ମଦରବୋର୍ଡ଼

ଉଇକିପିଡ଼ିଆ ରୁ

ବ୍ୟକ୍ତିଗତ କମ୍ପ୍ୟୁଟରରେ ମଦରବୋର୍ଡ଼ ଏକ ଚିତ୍ରିତ ସର୍କିଟ ବୋର୍ଡ଼, ଯାହା ଅତ୍ୟାବଶ୍ୟକ ଅଭିବୈଦ୍ୟୁତିକ ତଥା ଆନୁସଙ୍ଗିକ ଅଂଶ ଗୁଡ଼ିକ ଧାରଣ କରିଥାଏ ଓ ସେମାନଙ୍କ ନିମନ୍ତେ ଯୋଗାଯୋଗର ମୁଖ୍ୟ ମାଧ୍ୟମ । ଏହାକୁ ମଧ୍ୟ ମେନ ବୋର୍ଡ଼, ସିଷ୍ଟମ ବୋର୍ଡ଼, ବା ଆପଲ କମ୍ପ୍ୟୁଟରରେ ଲଜିକ ବୋର୍ଡ଼ କୁହାଯାଏ ।[୧]

ଭାଇଓ ଇ ସିରିଜର ଏକ ଲାପଟପର ମଦରବୋର୍ଡ଼(ଡାହାଣ)

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

ମାଇକ୍ରୋ ପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂ ର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ, ମାଇଲେକ୍ସ, ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼, ଅର୍ଚିଡ଼ ଟେକ୍ନୋଲୋଜି, ଇଲାଇଟ ଗ୍ରୁପ, ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା ।

[ଏହାକୁ ବଦଳାନ୍ତୁ] ଯନ୍ତ୍ରାଂଶ

ଆଧୁନିକ ମଦରବୋର୍ଡ଼ ଗୁଡିକରେ ଅତି କମରେ ନିମ୍ନଲିଖିତ ଅଂଶ ଗୁଡିକ ଥାଏ:

  1. ସକେଟ ବା ସ୍ଲଟ - ଏକ ବା ଏକାଧିକ ମାଇକ୍ରୋ ପ୍ରୋସେସର ନିମନ୍ତେ
  2. ମେମୋରୀ ସ୍ଲଟ - ରାମ ନିମନ୍ତେ ଡ଼ି.ଆଇ.ଏମ.ଏମ. ମଡ୍ୟୁଲ
  3. ଚିପସେଟ - ଯାହାକି ଫ୍ରଣ୍ଟ ବସ ବାର, ମେନ ମେମୋରୀ ଓ ଆନୁସଙ୍ଗିକ ବସ ମଧ୍ୟରେ ଯୋଗାଯୋଗର ମାଧ୍ୟମ
  4. ନନ ଭୋଲାଟାଇଲ ମେମୋରୀ
  5. କ୍ଲକ ଜେନେରେଟର
  6. ଏକ୍ସପାନସନ୍ ସ୍ଲଟ
  7. ବିଦ୍ୟୁତ୍ ସଂଯୋଜକ

ଏତଦବ୍ୟତୀତ, ପ୍ରାୟ ସବୁ ମଦରବୋର୍ଡ଼ ରେ କି ବୋର୍ଡ଼ମାଉସ ସଂଯୋଗ କରିବାର ସୁବିଧା ରହିଥାଏ ।

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା