮ କିମି । ରାମଚଣ୍ଡୀ /ପୋଡାସିଙ୍ଗିଡି : ପ୍ରାଚୀନ ବୌଦ୍ଧ କିର୍ତ୍ତୀ ସହ ସୁଉଚ୍ଚ ପର୍ବତମାଳା |ହାଟଡିହିଠାରୁ ଦୂରତା ପ୍ରାୟ ୫ କିମି | ଚକ୍ରତୀର୍ଥ: ଝରଣା ସହ ଓ ପ୍ରାକୃତିକ ପରିବେଶର ସବୁଜ ବଳୟ ।ହାଟଡିହିଠାରୁ ଦୂରତା ପ୍ରାୟ ୧୮ କିମି | ହାଟଡିହି ସେଲ୍ଫି ପଏଣ୍ଟ  : ଉଇ ଲଭ ହାଟଡିହି , ହାଟଡିହିଠାରୁ ଦୂରତା ପ୍ରାୟ ୨ କିମି

ଶିକ୍ଷାନୁଷ୍ଠାନ ହାଟଡିହି ବ୍ଲକରେ ୫ଟି ମହାବିଦ୍ୟାଳୟ ସହ ଗୋଟିଏ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ରହିଛି | ୧ .ଆଞ୍ଚଳିକ ମହାବିଦ୍ୟାଳୟ, ହାଟଡିହି ୨ .ସରକାରୀ ଧନ୍ଦାମୂଳକ କନିଷ୍ଠ ମହାବିଦ୍ୟାଳୟ ,ହାଟଡିହି ୩ .ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ,ଛେନାପଦୀ ୪.ବଉଳା କନିଷ୍ଠ ମହାବିଦ୍ୟାଳୟ ,ସୋସୋ ୫ .ଷଡ଼ଙ୍ଗ ମହାବିଦ୍ୟାଳୟ