ହାଇପୋସ୍ପାଡିଅସ

ଉଇକିପିଡ଼ିଆ‌ରୁ
Hypospadias
pronounce = /hpˈspdiəs/[୧][୨]
Different types of hypospadias
ବିଭାଗUrology, medical genetics
ଲକ୍ଷଣUrethra opens near the head of the penis, along the shaft of the penis, or near the scrotum[୩]
ଆକ୍ରାନ୍ତ ସମୟPresent at birth[୩]
କାରଣGenerally unknown[୩]
ବିପଦ କାରକFamily history, mother > 35, fertility treatments, certain hormones[୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୩]
ସଠିକ ରୋଗ ନିର୍ଣ୍ଣୟDisorders of sex development[୪]
ଚିକିତ୍ସାSurgery[୩]
ପୁନଃପୌନିକ1 in 200 males[୩]

ହାଇପୋସ୍ପାଡିଅସ ହେଉଛି ଏକ ଆଜନ୍ମ ତୃଟି ଯେଉଁଥିରେ ଲିଙ୍ଗର ପ୍ରାନ୍ତରେ ମୂତ୍ରବାହୀ ନଳୀର ମୁହଁ ଖୋଲି ନଥାଏ ।[୫] ଏହା ପରିବର୍ତ୍ତେ ଏହା ଲିଙ୍ଗର ମୁଣ୍ଡ ନିକଟରେ ବା ଲିଙ୍ଗ ମଧ୍ୟରେ ବା ଅଣ୍ଡକୋଷ ନିକଟରେ ମୂତ୍ର ମୁହଁ ଖୋଲିଥାଏ । [୩] ଲିଙ୍ଗର ଆଗ ଅପେକ୍ଷା ପଛରେ ଅଧିକ ପରିମାଣର ଲିଙ୍ଗତ୍ୱକ ଥାଇପାରେ | [୬] ଅନ୍ୟାନ୍ୟ ସମସ୍ୟାରେ ଏକ ବକ୍ର ଲିଙ୍ଗ କିମ୍ବା ଅଣଅବରୋହୀ ଟେଷ୍ଟିସ ଥାଇପାରେ | [୩] ରୋଗ ଜଟିଳ ହେଲେ ପ୍ରଜନନ କ୍ଷମତା ହ୍ରାସ କରିପାରେ | [୪]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [୫] କେତେକ ସଙ୍କଟ କାରକଗୁଡିକ ଯୋଗୁ ଯେପରିକି ପାରିବାରିକ ଇତିହାସ, ଗର୍ଭବତୀ ହେବା ସମୟ ୩୫ ବର୍ଷରୁ ଅଧିକ ହୋଇଥିବା ମାଆ, ପ୍ରଜନନ ଚିକିତ୍ସା ଏବଂ କେତେକ ହରମୋନ ଯୋଗୁ ଏହା ହୋଇପାରେ | [୩] [୬] ଏହା ଅନେକ ସିଣ୍ଡ୍ରୋମ ସମୂହର ଏକ ଅଂଶ ଭାବରେ ମଧ୍ୟ ଥାଇ ପାରେ | [୪] ସାଧାରଣତଃ ଜନ୍ମ ସମୟରେ ଶାରୀରିକ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ | [୩] ଏହାକୁ ତିନୋଟି ପ୍ରକାରର ଥାଏ, ଯଥା: ଡିଷ୍ଟାଲ୍ (ସବ୍‌କରୋନାଲ), ମଧ୍ୟମ (ମିଡ ଶାଫ୍ଟ) ଏବଂ ପୋଷ୍ଟିରିଅର (ପେନୋସ୍କୋଟାଲ୍) | [୩] [୪]

ହାଇପୋସ୍ପାଡିସର ଅନେକ ମାମଲା ଅସ୍ତ୍ରୋପଚାରଦ୍ୱାରା ଚିକିତ୍ସା କରାଯାଏ | [୫] ପିଲାଟି ୩ରୁ ୧୮ ମାସ ବୟସରେ ସାଧାରଣତଃ ଏହା କରାଯାଇଥାଏ | [୩] ପ୍ରଭାବିତ ଲୋକଙ୍କୁ ସୁନତ୍ କରାଯିବା ଉଚିତ୍ ନୁହେଁ । [୩] ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଜନ୍ମ ସମୟରେ ଏହା ପ୍ରାୟ ୨୦୦ ପୁରୁଷଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ, ଯଦିଓ ଏହା ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ କମ୍ ହୋଇପାରେ | [୩] [୬] ପୁରୁଷ ପ୍ରଜନନ ପ୍ରଣାଳୀରେ ଏହା ହେଉଛି ଦ୍ୱିତୀୟ ସାଧାରଣ ଜନ୍ମ ଅସ୍ୱାଭାବିକତା | [୪]

ଆଧାର[ସମ୍ପାଦନା]

  1. Entry "hypospadias" Archived 2020-12-12 at the Wayback Machine. in Merriam-Webster Online Dictionary Archived 2017-09-22 at the Wayback Machine..
  2. OED 2nd edition, 1989 as /hɪpəʊˈspeɪdɪəs/~/haɪpəʊˈspeɪdɪəs/
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Facts about Hypospadias | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 4 December 2019. Archived from the original on 10 December 2017. Retrieved 21 January 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Donaire, AE; Mendez, MD (January 2020). "Hypospadias". PMID 29489236. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ "Facts about Hypospadias | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 4 December 2019. Archived from the original on 10 December 2017. Retrieved 21 January 2021.
  6. ୬.୦ ୬.୧ ୬.୨ Donaire, AE; Mendez, MD (January 2020). "Hypospadias". PMID 29489236. {{cite journal}}: Cite journal requires |journal= (help)