ସେଓଙ୍ଗ୍‌ ପୋଓ

ଉଇକିପିଡ଼ିଆ‌ରୁ
ସେଓଙ୍ଗ୍‌ ପୋଓ
ମାଲିକଚାଇନିଜ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ
ପ୍ରତିଷ୍ଠାତାଲି’ ୟୁନ୍‌ ଚିନ୍‌
ପ୍ରତିଷ୍ଠିତ୧୯୬୯
ଭାଷାମାଣ୍ଡାରିନ
ମୁଖ୍ୟାଳୟକଲିକତା
Circulation୨୦୦

ସେଓଙ୍ଗ୍‌ ପୋଓ, ଭାରତରୁ ପ୍ରକାଶିତ ହେଉଥିବା ଏକମାତ୍ର ମାଣ୍ଡାରିନ ଭାଷାର ଖବରକାଗଜ ଥିଲା । ଏହାର ପ୍ରକାଶନ ୧୯୬୯ ମସିହାରୁ ଆରମ୍ଭ ହୋଇଥିଲା । ଲି’ ୟୁନ୍‌ ଚିନ୍‌ ଏହି ଖବରକାଗଜ ପ୍ରକାଶନ ଆରମ୍ଭ କରିଥିଲେ । ସେଓଙ୍ଗ୍‌ ପୋଓର ଇଂରାଜୀ ଅର୍ଥ "ଦି ଓଭର୍‌ ସି’ଜ୍‌ ଚାଇନିଜ୍ କମର୍ସ ଅଫ୍‌ ଇଣ୍ଡିଆ" । କୁଓ-ସାଇ ଚାଙ୍ଗ୍‌ ଏହି ଖବରକାଗଜର ଶେଷ ସମ୍ପାଦକ ଥିଲେ । ୨୦୨୦ ମସିହା ପର୍ଯ୍ୟନ୍ତ ୪ ପୃଷ୍ଠାବିଶିଷ୍ଟ ଏହି ଖବରକାଗଜର ନିୟମିତ ୨୦୦ ଖଣ୍ଡ ପ୍ରକାଶ ପାଉଥିଲା । କରୋନା ମହାମାରୀ ଯୋଗୁ ଏହି ଖବରକାଗଜର ପ୍ରକାଶନ ବନ୍ଦ ହୋଇଯାଇଥିଲା । ୨୦୨୦ ମସିହା ଜୁଲାଇ ମସିହାରେ କୁଓ-ସାଇ ଚାଙ୍ଗ୍‌ଙ୍କର ମୃତ୍ୟୁ ଘଟିଥିଲା । ‘ଚାଇନିଜ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ’ର ସଭାପତି ଚେନ୍‌ ୟାଓ ହୁଆଙ୍କ କହିବା ଅନୁସାରେ, ‘ମାଣ୍ଡାରିନ୍‌’ ଭାଷା ଶିକ୍ଷାର ଅଭାବ ହିଁ ଏହି ସମ୍ବାଦପତ୍ର ବନ୍ଦ ହେବା ପାଇଁ ଦାୟୀ ଥିଲା ।[୧][୨]

ଆଧାର[ସମ୍ପାଦନା]

  1. "୫୦ ବର୍ଷ ପରେ ବନ୍ଦ ହେଲା କୋଲ୍‌କାତାରୁ ପ୍ରକାଶିତ ଭାରତର ଏକମାତ୍ର ଚୀନା ଖବରକାଗଜ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 May 2023. Retrieved 25 May 2023.
  2. "India's only Chinese daily from Kolkata stops printing, hope .. Read more at: timesofindia.indiatimes.com/articleshow/100405172.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 25 May 2023. Retrieved 25 May 2023.