ଲାରିଙ୍ଗୋମାଲାସିଆ

ଉଇକିପିଡ଼ିଆ‌ରୁ
Laryngomalacia
Congenital laryngeal stridor, congenital laryngomalacia[୧]
Omega shaped epiglottis, seen in laryngomalacia
ବିଭାଗENT surgery
ଲକ୍ଷଣStridor[୨]
ଅବଧିLong-term[୩]
କାରଣUnknown[୧]
ବିପଦ କାରକPrematurity, reflux[୨]
ରୋଗ ନିର୍ଣ୍ଣୟ ପଦ୍ଧତିFiberoptic laryngoscopy[୨]
ସଠିକ ରୋଗ ନିର୍ଣ୍ଣୟVocal fold paralysis, laryngeal papillomatosis, subglottic stenosis, tracheomalacia, foreign body aspiration[୨]
ଚିକିତ୍ସାConservative management, surgery[୨]
PrognosisGenerally resolves by 18 months of age[୨]
ପୁନଃପୌନିକ1 in 2,500 babies[୨]

ଲାରିଙ୍ଗୋମାଲାସିଆ ହେଉଛି ମାନବର ଏକ ଅସ୍ୱାଭାବିକ ସ୍ୱର ପେଟିକା ଯାହା ଶ୍ୱାସକ୍ରିୟା ସମୟରେ ଭୁଶୁଡ଼ି ପଡ଼ିବାରୁ ସାମୟିକ ଶ୍ୱାସକ୍ରିୟା ବାଧା ସୃଷ୍ଟି ହୁଏ । [୧] ଏହାର ଲକ୍ଷଣରେ ଶ୍ୱାସକ୍ରିୟା ସମୟରେ ଶବ୍ଦ ହାତ ହୁଏ ଓ ଘରଘର ଶବ୍ଦ ମଧ୍ୟ ହୁଏ ଯାହା ଜନ୍ମରୁ କିମ୍ବା କିଛି ସମୟ ପରେ ଆରମ୍ଭ ହୁଏ | [୨] [୧] ଏହି ରୋଗ ସାଧାରଣତଃ ଅପେକ୍ଷାକୃତ ଦୀର୍ଘ ସମୟ ଧରି ରହିଥାଏ | [୩] ଜଟିଳତା ମଧ୍ୟରେ ନୀଳ ଚର୍ମ, ଶ୍ୱାସରୁଦ୍ଧ ଓ ବଞ୍ଚିବା କଷ୍ଟକର ହୋଇପଡ଼େ । [୨] [୧]

ଏହାର କାରଣ ଜଣା ପଡିନାହିଁ। [୧] ବିପଦ କାରଣଗୁଡ଼ିକ ଅପରିପକ୍ୱତା ଓ ରିଫ୍ଲକ୍ସ ବା ପ୍ରତିଫଳନ ହୋଇପାରେ | [୨] ଗଠନରେ ପରିବର୍ତ୍ତନ ଓ ସ୍ନାୟୁମାଂସପେଶୀ ଅନିୟନ୍ତ୍ରଣ ଫଳରେ ଏହି ସମସ୍ୟା ଜାତ ହୁଏ । [୧]ଫାଇବରସ୍କୋପିକ ଲାରିଙ୍ଗୋସ୍କୋପି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୨]

ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ବ୍ୟକ୍ତିଙ୍କର ରକ୍ଷଣଶୀଳ ପରିଚାଳନା କରାଯାଏ । [୨] ଏଥିରେ ସିଧା ହୋଇ ଠିଆ ବା ବସିବା ସମୟରେ ଖାଇବାକୁ ଦେବା ଏବଂ ଆଣ୍ଟିରିଫ୍ଲକ୍ସ ଔଷଧ ଦିଆଯାଏ । [୨] ଅଧିକାଂଶ କ୍ଷେତ୍ରରେ ୧୮ ମାସ ବୟସ ହେଲେ ଏହି ଲକ୍ଷଣମାନ ଦୂର ହୋଇଯାଏ । [୨] ଗୁରୁତର ଲକ୍ଷଣ ୧୫% କ୍ଷେତ୍ରରେ ହୁଏ ଓ ସାଂଘାତିକ ହେଲେ ଅସ୍ତ୍ରୋପଚାରର କରାଯାଇପାରେ | [୨]

ପ୍ରାୟ ୨୫୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ଜଣକର ଏହି ରୋଗ ହୁଏ | [୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହେଉଥିବା ପରି ଦେଖାଯାଏ | [୨] ବୟସ ୧ ବର୍ଷରୁ କମ୍ ଥିବା ପିଲାମାନଙ୍କଠାରେ ଏହା ଷ୍ଟ୍ରାଇଡର ବା ଘରଘର ଶବ୍ଦର ସବୁଠାରୁ ସାଧାରଣ କାରଣ | [୨] ଏହି ଅବସ୍ଥା ପ୍ରଥମେ ୧୮୦୦ ଶତାବ୍ଦୀ ପ୍ରାରମ୍ଭରେ ବର୍ଣ୍ଣନା କରାଯାଇଥିଲା | [୪] ଶବ୍ଦ "ଲାରିଙ୍ଗୋମାଲାସିଆ" ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ନରମ ସ୍ୱର ପେଟିକା | [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Laryngomalacia". rarediseases.info.nih.gov. Genetic and Rare Diseases Information Center (GARD) – an NCATS Program. Archived from the original on 23 January 2021. Retrieved 14 February 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Klinginsmith, M; Goldman, J (January 2020). "Laryngomalacia". PMID 31334986. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Stridor - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 14 February 2021.
  4. Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.
  5. Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.