ଫେନାଜୋପାଇରିଡିନ

ଉଇକିପିଡ଼ିଆ‌ରୁ
ଫେନାଜୋପାଇରିଡିନ
Clinical data
Trade namesPyridium, others
AHFS/Drugs.commonograph
MedlinePlusa682231
data
Pregnancy
category
  • B
Routes of
administration
By mouth
Legal status
Legal status
  • CA: prescription only in BC and ON
  • US: OTC
Identifiers
  • 3-phenyldiazenylpyridine-2,6-diamine
ECHA InfoCard100.002.149 Edit this at Wikidata
Chemical and physical data
FormulaC11H11N5
Molar mass୨୧୩.୨୪ g·mol−1
  (verify)

ଫେନାଜୋପାଇରିଡିନ, ଅନ୍ୟମାନଙ୍କ ପାରିଡିଅମ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୂତ୍ରନଳୀ ସଂକ୍ରମଣ, ଅସ୍ତ୍ରୋପଚାର କିମ୍ବା ମୂତ୍ରନଳୀରେ ଆଘାତ କାରଣରୁ ହେଉଥିବା ପୀଡ଼ାର ଉପଶମ କରିଥାଏ ।[୧] ସଂକ୍ରମଣ ପାଇଁ ଏହା ପ୍ରଥମ ଦୁଇ ଦିନ ଆଣ୍ଟିବାୟୋଟିକ୍ ସହିତ ବ୍ୟବହୃତ ହୋଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧]

ପାର୍ଶ୍ୱ ପ୍ରତିକ୍ରିୟାରେ କମଳା ରଙ୍ଗର ପରିସ୍ରା ହୋଇପାରେ ।[୧] [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହଳଦିଆ ଚର୍ମ, ମେଥେମୋଗ୍ଲୋବିନେମିଆ, ସଲଫେମୋଗ୍ଲୋବିନେମିଆ ଏବଂ ହେମୋଲାଇଟିକ୍ ରକ୍ତହୀନତା ହୋଇପାରେ ।[୧] [୩] କିଡନୀ କିମ୍ବା ଯକୃତ ଜନିତ ସମସ୍ୟାରେ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ ।[୪] ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୪] ଫେନାଜୋପାରିଡିନ ହେଉଛି ଏକ ଆଜୋ ରଙ୍ଗଦ୍ରବ୍ୟ ଏବଂ ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[୧]

୧୯୩୦ ଦଶକରେ ଫେନାଜୋପାଇରିଡିନ ଚିକିତ୍ସା ବ୍ୟବହାରରେ ଆସିଥିଲା ।[୫] ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[୧] [୬] ଯୁକ୍ତରାଷ୍ଟ୍ରରେ ୨୦୦ ମିଗ୍ରାର ଛଅ ମାତ୍ରାର ମୂଲ୍ୟ ପ୍ରାୟ ୮ ଡଲାର ଅଟେ ।[୭] ୨୦୧୫ ସୁଦ୍ଧା କାନାଡ଼ାରେ ଏହା ସହଜରେ ଉପଲବ୍ଧ ହୋଇନାହିଁ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Phenazopyridine Hydrochloride Monograph for Professionals". Drugs.com (in ଇଂରାଜୀ). Archived from the original on 25 July 2019. Retrieved 13 October 2020.
  2. Moldwin, Robert M. (2017). Urological and Gynaecological Chronic Pelvic Pain: Current Therapies (in ଇଂରାଜୀ). Springer. p. 237. ISBN 978-3-319-48464-8. Archived from the original on 2021-08-28. Retrieved 2020-10-13.
  3. "Phenazopyridine". Drugs and Lactation Database (LactMed). National Library of Medicine (US). October 31, 2018. Archived from the original on 26 February 2021. Retrieved 13 October 2020.
  4. ୪.୦ ୪.୧ "Phenazopyridine Use During Pregnancy". Drugs.com (in ଇଂରାଜୀ). Archived from the original on 2021-01-24. Retrieved 2020-10-13.
  5. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 383. ISBN 978-0-471-89979-2. Archived from the original on 2021-08-28. Retrieved 2020-10-13.
  6. Wang, A; Nizran, P; Malone, MA; Riley, T (September 2013). "Urinary tract infections". Primary care. 40 (3): 687–706. doi:10.1016/j.pop.2013.06.005. PMID 23958364.
  7. "Phenazopyridine Prices and Phenazopyridine Coupons". GoodRx (in ଆମେରିକୀୟ ଇଂରାଜୀ). Archived from the original on 17 June 2019. Retrieved 13 October 2020.
  8. "Calgary doctor answers 'burning' questions about bladder infections". CBC. Archived from the original on 29 August 2018. Retrieved 13 October 2020.