ରୋନାଲ୍ଡ ରସ୍
Ronald Ross | |
---|---|
ଜନ୍ମ | |
ମୃତ୍ୟୁ | ୧୬ ସେପ୍ଟେମ୍ବର ୧୯୩୨ | (ବୟସ ୭୫)
ଜାତୀୟତା | British |
ଶିକ୍ଷାନୁଷ୍ଠାନ | St Bartholomew's Hospital Medical College, London |
ପ୍ରସିଦ୍ଧି | Discovering that the malaria parasite is transmitted by mosquitoes |
ବୈବାହିକ-ସାଥୀ | Rosa Bessie Bloxam |
ସନ୍ତାନ | 2 sons and 2 daughters |
ପୁରସ୍କାର | Nobel Prize in Physiology or Medicine (1902) See text |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Medicine |
କର୍ମାନୁଷ୍ଠାନ | Presidency General Hospital, Calcutta Liverpool School of Tropical Medicine King's College Hospital British War Office Ministry of Pensions and National Insurance Ross Institute and Hospital for Tropical Diseases |
ରୋନାଲ୍ଡ ରସ୍, କେ.ସି.ବି., ଏଫ୍.ଆର୍.ଏସ୍.[୧][୨] (୧୩ ମଇ ୧୮୫୭ - ୧୬ ସେପ୍ଟେମ୍ବର ୧୯୩୨) ଭାରତରେ ଜନ୍ମ ଗ୍ରହଣ କରିଥିବା ଜଣେ ବ୍ରିଟିସ ମେଡିକାଲ ଡାକ୍ତର ଥିଲେ ଯିଏ ମ୍ୟାଲେରିଆ ସମ୍ବନ୍ଧରେ କାମ କରି ୧୯୦୨ ମସିହାରେ ଫିଜିଓଲୋଜି ବା ମେଡ଼ିସିନରେ ନୋବେଲ ପୁରସ୍କାର ପାଇଥିଲେ । ମଶାର ଖାଦ୍ୟ ନଳୀରେ ମ୍ୟାଲେରିଆ ପରଜୀବି ଆବିଷ୍କାର କରିବାଦ୍ୱାରା ସେ ପ୍ରମାଣିତ କଲେ ଯେ ଏହି ରୋଗ ମଶାମାନଙ୍କଦ୍ୱାରା ସଂକ୍ରମିତ ହୁଏ । ସେ ଏକାଧାରରେ ଅଙ୍କ ବିଶାରଦ, ଗୀତ ଲେଖକ, ନଭେଲ ଲେଖକ, କଳାକାର ଓ ସ୍ୱର ସଂଯୋଜକ ଥିଲେ । ଭାରତୀୟ ମେଡ଼ିକାଲ ସର୍ଭିସରେ ସେ ୨୫ ବର୍ଷ ଧରି କାମ କରିଥିଲେ । ଏହି ଚାକିରୀ ସମୟରେ ସେ ଯୁଗାନ୍ତକାରୀ ଆବିଷ୍କାର କରିଥିଲେ । ଏହା ପରେ ଚାକିରୀରୁ ତ୍ୟାଗ ପତ୍ର ଦେଇ ଭାରତ ଛାଡ଼ି ଲିଭରପୁଲ ସ୍କୁଲ ଅଫ ଟ୍ରପିକାଲ ମେଡ଼ିସିନରେ ଯୋଗ ଦେଲେ ଓ ପ୍ରଫେସର ତଥା ଚେୟାର ରୂପେ ୧୦ ବର୍ଷ କାମ କରିଥିଲେ । ୧୯୨୬ ମସିହାରେ ରସ ଇନ୍ସ୍ଟିଚ୍ୟୁଟ ଓ ହସପିଟାଲରେ ଡାଇରେକ୍ଟର ଇନ୍ ଚିଫ୍ ରୁପେ କାର୍ଯ୍ୟ କଲେ । ସେ ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ[୩][୪] ।
ଆଧାର
[ସମ୍ପାଦନା]- ↑ N., G. H. F. (1933). "Sir Ronald Ross. 1857-1932". Obituary Notices of Fellows of the Royal Society. 1 (2): 108–115. doi:10.1098/rsbm.1933.0006.
- ↑ Rajakumar, K; Weisse, M (1999). "Centennial year of Ronald Ross' epic discovery of malaria transmission: an essay and tribute". Southern medical journal. 92 (6): 567–71. PMID 10372849.
- ↑ "Ross and the Discovery that Mosquitoes Transmit Malaria Parasites". Centers for Disease Control and Prevention. 8 February 2010. Retrieved 31 January 2014.
- ↑ "Sir Ronald Ross (1857-1932)". Dr. B.S. Kakkilaya's Malaria Web Site. Archived from the original on 19 March 2013. Retrieved 31 January 2014.