ଉଇକିପିଡ଼ିଆ:ଉଇକି ଟୁଙ୍ଗି ଭୁବନେଶ୍ୱର
ଦେଖଣା
(ଭୁବନେଶ୍ଵର ଓଡିଆ ଉଇକି ଟୁଙ୍ଗିରୁ ଲେଉଟି ଆସିଛି)
ମୁଖ୍ୟ ପୃଷ୍ଠା | ଉଇକି କର୍ମଶାଳା/ମେଳଣ/ପର୍ବ | ସଦସ୍ୟ ମଣ୍ଡଳୀ | ଯୋଗାଯୋଗ | ନଥିପତ୍ର/ଶିକ୍ଷଣ | ଗ୍ୟାଲେରୀ | କାର୍ଯ୍ୟ | Training |
ଭୁବନେଶ୍ୱରରେ ଓଡିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ନିମାନ୍ତେ ଏବଂ ଭୁବନେଶ୍ୱରରେ ଉଇକିଆଳିଙ୍କ ଭିତରେ ଉଇକିପିଡି଼ଆ ପ୍ରତି ଆଗ୍ରହ ବଢାଇବା ନିମାନ୍ତେ ଉଇକି ଟୁଙ୍ଗି ଭୁବନେଶ୍ୱର କାର୍ଯ୍ୟରତ ।
ଲକ୍ଷ୍ୟ
[ସମ୍ପାଦନା]- ଏକ ସହରରେ ରହୁଥିବା ଉଇକିଆଳିଙ୍କୁ ଏକଯୁଟ କରି ଅଧିକରୁ ଅଧିକ କର୍ମଶାଳା ଓ ମେଳଣର ଆୟୋଜନ ।
- ଉଇକିଆଳିଙ୍କୁ ବୈଷୟିକ ଓ ଉଇକିପିଡ଼ିଆର ନିୟମାବଳୀ ବାବଦରେ ବିଶଦ ତାଲିମ ପ୍ରଦାନ ।
- ସ୍ଥାନୀୟ କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ସଙ୍ଗଠନ ମାନଙ୍କରେ କର୍ମଶାଳା ପାଇଁ ଉଦ୍ୟମ ।
- ଉଇକିପିଡ଼ିଆ ଓ ଉଇକିପାଠାଗାରର ବାର୍ଷିକ ଉତ୍ସବର ଆୟୋଜନ ।
ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ
[ସମ୍ପାଦନା]ଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାବଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।