ବ୍ୟବହାରକାରୀ:Susant purohit/ହାତୀଗୁମ୍ଫାର ଶିଳାଲେଖ

ଉଇକିପିଡ଼ିଆ‌ରୁ
ହାତୀଗୁମ୍ଫାର ଶିଳାଲେଖ ,1892ରେ ୱିଲିୟମ ହେନେରୀ କାର୍ନିଶଙ୍କ  ପ୍ରତ୍ନତତ୍ୱ ଅନୁସନ୍ଧାନର ଚିତ୍ର .
ଭୁବନେଶ୍ୱର ସନ୍ନିକଟ ଉଦୟଗିରି ପାହାଡ  ରେ ଥିବା ହାତୀଗୁମ୍ଫା 
ହାତୀଗୁମ୍ଫାର ସିଳାଲେଖ 
1827ରେ ଆଲେକଜାଣ୍ଡାର କନିଙ୍ଘାମଙ୍କଦ୍ୱାରା ପ୍ରକାଶିତ ' ଆଶୋକ 'ରେ ଉଦୟଗିରି ଶିଳାଲେଖର ଚିତ୍ର 

ଭୁବନେଶ୍ୱର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ୱାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ 6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି ।

ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପିର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ  .[୧]

ଲେଖାଟି ସମ୍ରାଟ ଖାରବେଳଙ୍କ ରାଜୁତିର 13 ତମ ବର୍ଷର ହେଇଥିବାର କିଛି ଗବେଷକ ମତ ଦେଇଥିଲେ ଭି ତାହାର ପୂର୍ଣ ପ୍ରମାଣ ମିଳିନାହିଁ । .[୨][୩][୨]

ଲେଖାର ସାର କଥା [ସମ୍ପାଦନା]

ଲେଖାର ଆରମ୍ଭରେ ଜୈନ ଧର୍ମରେ ପ୍ରଚଳିତ ନମସ୍କାର ମନ୍ତ୍ର ରହିଥିବାର ଜଣା ପଡେ  : नमो अरहंतानं [॥] णमो सवसिधानं [॥] 

ହାତିଗୁମ୍ଫାର ଶିଳା ଲେଖରେ ସମ୍ରାଟ ଖାରବେଳଙ୍କଦ୍ୱାରା କରାଯାଇଥିବା ପ୍ରତ୍ୟେକ ବର୍ଷ କରା ହେଇଥିବା କାମ ସବୁର ବିବରଣୀ ସହ ତାଙ୍କର ଯୁଦ୍ଧ ପ୍ରସ୍ତୁତି, ପ୍ରଚଳିତ ମୁଦ୍ରା, ମୁଖ୍ୟ ଯୁଦ୍ଧର ବିବରଣୀ ବିଷୟରେ ବର୍ଣ୍ଣନା ରହିଛି । ଏହି ଲେଖାରେ ଜଣା ପଡେ ଖାରବେଳ ପାଟାଳିପୁତ୍ର ବିଜୟ କରି ବିଶାଳ 'ଶୁଙ୍ଗ' ସାମ୍ରାଜ୍ୟ ଗଠନ କରିଥିଲେ । ଏହି ପଥରରେ ଲେଖା ଅଛି ଯେ -

  • ପ୍ରଥମ ବର୍ଷରେ ମହାରାଜ ଖାରବେଳ ଝଡ଼ରେ ଭାଙ୍ଗିଯାଇଥିବା କଳିଙ୍ଗ ନଗରୀ ଦୁର୍ଗର ମରାମତି କରିଥିଲେ | ଏହି ସମୟରେ ପଇଁତିରିଶ ଶହ ହଜାର ମୁଦ୍ରାରେ ଉଦ୍ୟାନସାରା ଥଣ୍ଡା କୁଣ୍ଡଗୁଡ଼ିକ ନିର୍ମାଣ ମଧ୍ୟ କରିଥିଲେ |
  • ଦ୍ୱିତୀୟ ବର୍ଷରେ କାହ୍ନବେମାନା ନଦୀ ପର୍ଯ୍ୟନ୍ତ ସୈନ୍ୟ ପଠାଇ ଜୟଯୁକ୍ତ କରିଥିଲେ |

ଅଙ୍ଗ ଏବଂ ମଗଧ ରାଜ୍ୟକୁ ଆକ୍ରମଣ କରି କଳିଙ୍ଗ ଯୁଦ୍ଧରେ ଲୁଣ୍ଠିତ ମୂର୍ତ୍ତି ଅଳଙ୍କାର ଫେରାଇ ଆଣିଥିଲେ |







ଆହୁରି ପଠନ [ସମ୍ପାଦନା]

  • Indian inscriptions

Notes[ସମ୍ପାଦନା]

  1. Source
  2. ୨.୦ ୨.୧ Sudhakar Chattopadhyaya (1974). Some Early Dynasties of South India. Motilal Banarsidass Publ. pp. 44–50. ISBN 978-81-208-2941-1.
  3. Rama Shankar Tripathi (1942). History of Ancient India. Motilal Banarsidass Publ. pp. 199–201. ISBN 978-81-208-0018-2.

ସମ୍ପୃକ୍ତି[ସମ୍ପାଦନା]

  • Epigraphia Indica, Vol. XX (1929–30). Delhi: Manager of Publications, 1933.
  • Sadananda Agrawal: Śrī Khāravela, Published by Sri Digambar Jain Samaj, Cuttack, 2000.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]