ମଲାଇକା ଅରୋରା
ମଲାଇକା ଆରୋରା | |
---|---|
ଜନ୍ମ | ଥାନେ, ମହାରାଷ୍ଟ୍ର, ଭାରତ | ୨୩ ଅଗଷ୍ଟ ୧୯୭୫
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ନର୍ତ୍ତକୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା |
ସକ୍ରିୟ ବର୍ଷ | ୧୯୯୭–ଏବେଯାଏଁ |
ବୈବାହିକ-ସାଥୀ |
ଅରବାଜ ଖାନ
(m. ୧୯୯୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | ଅରହାନ ଖାନ (ଜନ୍ମ: ୨୦୦୨) |
ସମ୍ପର୍କୀୟ |
|
ମଲାଇକା ଆରୋରା (ଜନ୍ମ: ୨୩ ଅଗଷ୍ଟ ୧୯୭୫)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ନର୍ତ୍ତକୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା ।[୨] ତାଙ୍କ ଲୋକପ୍ରିୟ ନୃତ୍ୟଗୁଡ଼ିକ ହେଲା: ୧୯୯୮ର ଚାଇୟା ଚାଇୟା, ଗୁର ନାଲୋ ଇସ୍କ ମିଠା, ୨୦୦୨ର ମାହି ବେ, ୨୦୦୫ର କାଲ୍ ଧମାଲ ଏବଂ ୨୦୧୦ର ମୁନି ବଦନାମ୍ ହୁଇ । ୨୦୦୮ରେ ସେ ତାଙ୍କ ପୂର୍ବତନ ପତି ଅରବାଜ ଖାନଙ୍କ ସହ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ ।[୩] ତାଙ୍କ ପ୍ରଯୋଜନା ସଂସ୍ଥା ଦବଙ୍ଗ ଏବଂ ଦବଙ୍ଗ ୨ ଭଳି ସଫଳ ଚଳଚ୍ଚିତ୍ରମାନ ପ୍ରଯୋଜନା କରିଥିଲା ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମଲାଇକା ୨୩ ଅଗଷ୍ଟ ୧୯୭୫ରେ ମହାରାଷ୍ଟ୍ରର ଥାନେଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୧ ବର୍ଷର ହୋଇଥିବା ବେଳେ ତାଙ୍କ ପିତାମାତାଙ୍କ ମଧ୍ୟରେ ବିବାହ ବିଚ୍ଛେ ହୋଇଥିଲା । ଏହାପରେ ସେ ଆଉ ତାଙ୍କ ଭଉଣୀ ତାଙ୍କ ମାଆଙ୍କ ସହ ଚେମ୍ବୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ତାଙ୍କ ମାଆ ଜୟୋସ ପଲିକାର୍ପ ଜଣେ ମଲାୟଲମ ବାସିନ୍ଦା ଏବଂ ବାପା ଅନିଲ ଅରୋରା ଜଣେ ପଞ୍ଜାବୀ ଲୋକ ।[୫][୬][୭][୮]
ସେ ଚେମ୍ବୁରର ସ୍ୱାମୀ ବିବେକାନନ୍ଦ ସ୍କୁଲରୁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ଏହି ବିଦ୍ୟାଳୟରେ ତାଙ୍କ ମାଉସୀ ଅଧକ୍ଷା ଥିଲେ । ସେ ମଡେଲିଂରେ ଯୋଗ ଦେବା ପୂର୍ବରୁ ଚେମ୍ବୁରର ବୋର୍ଲା ସୋସାଇଟିରେ ବାସ କରୁଥିଲେ ।[୯]
ଅଭିନୟ ଜୀବନ
[ସମ୍ପାଦନା]ମଲାଇକା ଏମ୍ଟିଭି ଇଣ୍ଡିଆଦ୍ୱାରା ଏକ କାର୍ଯ୍ୟକ୍ରମ ଲଭ୍ ଲାଇନ୍ ଏବଂ ଷ୍ଟାଇଲ ଚେକ୍ କାର୍ଯ୍ୟକ୍ରମରେ କ୍ରାୟୁସ୍ ବ୍ରୋଅଚ୍ଙ୍କ ସହ ଜଣେ ସହ-ଉପସ୍ଥାପିକା ଭାବରେ ଉପସ୍ଥାପନା କରିଥିଲେ ।[୧୦] ଏହାପରେ ମଲାଇକା ମେଡେଲିଂରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବିଜ୍ଞାପନ ଏବଂ ଆଲବମ୍ ଗୀତ ମାନଙ୍କରେ ଅଭିନୟ କରିଥିଲେ ।[୧୦]
୨୦୦୦ ମସିହାରେ ସେ ଅନେକ ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ କରିବା ସହ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ସେ ଇଏମ୍ଆଇ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ, ମାତ୍ର ଚଳଚ୍ଚିତ୍ରଟି ବ୍ୟବସାୟିକ କ୍ଷତି ସହିଥିଲା । ୨୦୧୦ରେ ସେ ତାଙ୍କର ପ୍ରଯୋଜିତ ଚଳଚ୍ଚିତ୍ର ଦବଙ୍ଗରେ ଏକ ଆଇଟମ୍ ନୃତ୍ୟ କରିଥିଲେ ।[୧୧] ୧୨ ମାର୍ଚ୍ଚ ୨୦୧୧ରେ ୧୨୩୫ଜଣ ସହଭାଗୀଙ୍କ ସହ ମଲାଇକା ମୁନି ବଦନାମ ହୁଇ ଗୀତରେ ନୃତ୍ୟ କରି ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିଲେ ।[୧୨]
ସେ ୨୦୧୨ରେ ତାଇବାନରେ ଏକ ଜିନିଷର ବିଜ୍ଞାପନରେ କାମ କରିଥିଲେ ।[୧୩] ସେ ଡାବର ୩୦ ପ୍ଲସ୍ରେ ଭାଗନେଇଥିଲେ ।[୧୪] ସେ କହିଥିଲେ କି ତାଙ୍କୁ ଅଭିନୟ କରିବା ପସନ୍ଦ ନୁହେଁ ।[୧୫] ସେ ଅନେକ ମଞ୍ଚରେ ଅଭିନୟ ନୃତ୍ୟ କରିଛନ୍ତି ।[୧୬][୧୭]
୨୦୧୪ରେ ସେ ଫାରା ଖାନ୍ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହାପି ନିଉ ଇଅରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୧୮]
ଦୂରଦର୍ଶନ
[ସମ୍ପାଦନା]ମଲାଇକା ଦୂରଦର୍ଶନ ଷ୍ଟାର ୱାନରେ ପ୍ରସାରିତ କାର୍ଯ୍ୟକ୍ରମ ନାଚ ବଲିୟେରେ ତିନିଜଣ ବିଚାରକଙ୍କ ମଧ୍ୟରେ ଜଣେ ଥିଲେ । ସେ ଏହାର ପ୍ରଥମ ଏବଂ ୨ୟ ସଂସ୍କରଣର ବିଚାରିକା ଥିଲା ।[୨] ଏହି କାର୍ଯ୍ୟକ୍ରମରେ ସେ ଅନେକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ଷ୍ଟାର ୱାନ୍ରେ ପ୍ରସାରିତ ଜରା ନାଚ୍କେ ଦିଖା କାର୍ଯ୍ୟକ୍ରମରେ ମଧ୍ୟ ବିଚାରିକା ହୋଇଥିଲେ ।[୫] ୨୦୧୦ରେ ସେ ଝଲକ ଦିଖ୍ଲା ଜାର ବିଚାରିକା ଥିଲା ।[୧୯]
ମଲାଇକା ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମର ୫ମ, ୬ଷ୍ଠ ଏବଂ ୭ମ ସଂସ୍କରଣର ବିଚାରିକା ରହିଛନ୍ତି ।[୨୦]
ବୈବାହିକ ଜୀବନ
[ସମ୍ପାଦନା]ମଲାଇକା ୧୯୯୮ ମସିହାରେ ହିନ୍ଦୀ କଥାଚିତ୍ର ଅଭିନେତା-ନିର୍ଦ୍ଦେଶକ-ପ୍ରଯୋଜକ ଅରବାଜ ଖାନଙ୍କୁ ବିବାହ କରିଥିଲେ । ମଲାଇକା ଅରବାଜଙ୍କୁ ଏକ କଫିର ବିଜ୍ଞାପନ ସୁଟିଂ ସମୟରେ ପ୍ରଥମେ ଭେଟିଥିଲେ ।[୩] ୨୮ ମାର୍ଚ୍ଚ ୨୦୧୬ରେ ଉଭୟ ଦମ୍ପତି ପରସ୍ପରଠାରୁ ଅଲଗା ହେବା କଥା ସମସ୍ତଙ୍କୁ ଜଣାଇଥିଲେ ।[୨୧][୨୨] ଏବଂ ପରେ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୨୩] ଉଭୟଙ୍କର ଏକ ପୁଅ ଅଛି ଅରହାନ, ଯେ କି ୯ ନଭେମ୍ବର ୨୦୦୨ରେ ଜନ୍ମଗ୍ରହଣ କରିଥିଲା ।[୨୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ଅଭିନେତ୍ରୀ ଭାବରେ
[ସମ୍ପାଦନା]- ୧୯୯୮: ଦିଲ୍ ସେ
- ୨୦୦୦: ବିଛୁ (ଅତିଥି କଳାକାର)
- ୨୦୦୨: ମା ତୁଝେ ସଲାମ (ଅତିଥି କଳାକାର)
- ୨୦୦୨: କାଣ୍ଟେ
- ୨୦୦୭: ଓମ୍ ଶାନ୍ତି ଓମ୍ (ଅତିଥି କଳାକାର)
- ୨୦୦୮: ଇଏମ୍ଆଇ
- ୨୦୦୯: ହେଲୋ ଇଣ୍ଡିଆ (ଅତିଥି କଳାକାର)
- ୨୦୧୦: ହାଉସ୍ଫୁଲ୍ (ଅତିଥି କଳାକାର)
- ୨୦୧୨: ହାଉସ୍ଫୁଲ୍ ୨ (ଅତିଥି କଳାକାର)
- ୨୦୧୪: ହାପି ନିଉ ଇଅର (ଅତିଥି କଳାକାର)
ପ୍ରଯୋଜିକା ଭାବରେ
[ସମ୍ପାଦନା]ନର୍ତ୍ତକୀ ଭାବରେ
[ସମ୍ପାଦନା]- ୧୯୯୮: ଦିଲ୍ ସେ
- ୧୯୯୯: ପ୍ୟାର କେ ଗୀତ୍
- ୨୦୦୦: ବିଛୁ
- ୨୦୦୧: ଇଣ୍ଡିଆନ
- ୨୦୦୨: କାଣ୍ଟେ
- ୨୦୦୫: କାଲ୍
- ୨୦୦୭: ହୈ ବେବି
- ୨୦୦୭: ଅତିଦି
- ୨୦୦୭: ଓମ୍ ଶାନ୍ତି ଓମ୍
- ୨୦୦୭: ୱେଲକମ୍
- ୨୦୧୦: ପ୍ରେମ କା ଗେମ୍
- ୨୦୧୦: ଦବଙ୍ଗ
- ୨୦୧୨: ଗବର୍ ସିଂହ
- ୨୦୧୨: ହାଉସ୍ଫୁଲ୍ ୨
- ୨୦୧୨: ଦବଙ୍ଗ ୨
- ୨୦୧୫: ଡଲି କି ଡୋଲି
ଦୂରଦର୍ଶନ
[ସମ୍ପାଦନା]- ୨୦୦୫: ନାଚ ବଲିୟେ ୧ (ବିଚାରିକା)
- ୨୦୦୬: ନାଚ ବଲିୟେ ୨ (ବିଚାରିକ)
- ୨୦୦୮: ଜରା ନାଚ୍କେ ଦିଖା (ବିଚାରିକା)
- ୨୦୦୮: ଧୁମ୍ ମଚା ଦେ (ଉପସ୍ଥାପିକା)
- ୨୦୦୯: ପରଫେକ୍ଟ ବ୍ରାଇଡ୍ (ବିଚାରିକା)
- ୨୦୧୦: ଝଲକ ଦିଖ୍ଲା ଜା ୪ (ବିଚାରିକା)
- ୨୦୧୧: ନାଚ୍ଲେ ବେ ଉଇଥ୍ ସରୋଜ ଖାନ (ବିଚାରିକା)
- ୨୦୧୪: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୫ (ବିଚାରିକା)
- ୨୦୧୫: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୬ (ବିଚାରିକା)
- ୨୦୧୫: ଝଲକ ଦିଖଲା ଜା ରିଲୋଡେଡ୍ (ବିଚାରିକା)
- ୨୦୧୬: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୭ (ବିଚାରିକା)
- ୨୦୧୬: ସ୍ୱରାଗିଣୀ (ଅତିଥି ବିଚାରିକା)
ଆଧାର
[ସମ୍ପାଦନା]- ↑ "Bollywood's item queen Malaika Arora turns 39". NDTV. 23 August 2012. Archived from the original on 13 September 2015. Retrieved 28 May 2017.
- ↑ ୨.୦ ୨.୧ "Malaika Arora – Biography". Yahoo! Movies. Retrieved 28 May 2017.
- ↑ ୩.୦ ୩.୧ http://www.hindustantimes.com/bollywood/malaika-arora-khan-arbaaz-khan-confirm-separation-read-their-statement/story-juNCJdjvd6odcZgBn95wYL.html
- ↑ ଇଣ୍ଟରନେଟ ମୁଭି ଡାଟାବେସରେ Dabangg
- ↑ ୫.୦ ୫.୧ "Malaika Arora Khan's Biography". Chakpak.com. Retrieved 28 May 2017.
- ↑ Chakraborty, Sumita. "Malaika Arora Khan – "I won't unnecessarily fool around with Salman, and nor are we on backslapping terms!"". Magna Magazines. Retrieved 28 May 2017.
- ↑ Arya, Reshma. "'I have special memories of Thane'". Daily News and Analysis. Retrieved 28 May 2017.
- ↑ Gupta, Priya (6 January 2015). "Malaika Arora Khan: Arbaaz is a complete reflection of his dad". The Times of India. Retrieved 28 May 2017.
- ↑ "Chembur will always be our home". Mid-Day. 16 June 2006. Retrieved 28 May 2017.
- ↑ ୧୦.୦ ୧୦.୧ "Malaika Arora – Biography". Netglimse.com. Archived from the original on 6 April 2010. Retrieved 28 May 2017.
- ↑ "Munnif Badnaam Hui., a big hit!". India Imagine. Archived from the original on 1 October 2010. Retrieved 28 May 2017.
- ↑ "Munni in Guinness Book of Records". The Times of India. 16 March 2011. Archived from the original on 19 October 2013. Retrieved 28 May 2017.
- ↑ "Malaika Arora Launches "Taiwan Excellence Campaign 2012"". Archived from the original on 10 May 2015. Retrieved 28 May 2017.
- ↑ "Times of India". Retrieved 28 May 2017.
- ↑ "times of india".
- ↑ "Bipasha Basu, Atif Aslam, Malaika Arora Khan to perform UK gigs". Retrieved 28 May 2017.
- ↑ "Special Report: Bollywood Showstoppers Press conference!". Retrieved 28 May 2017.
- ↑ "Malaika Arora Khan: "I am doing a cameo in Happy New Year"". Digital Spy. Retrieved 28 May 2017.
- ↑ "Still with the moves, Madhuri returns to TV". Indian Express. Retrieved 28 May 2017.
- ↑ Khan, Malaika. "Judging in TV show". Retrieved 28 May 2017.
- ↑ [୧]
- ↑ [୨]
- ↑ "ଆର୍କାଇଭ୍ କପି". Archived from the original on 2019-09-01. Retrieved 2017-05-28.
{{cite web}}
: Cite has empty unknown parameter:|1=
(help) - ↑ "MALAIKA ARORA KHAN". Movie Talkies. Archived from the original on 8 December 2014. Retrieved 28 May 2017.
- ↑ "Udaan, Dabangg top winners at Filmfare Awards — The Times of India". Timesofindia.indiatimes.com. 29 January 2011. Retrieved 28 May 2017.
- ↑ "Dabangg Wins National Award for Wholesome Entertainment — NDTV". Movies.ndtv.com. 19 May 2011. Archived from the original on 2 February 2014. Retrieved 28 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଲାଇକା ଅରୋରା