ସମ୍ରାଟ କର

ଉଇକିପିଡ଼ିଆ‌ରୁ
ସମ୍ରାଟ କର
ଜନ୍ମ (1976-07-05) ୫ ଜୁଲାଇ ୧୯୭୬ (ବୟସ ୪୭)
ଜାତୀୟତାଭାରତୀୟ
ଶିକ୍ଷାଏମ.ବି.ବି.ଏସ
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ,
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,
ଏନ୍‌.ଟି.ଆର୍‌ ବିଶ୍ୱବିଦ୍ୟାଳୟ,
ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗର
ବୈବାହିକ-ସାଥୀଶୁଭଶ୍ରୀ ମିଶ୍ର
ସନ୍ତାନସ୍ନେହାଂଶ
Medical career
Professionମାନସିକ ରୋଗ ବିଶେଷଜ୍ଞ
InstitutionsIMS SUM Hospital BBSR and The Brain and research Centre

ସମ୍ରାଟ କର (ଜନ୍ମ ୫ ଜୁଲାଇ ୧୯୭୬) ଜଣେ ମାନସିକ ରୋଗ ବିଶେଷଜ୍ଞ । ସେ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ପୁତ୍ର । ତାଙ୍କର ଡାକ୍ତରୀ ଶିକ୍ଷା ପରେ ଅନୁଭବ କରିଥିଲେ ଯେ ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି , ମାନସିକ ଡାକ୍ତର ହେଉଛନ୍ତି କେବଳ ପାଗଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନେକ ଲୋକ ମାନସିକ ରୋଗର ଲକ୍ଷଣକୁ ଭୂତ, ପ୍ରେତଙ୍କ ପ୍ରାଦୁର୍ଭାବ ଭାବି ଗୁଣିଆର ଆଶ୍ରୟ ନେଉଛନ୍ତି । [୧]ଲୋକମାନଙ୍କର ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଓଡ଼ିଆ ଭାଷାରେ ‘ମନକଥା ଜାଣନ୍ତୁ’, ‘ମନରେ ଅଛି କଅଣ ?’ ଓ ହିନ୍ଦୀଭାଷାରେ ମଧ୍ୟ 'ମନ୍ କି ବାତ୍ ଜାନିଏ' ପୁସ୍ତକରେ ବିଭିନ୍ନ ପ୍ରକାର ମାନସିକ ରୋଗଗୁଡିକର କାରଣ ଓ ଚିକିତ୍ସା ବିଷୟରେ ବର୍ଣ୍ଣନା କରିଛନ୍ତି । ମାନସିକ ରୋଗୀକୁ ପାଗଳ କହି ଅଛୁଆଁ ବୋଲି ଭାବିବା ଓ ସେମାନଙ୍କଠାରୁ ଦୂରେଇ ରହିବା ଅଦ୍ୟାବଧି ପରିଲକ୍ଷିତ ହେଉଛି । କିପରି ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ, ସେଥିପାଇଁ ସେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । [୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସମ୍ରାଟ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କଲେଜ ଶିକ୍ଷା ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଛନ୍ତି । ଏନ୍‌.ଟି.ଆର୍‌ ବିଶ୍ୱବିଦ୍ୟାଳୟରୁ ଏମ୍‌.ଡି ସାଇକାଅଟ୍ରି ଓ ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗରରୁ ପୋଷ୍ଟ ଗ୍ରାଜୁଏଟ୍‌ ସାଇକୋଲୋଜିକାଲ୍‌ କାଉନ୍ସେଲିଙ୍ଗ ଶିକ୍ଷାଲାଭ କରିଛନ୍ତି ।

ପରିବାର[ସମ୍ପାଦନା]

ସମ୍ରାଟ କର ଶୁଭଶ୍ରୀ ମିଶ୍ରଙ୍କୁ ବିବାହ କରିଛନ୍ତି ଏବଂ ଏକମାତ୍ର ପୁତ୍ର ସ୍ନେହାଂଶ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଉଚ୍ଚକୋଟୀର ସନ୍ଦର୍ଭ ପାଇଁ ସେ ଶିକ୍ଷାକ୍ଷେତ୍ରରେ ଓ ସମାଜସେବାରେ ଅନେକ ପୁରସ୍କାର ପାଇଛନ୍ତି ।

  • ପ୍ରଫେସର ଜି. ସି. ବରାଳ ସମ୍ମାନ
  • ପ୍ରଫେସର ବି.ଦାଶ ସମ୍ମାନ
  • ସ୍କାର୍ଟ ସମ୍ମାନ
  • ସିଦ୍ଧାର୍ଥ ମେମୋରିଆଲ ସମ୍ମାନ

ଆଧାର[ସମ୍ପାଦନା]

  1. ପ୍ରଜାତନ୍ତ୍ର ସାପ୍ତାହିକୀ, ପୃଷ୍ଠା-୧୩, ଅକ୍ଟୋବର ୧୨-୧୮, ୨୦୧୪
  2. ଦୁର୍ମୁଖ, ପୃଷ୍ଠା-୯, ୧୫-୨୧ ମଇ ୨୦୧୬