ମଧୁସ୍ମିତା ପଟ୍ଟନାୟକ

ଉଇକିପିଡ଼ିଆ‌ରୁ

ମଧୁସ୍ମିତା ପଟ୍ଟନାୟକ ଓଡ଼ିଶାର ପ୍ରଥମ ମହିଳା ଫ୍ଳାଇଟ କମାଣ୍ଡର ।[୧]

ସ୍କୁଲ ଓ କଲେଜ ଜୀବନ[ସମ୍ପାଦନା]

ମଧୁସ୍ମିତା ପଟ୍ଟନାୟକ ପ୍ରଥେମ ସ୍କୁଲ ଜୀବନ ରାୟଗଡାରେ ଆରମ୍ଭ କରିଥିଲେ। ସେ ସ୍କଟ୍‌ ହାଟ କନେଭନ୍ଟ ସ୍କୁଲରେ ନିଜର ପଢ଼ା ଜୀବନର ପ୍ରାରମ୍ଭ କରିଥିଲେ। ସେଠାରେ ସେ ଦଶମ ଶ୍ରେଣୀ ପଯ୍ୟନ୍ତ ପଢ଼ିବା ପରେ, ପରବର୍ତ୍ତୀ ପାଢପଢ଼ା ପାଇଁ ଭୁବନେଶ୍ୱରକୁ ଚାଲିଆସିଥିଲେ । ଭୁବେନଶ୍ୱରରେ ବି.ଜେ.ବି କଲେଜରେ ବାଣିଜ୍ୟରେ ସ୍ନାତକୋତ୍ତର ଅଧ୍ୟୟନ କରି ପାଠପଢ଼ା ସାରିଥିଲେ। ମଧୁସ୍ୱିତାଙ୍କୁ ବାଣିଜ୍ୟ ପାଠପଢ଼ା ପାଇଁ ମଧ୍ୟ ପରିବାରର ସହମତି ମିଳୁନଥିଲା କାରଣ ମଧୁସ୍ମିତାଙ୍କ ଅଭିଭାବକ ଉଭୟେ ଥିଲେ ଡାକ୍ତର। ଏବଂ ସମ୍ପର୍କୀୟଙ୍କଠୁ ନେଇ ପରିବାର ମଧ୍ୟରେ କିଏ ଡାକ୍ତର ଥିଲାତ, କିଏ ଇଂଜିନିୟର। ସେଥିପାଇଁ ମଧୁସ୍ମିତାଙ୍କ ବାପା ତାଙ୍କୁ ବି.ଏସ.ସିରେ ପାଠପଢ଼ିବା ପାଇଁ କହିଥିଲେ, ହେଲେ ଏ କଥାକୁ ମାନିନଥିଲେ ମଧୁ। ନିଜର ପରିଚୟ ସେ ଅଲଗା ଏକ ସ୍ଥାନରେ ଦେଖିବା ପାଇଁ ଚାହଁଥଲେ ଏବଂ ସେହି ଉସାହ ତାଙ୍କୁ ଆଗକୁ ନେଇଯାଇଥିଲା।

ବୈବାହିକ ଜୀବନ ଓ ପରିବାୟର କାହାଣୀ[ସମ୍ପାଦନା]

ମଧୁସ୍ମିତା ପଟ୍ଟନାୟକଙ୍କ ବିବାହ ୨୦୦୦ ମସିହାରେ ଅଭିନାସଙ୍କ ସହ ହେଇଥିଲା। ଅଭିନାସ ଭାରତୀୟ ଆର୍ମିରେ କାର୍ଯ୍ୟରତ ଥିଲେ। ୨୦୦୪ ମସିହାରେ ମଧୁସ୍ମିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୦୪ ମସିହାରେ ପୁତ୍ର ଜନ୍ମ ହେବା ପରେ ମଧୁସ୍ମିତାଙ୍କୁ ନିଜ କର୍ମକ୍ଷେତ୍ରରେ ହଇରାଣ ହେବାକୁ ପଡିଥିଲା ସେଥିପାଇଁ ମଧୁସ୍ମିତାଙ୍କ ସ୍ୱାମୀ ଅବସର ନେଇଯାଇଥିଲେ ଏବଂ ନିଜସ୍ୱ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ମଧୁସ୍ମିତା ଏବଂ ତାଙ୍କ ପରିବାର ଏବେ ଦୁବାଇରେ ବସବାସ କରୁଛନ୍ତି। ମଧୁସ୍ମିତାଙ୍କ କର୍ମଜୀବନ ତାଙ୍କ ପରିବାରଠାରେ କୌଣସି ବାଧକ ସାଜିନଥିଲା। ମଧୁସ୍ମିତାଙ୍କ ସ୍ୱାମୀ ଏବଂ ପୁଅ ଦୁହେଁ ତାଙ୍କୁ ଖୁବ୍‌ ସମର୍ଥନ କରନ୍ତି।

ସଂଘର୍ଷର କାହାଣୀ[ସମ୍ପାଦନା]

ମଧୁସ୍ମିତାଙ୍କୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରୋସାହନରେ ଓଡ଼ିଶା ଫ୍ଳାଇଙ୍ଗ କ୍ଳବ୍‌ରେ ତାଲିମ ନେବାପାଇଁ ସୁଯୋଗ ମିଳିଥିଲା । ୧୯୯୬ ମସିହାରେ ଆମେରିକାରୁ କାମର୍ସିୟାଲ ପାଇଲଟ ଲାଇସେନ୍ସ ମିଳିଥିଲା। ବିମାନ ଚଲେଇବାର ଅଭିଜ୍ଞତା ଯୋଗୁଁ ମଧୁସ୍ମିତାଙ୍କୁ ଜେଟ୍‌ ଇଞ୍ଜିନ ଏୟାରକ୍ରାଫ୍ଟର କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା। ମଧୁସ୍ମିତା ଯେତେବଳେ ପାଇଲଟ ଟ୍ରେନିଙ୍ଗ ପାଇଁ ଅଧିକ ଶିକ୍ଷା ଅଜ'ନ କରିବାକୁ ଚାହିଁଲେ ସେ ସମୟରେ ଓଡ଼ିଶାରେ ପାଇଲଟ ଶିକ୍ଷାକୁ ଏତେ ପ୍ରାଧାନ୍ୟ ଦିଆଯାଉନଥିଲା କି ତାଲିମ ପାଇଁ ଅଧିକ ଟ୍ରେନିଙ୍ଗ ଇଷ୍ଟିଚ୍ୟୁଟ ମଧ୍ୟ ନଥିଲା । ତେଣୁ ଅଧିକ ଶିକ୍ଷା ପାଇଁ ଆମେରିକା ଯିବା ପାଇଁ ପରିବାରରେ ଜଣେଇଥିଲେ। କିନ୍ତୁ ପରିବାରବର୍ଗ ସେଠାକୁ ଯିବା ପାଇଁ ମନା କରିଦେଇଥିଲେ। ଆମେରିକା ଯିବା ପାଇଁ ମଧୁସ୍ମିତାଙ୍କୁ ନିଜ ପରିବାରବର୍ଗଙ୍କୁ ବହୁତ ଅନୁରୋଧ କରିବା ପାଇଁ ପଡିଥିଲା ଏବଂ ଅନେକ ପ୍ରୟାସ ପରେ ସେ କଥାରେ ପରିବାର ବର୍ଗଙ୍କୁ ମନେଇବାରେ ସଫଳ ହେଇଥିଲେ।

ଆଧାର[ସମ୍ପାଦନା]

  1. "First Odia lady flight commander Madhusmita Patnacommanderik". ପ୍ରଗତିବାଦୀ. ୨୧ ମାର୍ଚ୍ଚ ୨୦୧୭. Retrieved 28 March 2017. {{cite news}}: Check date values in: |date= (help)