ପ୍ରବାସୀ ଭାରତୀୟ ଦିବସ

ଉଇକିପିଡ଼ିଆ‌ରୁ

ପ୍ରତିବର୍ଷ ଭାରତ ସରକାରଙ୍କଦ୍ୱାରା ଜାନୁଆରୀ ୯ ତରିଖ ଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହି ଦିନ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶକୁ ଫେରିଥିଲେ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ୨୦୦୩ ମସିହାରୁ ଏହି ଦିନର ଉତ୍ସବ ଆରମ୍ଭ ହୋଇଥିଲା ।[୧] ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ଚିନ୍ତାଧାରା ସ୍ୱର୍ଗୀୟ ଲକ୍ଷ୍ମୀମଲ ସିଂଭିଙ୍କ ପରିକଳ୍ପନା ଥିଲା ।

ପ୍ରଥମ ପ୍ରଭାସୀ ଭାରତୀ ଦିବସ ୯ ଜାନୁୟାରୀ ୨୦୦୩ରେ ନୂଆଦିଲ୍ଲୀରେ ପାଳିତ ହୋଇଥିଲା ।

୨୦୧୯ ମସିହାରେ, ବାରାଣାସୀରେ ଏହି ଅବସରରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ବହୁ ବଡ ଶିଳ୍ପପତି ଏବଂ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ସାଧାରଣତଃ ଏହି ଅବସରରେ ଏକ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥିରେ ଯେଉଁ ପ୍ରବାସୀ ଭାରତୀୟ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଏ ଏବଂ ସେମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ଦିଆଯାଏ । ଭାରତୀୟ ବଂଶୋଦ୍ଭବ (ବଂଶଧର) ପ୍ରବାସୀ ଭାରତୀୟ ଏବଂ ସେମାନଙ୍କ ସମସ୍ୟା ସମ୍ବନ୍ଧୀୟ ବିଷୟଗୁଡ଼ିକର ଆଲୋଚନା ପାଇଁ ଏହି କାର୍ଯ୍ୟକ୍ରମ ମଧ୍ୟ ଏକ ମଞ୍ଚ ।

ଉଦ୍ଦେଶ୍ୟ[ସମ୍ପାଦନା]

  • ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ପ୍ରକାଶ କରିବା ସହିତ ସେମାନଙ୍କ ଦେଶବାସୀଙ୍କ ସହିତ ସକରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା ।
  • ପ୍ରବାସୀ ଭାଇମାନଙ୍କ ସଫଳତା ବିଷୟରେ ଭାରତର ଲୋକଙ୍କୁ ଅବଗତ କରାଇବା ଏବଂ ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ପ୍ରବାସୀମାନଙ୍କୁ ଅବଗତ କରାଇବା ।
  • ବିଶ୍ୱର ୧୧୦ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କର ଏକ ନେଟୱାର୍କ ସୃଷ୍ଟି ।
  • ଭାରତର ଅନ୍ୟ ଦେଶମାନଙ୍କ ସହିତ ଥିବା ଆନ୍ତରିକ ସମ୍ପର୍କରେ ପ୍ରବାସୀମାନଙ୍କ ଭୂମିକା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ।
  • ଭାରତର ଯୁବ ପିଢୀକୁ ପ୍ରବାସୀ ଭାଇମାନଙ୍କ ସହିତ ସଂଯୋଗ କରିବା ।
  • ବିଦେଶରେ ଭାରତୀୟ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିବା ।[୨]

ଆଧାର[ସମ୍ପାଦନା]

  1. Tharoor, Shashi (15 January 2013). "The Global Indian | by Shashi Tharoor". Project Syndicate (in ଇଂରାଜୀ). Retrieved 21 February 2022.
  2. "Pravasi Bharatiya Divas - 2011". web.archive.org. 25 February 2011. Archived from the original on 25 February 2011. Retrieved 21 February 2022.