ଶିରିଡି ସାଇ ବାବା

ଉଇକିପିଡ଼ିଆ ରୁ
ଶିରିଡି ସାଇ ବାବା
ଶିରିଡି ସାଇ ବାବା
ଜନ୍ମ ଜଣା ନାହିଁ
ଦେହାନ୍ତ ୧୫ ଅକ୍ଟୋବର, ୧୯୧୮
ଦଶନ୍ଧି ୧୯ଶ ଓ ୨୦ଶ ଶତାବ୍ଦୀ
ଅଞ୍ଚଳ ଭାରତ

ଶିରିଡିସାଇ ବାବା, (ଜଣା ନାହି - ୧୫ ଅକ୍ଟୋବର୍ ୧୯୧୮) ଶିରିଡି ସାଇ ବାବା ନାମ ରେ ପୃଥିବୀ ବିକ୍ଷାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ,ଭିକ୍ଷୁକ ଥିଲେ. ଏବଂ ତାଂକର ହିନ୍ଦୁ ଓ ମୁସଲିମ୍ ଧର୍ମ ର ମିଳନତା ପାଇଁ ସେ ପ୍ରସିଧ । ଆଜି ଜାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ । ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ଜଣା ନାହି । ତାଙ୍କର ଏହି ସାଇ ନାମ କରଣ ସେ ଶିରିଡିକୁ ଆସିବା ସମୟରେ ହେଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ । ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଂକୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା । ଏବଂ ୟା ସାଇ କହି ସ୍ଵାଗତ କରା ଯାଇଥିଲା । [୧] ପର୍ସିଆନ୍ ଭାଷା ରେ ସୁଫୀ ସନ୍ଥ ମାନଂକୁ ସାଇ କୁହାଯାଏ । ଯାହାର ଅର୍ଥ ହଉଛି ଗରିବ ବ୍ୟକ୍ତି ।[୨] ଏବଂ ସଂସ୍କୃତ ରେ ସାଇ ର ଅର୍ଥ ହଉଛି ସାକ୍ଷାତ ଭଗବାନ୍ । [୩] ସାଇ ବାବା ଜଣେ କ୍ଷାତନାମା ସାଧୁ, ବିଶେଷ ଭାବେ ଭାରତ ରେ କିନ୍ତୁ ସେ ସମଗ୍ର ବିଶ୍ଵବାସୀଙ୍କ ଦ୍ଵାରା ପୂଜିତ । ସେ ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା ଦାନ କରିବା, ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ସୁଖ ଶାନ୍ତି ପ୍ରତି ଏକ ଗଭିର ତାତ୍ତ୍ଵିକ ଭାବ ପ୍ରକାଶ କରୁଥିଲେ। ସାଇ ବାବା ମିଳିତ ଭାବେ ଉଭୟ ହିନ୍ଦୁ ଓ ମୁସଲିମାନ ମାନଙ୍କୁ ଧାର୍ମିକ ଶିକ୍ଷା ପ୍ରଦାନ କରୁଥିଲେ। ସେ ଉଭୟ ହିନ୍ଦୁ ଓ ମୁସଲିମ୍ ଗ୍ରନ୍ଥ ଆଦି ଅଧ୍ୟୟନ କରି ବେଦାଦିରୁ ଗ୍ରହଣ କରିଥିବା ତତ୍ତ୍ଵକୁ ସମଗ୍ର ଶିରିଡିରେ ପ୍ରଚାର କରୁଥିଲେ। ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ସ୍ଲୋଗାନ୍ ହେଲା "ସବକା ମାଲିକ୍ ଏକ୍ ହେ" ଜାହାକି ଇସଲାମ୍ ଧର୍ମ ସହ ସମ୍ବନ୍ଧିତ । ସେ ସବୁବେଳେ କହୁଥିଲେ "ଆଲା ମାଲିକ୍" (ଇଶ୍ଵର ହିଁ ରାଜା) ।

ଆଧାର[ସମ୍ପାଦନା]

  1. "Sai Satcharitra in English". http://www.saibaba.org/saisatc.html. 
  2. Rigopoulos, The Life and Teachhings of Sai Baba of Shirdi
  3. Rigopoulos, Antonio (1993). The Life and Teachings of Sai Baba of Shirdi. SUNY. ପୃଷ୍ଠା. 3. ISBN 0-7914-1268-7.