ଭାବିନା ପଟେଲ

ଉଇକିପିଡ଼ିଆ‌ରୁ
ଭାବିନା ପଟେଲ
ବ୍ୟକ୍ତିଗତ ତଥ୍ୟ
ଜନ୍ମସୁନ୍ଧିଆ,ମେହସାନା, ଗୁଜରାଟ
Sport
ଦେଶ ଭାରତ
କ୍ରୀଡ଼ାଟେବୁଲ ଟେନିସ
ର‍୍ୟାଙ୍କ୧୨(ଅଗଷ୍ଟ ୨୦୨୧)
Event(s)ପାରା-ଟେବୁଲ ଟେନିସ ଶ୍ରେଣୀ ୪
Coached byଲଲନ ଦୋଷୀ
Medal record
ମହିଳା ପାରା-ଟେବୁଲ ଟେନିସ
Competitor for  ଭାରତ
୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ
Silver medal – second place ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ – ମହିଳା ଏକଳ – ଶ୍ରେଣୀ ୪

ଭାବିନା ପଟେଲ ଜଣେ ଭାରତୀୟ ପାରା-ଟେବୁଲ ଟେନିସ ଖେଳାଳି ।[୧] ସେ ହୁଇଲ ଚେୟାର ଉପରେ ବସି ଟେବୁଲ ଟେନିସ ଖେଳନ୍ତି । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ଶ୍ରେଣୀ ୪ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିଲେ ।[୨][୩] ପାରା-ଟେବୁଲ ଟେନିସ ଖେଳରେ ଶ୍ରେଣୀ ୧-୫ ଗୋଡ଼ରେ ଅକ୍ଷମତା ଥିବା ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ । ଶ୍ରେଣୀ ୧ରେ ସର୍ବାଧିକ ଅକ୍ଷମତା ଥିବା ଖେଳାଳି ଓ ଶ୍ରେଣୀ ୫ରେ ସର୍ବନିମ୍ନ ଅକ୍ଷମତା ଥିବା ଖେଳାଳିମାନେ ପ୍ରତିଦ୍ୱନ୍ଦିତା କରିଥାନ୍ତି ।[୪]

ଖେଳ ଜୀବନ[ସମ୍ପାଦନା]

ଭାବିନା, ଭାରତକୁ ବହୁ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ପ୍ରତିନିଧିତ୍ୱ କରି ବହୁବାର ପଦକ ଜିତିଛନ୍ତି ।[୫] ୨୦୧୧ ମସିହାରେ ପିଟିଟି ଥାଇଲାଣ୍ଡ ଟେବୁଲ ଟେନିସ ଚମ୍ପିୟାନସିପରେ ରୌପ୍ୟ ପଦକ ହାସଲ କରି ବିଶ୍ୱ ରାଙ୍କ ୨ରେ ପହଞ୍ଚିଥିଲେ ।[୬] ୨୦୧୩ ମସିହାରେ ବିଜିଂଠାରେ ଅନୁଷ୍ଠିତ ଏସୀୟ ପାରା ଟେବୁଲ ଟେନିସ ଚମ୍ପିୟାନସିପରେ ମହିଳା କ୍ଲାସ ୪ ଟେବୁଲ ଟେନିସ ଶ୍ରେଣୀରେ ସେ ରୌପ୍ୟପଦକ ଜିତିଥିଲେ ।[୭] ୨୦୧୭ର ଏସୀୟ ପାରା ଟେବୁଲ ଟେନିସ ଚମ୍ପିୟାନସିପରେ ସେ କୋରୀୟ ଖେଳାଳି କାଙ୍ଗଙ୍କୁ ୩-୦ ସେଟରେ ପରାସ୍ତ କରି ବ୍ରୋଞ୍ଜପଦକ ହାସଲ କରିଥିଲେ ।[୮][୯]

୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ବିଶ୍ୱର ୨ ନମ୍ବର ଖେଳାଳି ବୋରିସ୍ଲାଭା ରଙ୍କୋଭିଚଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ ।[୧୦] ସେମିଫାଇନାଲରେ ଚିନର ଖେଳାଳି ଝାଙ୍ଗ ମାୟୋଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଚିନର ଝୋ ୟିଂଙ୍କଠାରୁ ସେ ପରାସ୍ତ ହୋଇ ରୌପ୍ୟପଦକ ହାସଲ କରିଥିଲେ ।

ସେ କୋଚ ଲଲନ ଦୋଷୀଙ୍କଠାରୁ ପ୍ରଶିକ୍ଷଣ ଲାଭ କରନ୍ତି । ତେଜଲବେନ ଲାଖିଆ ତାଙ୍କର ମାର୍ଗଦର୍ଶକ ଅଟନ୍ତି ।[୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭାବିନା, ଗୁଜରାଟର ମେହସାନା ଜିଲ୍ଲାର ସୁନ୍ଧିଆର ମୂଳ ବାସିନ୍ଦା । ସେ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବିମା ନିଗମରେ କାର୍ଯ୍ୟ କରନ୍ତି ।

ଆଧାର[ସମ୍ପାଦନା]

  1. Shastri, Parth; Cherian, Sabu (3 July 2021). "Girl power from Gujarat in Tokyo-bound India contingent". The Times of India (in ଇଂରାଜୀ). Retrieved 2021-07-24.
  2. "Tokyo Paralympics 2020 Live Updates: Paddler Bhavina Patel Bags Silver, Loses Final by Straight Games". News18. Retrieved 29 August 2021.
  3. Tokyo Paralympics 2021 Highlights: Bhavina Patel & Nishad Kumar win silver medals, bronze for Vinod Kumar The Tines of India. Retrieved 29 August 2021
  4. "Para-Table Tennis: Classification Breakdown". www.paralympic.org. paralympic.org. Archived from the original on 3 September 2021. Retrieved 3 September 2021.
  5. Hindustan Times-Physically challenged table tennis players - Bhavina Hasmukh Patel Archived October 31, 2013, at the Wayback Machine.
  6. PTI. "Paddler Bhavinaben Patel wins historic silver at Tokyo Paralympics". Business Line (in ଇଂରାଜୀ). Retrieved 2021-08-31.
  7. Bhavina winsSilver Medal in Asia Wheelchair Para Table Tennis championship Archived October 29, 2013, at the Wayback Machine.
  8. "India won Bronze medal in Para Table Tennis Championship 2017". enabled.in (in ଆମେରିକୀୟ ଇଂରାଜୀ). 2017-09-01. Retrieved 2019-10-19.
  9. "Gujarat's super six women make it to Olympics". Ahmedabad Mirror (in ଇଂରାଜୀ). Retrieved 2021-07-24.
  10. "Results". International Paralympic Committee (in ଇଂରାଜୀ). Retrieved 2021-08-27.
  11. "Indian physically challenged table tennis players - Bhavina Hasmukh..." Getty Images (in ବ୍ରିଟିଶ୍‌ ଇଂରାଜୀ). Retrieved 2019-10-19.