ବାମ୍ବୁ ଚିକେନ୍

ଉଇକିପିଡ଼ିଆ‌ରୁ
ବାମ୍ବୁ ଚିକେନ୍ର ପ୍ରସ୍ତୁତି

ବାମ୍ବୁ ଚିକେନ୍ ଏକ ପ୍ରକାର ଚିକେନ୍ ତରକାରୀ ଯାହାକି ଚିକେନ୍କୁ ବାଉଁସ ଭିତରେ ରଖିବା ପରେ କୋଇଲା କିମ୍ବା କାଠଚୁଲା ସାହାର୍ଯ୍ୟରେ ରନ୍ଧା ଯାଇଥାଏ। ବାମ୍ବୁ ଚିକେନ୍ ବିନା ତେଲରେ ପ୍ରସ୍ତୁତ କରାଯିବା ସହିତ ଏହା ମଧ୍ୟ ପୄଷ୍ଟିଯୁକ୍ତ ଖାଦ୍ୟ ଅଟେ।

ଉତ୍ପତ୍ତି[ସମ୍ପାଦନା]

ବାମ୍ବୁ ଚିକେନ୍ ଆନ୍ଧ୍ରପ୍ରଦେଶ ଅର୍ନ୍ତଭୁକ୍ତ ବିଶାଖାପାଟନାମ ଜିଲ୍ଲାର ଅରାକ ଉପତ୍ୟକାର ଏକ ପାରମ୍ପରିକ ଆଦିବାସୀ ଖାଦ୍ୟ।

ଆବଶ୍ୟକ ସାମଗ୍ରୀ[ସମ୍ପାଦନା]

  • ଚିକେନ୍ ୧କେଜି
  • ଦହି ୩୦୦ ଗ୍ରାମ୍
  • ଅଦା, ରସୁଣ ପେଷ୍ଟ ୧୫୦ ଗ୍ରାମ୍
  • ରେଡ୍ ଚିଲି ପେଷ୍ଟ ୧୦ ଗ୍ରାମ୍
  • ହଳଦୀ ଗୁଣ୍ଡ ୧୦ ଗ୍ରାମ୍
  • ଜିରା ଗୁଣ୍ଡ ୫ ଗ୍ରାମ୍
  • ଧନିଆ ଗୁଣ୍ଡ ୫ ଗ୍ରାମ୍
  • ସୋରିଷ ପେଷ୍ଟ ୨୦ ଗ୍ରାମ୍
  • ଲେମ୍ବୁ ୩ଟି
  • ଲୁଣ ସ୍ୱାଦ ଅନୁଯାୟୀ
  • ପିଆଜ ସଜାଇବା ପାଇଁ
  • ବାଉଁଶ ୧

ଦାମ୍[ସମ୍ପାଦନା]

ପାଖାପାଖି ୨୦୦ ଟଙ୍କା

ପ୍ରସ୍ତୁତ ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଚିକେନ୍କୁ ଭଲଭାବେ ଧୋଇଦିଅନ୍ତୁ । ତା'ପରେ ସେଥିରେ ୨ଟି ଲେମ୍ବୁକୁ ଚିପୁଡି ସ୍ୱାଦ ଅନୁସାରେ ଲୁଣ, ଅଦା, ରସୁଣ ପେଷ୍ଟ ଏବଂ ଅନ୍ୟ ସବୁ ମସଲା ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ସାମାନ୍ୟ ଦହି ପକାଇ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ୨ ଘଣ୍ଟା ପଯ୍ୟନ୍ତ ରଖି ଦିଅନ୍ତୁ। ପୂର୍ବରୁ ବାଉଁଶକୁ ୨ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖିଥିବେ। ଏହାଦ୍ୱାରା ବାଉଁଶର ନିଜର ବାସ୍ନା ଆସିବ ନାହିଁ। ବାଉଁଶକୁ ପାଣିରୁ ଆଣିବା ପରେ ଭଲ ଭାବରେ ପୋଛି ଦିଅନ୍ତୁ। ଏ ବେ ପୂର୍ବରୁ ମ୍ୟାରିନେଟ୍ କରି ରଖା ଯାଇଥିବା ଚିକେନ୍କୁ ସେହି ବାଉଁଶ ଭିତରେ ଭଲ ଭାବେ ପୁରାଇ ଦିଅନ୍ତୁ ଏବଂ ମୁହଁକୁ ଖଲିପତ୍ର ସାହାଯ୍ୟରେ ଭଲ ଭାବରେ ବାନ୍ଧି ଦିଅନ୍ତୁ। ଏ ବେ ଏହାକୁ ନିଆଁରେ ପୋଡ଼ିବା ପାଇଁ ପ୍ରସ୍ତୁତ କରନ୍ତୁ। କୋଇଲା, କାଠଚୁଲା, ଗ୍ୟାସ୍ ଯେକୈଣସି ସାହାର୍ଯ୍ୟରେ ଏହାକୁ ପୋଡ଼ି ପାରିବେ। ମାତ୍ର କୋଇଲା କିମ୍ବା କାଠଚୁଲା ସାହାଯ୍ୟରେ ପୋଡ଼ିଲେ ଅଧିକ ସ୍ୱାଦ ଆସିଥାଏ। ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ପୋଡ଼ିବା ପରେ ବନ୍ଧା ଯାଇଥିବା ପତ୍ର ପଟରୁ ଟିକେ ଟିକେ ପାଣି ଆସିବ। ପାଣି ବାହାରିଲେ ଚିକେନ୍ ପ୍ରସ୍ତୁଣ ହୋଇଗଲା ବୋଲି ଜାଣିବେ। ଏହାପରେ ବାଉଁଶରୁ ଚିକେନ୍କୁ ଏକ ପାତ୍ରକୁ କାଢି ଦିଅନ୍ତୁ। ସେଥିରେ ଅଳ୍ପ ଲେମ୍ବୁ ରସ ଏବଂ ପିଅଜ ଦେଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଆଦିଆ ଡିସ୍ "ବାମ୍ବୁ ଚିକେନ୍"। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ। [୧] [୨] [୩]

  1. https://en.m.wikipedia.org/wiki/Bamboo_chicken
  2. http://desitraveler.com/bamboo-chicken-araku-valley/
  3. "ଆର୍କାଇଭ୍ କପି". Archived from the original on 2016-04-25. Retrieved 2018-02-10. {{cite web}}: Cite has empty unknown parameter: |1= (help)