ବବି ଏଲ୍ୟୋସିୟସ
ବ୍ୟକ୍ତିଗତ ତଥ୍ୟ | |
---|---|
ପୂରା ନାମ | ବବି ଏଲ୍ୟୋସିୟସ |
ଜାତୀୟତା | ଭାରତ |
ଜନ୍ମ | ତିରୁଅନନ୍ତପୁରମ, କେରଳ, ଭାରତ | ଜୁନ ୨୨, ୧୯୭୪
Sport | |
ଦେଶ | India |
କ୍ରୀଡ଼ା | ଆଥ୍ଲେଟିକ୍ସ |
Event(s) | ଉଚ୍ଚଡ଼ିଆଁ |
ବବି ଏଲ୍ୟୋସିୟସ'' (ଜନ୍ମ ୨୨ ଜୁନ ୧୯୭୪) ଭାରତର ଜଣେ ମହିଳା ଆଥଲେଟ ଅଟନ୍ତି, ଯିଏ ଏବେ "ତିରୁବନନ୍ତପୁରମ" କେରଳରେ ରହୁଛନ୍ତି । ତାଙ୍କର ଭାରତୀୟ ଏବଂ ଦକ୍ଷୀଣ ଏସିଆ ଖେଳରେ ୧୯୯୫ ଏବଂ ୨୦୧୨ ମଧ୍ୟରେ ଉଞ୍ଚା ଡିଆଁରେ ରେକର୍ଡ ରହିଛି ।[୧] ତାଙ୍କର ୧.୯୧ ମୀଟର ଡିଆଁର ରେକର୍ଡ ୨୦୧୨ ମସିହାରେ କର୍ନାଟକର ସହାନାକୁମାରୀଦ୍ୱାରା ଭଙ୍ଗା ଯାଇଥିଲା । ବବି "ଏଥେନ୍ସ ଅଲିମ୍ପିକ"[୨]ରେ ଭାଗନେଇଥିଲେ । ୨୦୦୨ମସିହା ଏସିଆ ଖେଳରେ ରଜତ ପଦକ ଏବଂ ଜକାର୍ତା ଏସିଆ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୩]
ବବିଙ୍କ ଜନ୍ମ "ଚେମ୍ପେରୀ", କନ୍ନୁର, କେରଳ, ଭାରତରେ ହୋଇଥିଲା ।[୪] ବବି ସମଗ୍ର ଦୁନିଆରେ ବହୁବାର ଭ୍ରମଣ କରିଛନ୍ତି ଏବଂ ଶେଷରେ ଶ୍ରୟୁସବେରୀ, ଯୁନାଇଟେଡ କିଙ୍ଗଡମରେ ୨୦୦୯ ମସିହା ପର୍ଯ୍ୟନ୍ତ ରହିଥିଲେ । ବର୍ତ୍ତମାନ ସେ କେରଳ ରାଜ୍ୟ ଖେଳ ପରିଷଦ ତିରୁବନନ୍ତପୁରମରେ ସହାୟକ ସଚୀବ (ଟେକେନିକ) ରୂପେ କାମ କରୁଛନ୍ତି । ତାଙ୍କର ବିବାହ ଜଣେ ପତ୍ରକାର, ସହାଜନ ସକାରୀୟଙ୍କ ସହ ଜୋଇଥିଲା ।[୫] ତାଙ୍କର ତିନୋଟି ସନ୍ତାନ ଅଛନ୍ତି, ସ୍ଟିଫନ ହୋଲ୍ମ ସକାରୀୟା, ଗଙ୍ଗୋତ୍ରୀ ସକାରିୟା ଏବଂ ରିତ୍ୱିକ ସକାରିୟା । ସେ କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ରା ଅଟନ୍ତି ।[୬]
ଉପଲବ୍ଧି
[ସମ୍ପାଦନା]Year | Competition | Venue | Position | Notes |
---|---|---|---|---|
Representing ଭାରତ | ||||
୨୦୦୦ | ୨୦୦୦ ଏସୀୟ ଆଥ୍ଲେଟିକ୍ସ ପ୍ରତିଯୋଗିତା | ଜକର୍ତା, ଇଣ୍ଡୋନେସିଆ | 1st | 1.83 m |
୨୦୦୨ | ୨୦୦୨ ରାଜ୍ୟଗୋଷ୍ଠୀ ଆଥ୍ଲେଟିକ୍ସ ପ୍ରତିଯୋଗିତା | ମଞ୍ଚେଷ୍ଟର, ୟୁନାଇଟେଡ କିଙ୍ଗଡମ | 4th | 1.87 m |
୨୦୦୨ ଏସୀୟ ଆଥ୍ଲେଟିକ୍ସ ପ୍ରତିଯୋଗିତା | କଲୋମ୍ବୋ, ଶ୍ରୀଲଙ୍କା | 2nd | 1.84 m | |
୨୦୦୨ ଏସୀୟ ଆଥ୍ଲେଟିକ୍ସ ପ୍ରତିଯୋଗିତା | ବୁସନ, ସାଉଥ କୋରିଆ | 2nd | 1.88 m | |
୨୦୦୩ | ୨୦୦୩ ଏସୀୟ ଆଥ୍ଲେଟିକ୍ସ ପ୍ରତିଯୋଗିତା | ମନିଲା, ଫିଲିପାଇନ୍ସ | 4th | 1.80 m |
୨୦୦୩ ଆଫ୍ରୋ-ଏସୀୟ କ୍ରୀଡ଼ା ଆଥ୍ଲେଟିକ୍ସ | ହାଇଦ୍ରାବାଦ, ଭାରତ | ଦ୍ୱିତୀୟ | 1.88 m | |
୨୦୦୪ | ୨୦୦୪ ଏସୀୟ ଇନ୍ଡ଼ୋର୍ ଆଥ୍ଲେଟିକ୍ସ ପ୍ରତିଯୋଗିତା | ତେହେରାନ, ଇରାନ | ଦ୍ୱିତୀୟ | 1.81 m |
୨୦୦୪ ଏଥେନ୍ସ୍ ଅଲିମ୍ପିକ୍ସ, ଆଥ୍ଲେଟିକ୍ସ | ଆଥେନ୍ସ, ଗ୍ରୀସ | ୨୮ତମ (q) | 1.85 m |
ଆଧାର
[ସମ୍ପାଦନା]- ↑ "It's Bobby Aloysius' day". Chennai, India: The Hindu. June 4, 2002. Archived from the original on 27 October 2010. Retrieved 22 January 2010.
- ↑ "The Olympics: 2004: Athletics: Newi student falls short in heats". Daily Post (Liverpool, England). August 27, 2004. Archived from the original on 2 November 2012. Retrieved 22 January 2010.
- ↑ Mohan, K. P. (August 30, 2000). "Bobby Aloysius scales to a surprise gold". Chennai, India: The Hindu. Archived from the original on 4 June 2011. Retrieved 22 January 2010.
- ↑ "Bobby's Flop show is a big hit". The Indian Express. July 22, 1998. Retrieved 22 January 2010.
- ↑ "Memorable day for Bobby Aloysius". The Hindu. July 19, 2004. Archived from the original on 19 October 2010. Retrieved 22 January 2010.
- ↑ "Department of Physical Education". University of Calicut. Archived from the original on January 29, 2009. Retrieved 22 January 2010.