ବଂଶୀଧର ପଣ୍ଡା

ଉଇକିପିଡ଼ିଆ‌ରୁ
ବଂଶୀଧର ପଣ୍ଡା
ଜନ୍ମ(1932-11-26)୨୬ ନଭେମ୍ବର ୧୯୩୨


[୧]
ମଧୁବନ, ବାରଙ୍ଗ
ମୃତ୍ୟୁ୨୨ ମଇ ୨୦୧୮(2018-05-22) (ବୟସ ୮୫)
ଶିକ୍ଷାନୁଷ୍ଠାନବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ହାଭାର୍ଡ଼ ବିଶ୍ୱବିଦ୍ୟାଳୟ,
ମିଚିଗାନ ବୈଷୟିକ ବିଶ୍ୱବିଦ୍ୟାଳୟ[୨]
ପ୍ରସିଦ୍ଧିଇମ୍ଫା[୩]
ବୈବାହିକ-ସାଥୀଇଲା ପଣ୍ଡା[୪]
ସନ୍ତାନବୈଜୟନ୍ତ ପଣ୍ଡା[୫],ଶୁଭ୍ରକାନ୍ତ, ପାରମିତା, ନିବେଦିତା

ବଂଶୀଧର ପଣ୍ଡା, (୨୬ ନଭେମ୍ବର ୧୯୩୨- ୨୨ ମଇ ୨୦୧୮) ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ ।[୬] ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । [୭] ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା । ବିଜୁ ବାବୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବଂଶୀଧର ବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ସେତେବେଳେ, ବଂଶୀଧର ଯୁକ୍ତରାଷ୍ଟ୍ର ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଶିଳ୍ପସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ବଂଶୀଧର, ବିଜୁ ବାବୁଙ୍କ ନିମନ୍ତ୍ରଣ ରକ୍ଷାକରି, ନିଜ ଚାକିରୀ ଛାଡି ଓଡ଼ିଶା ଫେରିଆସିଥିଲେ ଓ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର(ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ଥେରୁବାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ, ଇମ୍ଫା ଓଡ଼ିଶାର ନିଜସ୍ୱ ପ୍ରଯୁକ୍ତିରେ ନିର୍ମିତ ଦ୍ୱିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା । ଇମ୍ଫା ବହୁ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ, ପାରିପାର୍ଶ୍ୱର ବହୁ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିଥିଲା । ବଂଶୀଧର "ଉତ୍କଳ ଚାମ୍ବର ଅଫ କମର୍ସ", "ଏନ ଆଇଟି ରାଉରକେଲା ପରିଚାଳନା ସମିତି", "ଆଇ ଆଇଟି ଖଡ଼ଗପୁର ପରିଚାଳନା ସମିତି"ର ଅଧ୍ୟକ୍ଷ ଏବଂ "ଆଇ ଆଇ ଏମ କଲିକତା ପରିଚାଳନା ସମିତି"ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮]

ବଂଶୀଧର ବାବୁ କେବଳ ଜଣେ ଶିଳ୍ପପତି ନହୋଇ, ସମାଜର ଅନଗ୍ରସର ବର୍ଗର କଲ୍ୟାଣ ନିମନ୍ତେ ଚେଷ୍ଟିତ ଥିଲେ । ୨୦୧୧ରେ 'ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ' ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟକରୁଥିଲେ ।[୯] ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ । [୧୦]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "50th Foundation Day of Indian Metals and Ferro Alloys Limited (IMFA)". ବାଟୋଇ ସିଷ୍ଟମ୍ସ. Retrieved 8 June 2014.
  2. http://investing.businessweek.com/research/stocks/people/person.asp?personId=83526296&ticker=IMFA:IN
  3. http://www.imfa.in/about-us/vision.htm
  4. Sura College of Competition; V.V.K.Subburaj (1 August 2004). Basic Facts of General Knowledge. Sura Books. pp. 1011–. ISBN 978-81-7254-234-4.
  5. http://www.archive.india.gov.in/govt/loksabhampbiodata.php?mpcode=4422
  6. http://odishatv.in/odisha/body-slider/end-of-an-era-illustrious-son-of-soil-bansidhar-panda-no-more-297541
  7. Balaram Mohanty (1979). Introducing Orissa. Konarka Prakasani.
  8. "ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ". ସମ୍ବାଦ ୨୩/୦୫/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 23 May 2018.[permanent dead link]
  9. http://www.bipf.org.in/history.html[permanent dead link]
  10. ODISHA Reference Year Book 2014. B.K PUBLICATIONS PVT. LTD. p. 778. ISBN 9789380422541.
  11. http://www.telegraphindia.com/1120303/jsp/odisha/story_15204861.jsp#.U5Gcu3by9Ls