ପୁରୁଷୋତ୍ତମ ଯୋଗ

ଉଇକିପିଡ଼ିଆ‌ରୁ

ଗୀତାୟା ପୁରୁଷୋତ୍ତମ ଯୋଗଃ

"ଓଁ ଅଜ୍ଞାନ ତିମିରାନ୍ଧସ୍ଯ ଜ୍ଞାନାଞ୍ଜନ ଶଳାକୟା|

ଚକ୍ଷୁରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ||"

ଶ୍ରୀଚୈତନ୍ଯ ମନୋ{ଭୀଷ୍ମ ସ୍ଥାପିତଂ ଯେନ ଭୂତଳେ

ସ୍ୱୟଂ ରୂପଃ କଦା ମହ୍ଯଂ ଦଦାତିସ୍ପ ପଦାନ୍ତିକମ୍||"

ମୁଁ ଯେଉଁ ଅନ୍ଧକାର- ଅଜ୍ଞାନାନ୍ଧକାର ମଧ୍ଯରେ ଜନ୍ମ ହୋଇଥିଲି ଏବଂ ମୋର ଗୁରୁ ଜ୍ଞାନାଲୋକଦ୍ୱାରା ମୋର ଚକ୍ଷୁ ଖୋଲିଦେଲେ |ମୁଁ ତାଙ୍କୁ ମୋର ଭକ୍ତିପୁତ ପ୍ରଣାମ ଜଣାଉଛି|

ଉପକ୍ରମ

    କାଳର କୁଟିଳ ବତିରେ ଏବେ 'ଶ୍ରୀମଦ୍ ଭଗବତଗୀତା' ଆମ ଶିକ୍ଷିତଙ୍କ ମୁଖରେ 'ଭାଗବତ୍ ଗୀତା' ହୋଇପାରିଛି|

     ଶ୍ରୀମଦ୍ ଭଗବତ୍ ଗୀତା ସମଗ୍ର ବିଶ୍ୱର ଅବିନଶ୍ୱର ତଥ୍ୟପୂର୍ଣ୍ଣ ଗ୍ରନ୍ଥ | ସମସ୍ତ ମାନବ ଜାତିର ଚିରକାମ୍ଯ ମଙ୍ଗଳ ବିଧାନ ନିମନ୍ତେ ଗୀତାର ଶ୍ଳୋକ ସମୂହ ଏକ ଆଧ୍ଯାତ୍ମିକ ରତ୍ନଭଣ୍ଡାର କହିଲେ ଅତ୍ଯୁକ୍ତି ହେବନାହିଁ |

      ଶ୍ରୀମଦ୍ ଭାଗବତଗୀତାର ଶୈଳୀ ଅତ୍ଯନ୍ତ ସରଳ, ସରସ ସୁକୋମଳ ଓ ସୁମଧୁର ଅଟେ| ବେଦ ଉପନିଷଦ, ଧର୍ମଶାସ୍ତ୍ରଗୁଡିକରେ ଯାହା ଅତ୍ଯନ୍ତ ଦରୁହଭାବରେ ବର୍ଣ୍ଣିତ ହୋଇଛି| ତାହା ଗୀତାରେ ଅତି ସୁଗମ ଓ ସୁବୋଧ ଭାଷାରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ରୂପେ ଅତି ଋଚୋକଭାବେ ଚିତ୍ରିତ ହୋଇଛି| ଗୀତାର ଅଧ୍ଯୟନଦ୍ୱାରା ହିଁ ଲୌକିକ ଓ ପରଲୌକିକ ସମସ୍ତ ବିଷୟରେ ଜ୍ଞାନ ମିଳିଥାଏ| ଗୀତାର ଅଧ୍ଯୟନ ପରେ ଅନ୍ଯ କୌଣସି ଶାସ୍ତ୍ରର ପଠନ ଅନ୍ଯାବଶ୍ଯକ ବୋଲି କୁହାଯାଇଛି|

“ଗୀତା ସୁଗୀତା କର୍ତ୍ତବ୍ୟ

କିମନ୍ଯୈଃ ଶାସ୍ତ୍ର ବିସ୍ତରୈଃ ।

ଯା ସ୍ୱୟଂ ପଦ୍ମନାଭସ୍ୟ

ମୁଖ ପଦ୍ମାଦ୍ ବିନିଃସୃତା ।”

ଯେଉଁଠାରେ ଗୋଟିଏ ସ୍ଥଳରେ ଆତ୍ମା, ପରମାତ୍ମା, ସ୍ୱର୍ଗ ଓ ମୋକ୍ଷର ଅମୃତମୟ ଜ୍ଞାନ ଗଧିତ ହୋଇଛି, ସେହି ଗ୍ରନ୍ଥର ନାମ ହେଉଛି ଗୀତା । ଗୀତାରେ କ୍ୱଚିତ୍ କର୍ମଯୋଗ, କ୍ୱଚିତ୍ ଜ୍ଞାନ ଯୋଗ, ଭକ୍ତିଯୋଗ, ଅନ୍ୟତ୍ର ସାଂଖ୍ୟଯୋଗ, ଓ କେଉଁଠି ପୁଣି ସମତ୍ୱ ଯୋଗ ବିଦ୍ୱାନମାନଙ୍କୁ ମାନସ ପଠନକୁ ଅନୁରଞ୍ଜନ କରିଥାଏ ।

୨) ଗୀତା ଏକ ସ୍ବତନ୍ତ୍ର ଗ୍ରନ୍ଥ ନୁହେଁ, ଏହା ମହାଭାରତରେ ଅଂଶବିଶେଷ:

ଶ୍ରୀମଦ୍‌ଭଗବତ୍ ଗୀତା ସ୍ୱତନ୍ତ୍ର ଗ୍ରନ୍ଥ ନୁହେଁ ମହାଭାରତର ଅଠର ଗୋଟି ପର୍ବମଧ୍ୟରୁ ନବମ ପର୍ବ ହେଉଛି ଭୀଷ୍ମପର୍ବ । ତା’ରି ଭିତରେ ଗୀତାର ସମସ୍ତ ଅଠରଟି ଅଧ୍ୟାୟ ରହିଅଛି। ତେଣୁ, ଗୀତା ଗୋଟିଏ ସ୍ବତନ୍ତ୍ର ଗ୍ରନ୍ଥ ନୁହେଁ। ସଂସ୍କୃତ ମହାଭାରତରେ ଏହା ଗୋଟିଏ ଅଂଶମାତ୍ର।


୩) ମହାଭାରତରେ ଥିବା ବିଭିନ୍ନ ଗୀତା:

ସାଧାରଣତଃ ଗୀତା କହିଲେ “ଶ୍ରୀମଦ୍ ଭଗବଦ୍ ଗୀତା”କୁ ହିଁ ବୁଝାଯାଏ। କିନ୍ତୁ ସଂସ୍କୃତରେ ଅସଂଖ୍ୟ ଗୀତା ରହିଅଛି। ସଂସ୍କୃତ ମହାଭାରତରେ ୧୮ ଗୋଟି ପର୍ବ, ଖଣ୍ଡ ବା ବିଭାଗ ରହିଛି। ତା’ ଭିତରେ ଶ୍ରୀମଦ୍ ଭଗବଦ୍ ଗୀତା ଛଡ଼ା ଆହୁରି ୧୫ ଗୋଟି ଗୀତା ରହିଛି ବୋଲି ପଣ୍ଡିତମାନେ ଦେଖାଇଛନ୍ତ । ସେଗୁଡିକ ହେଲା :-

୧) ଉତଥ୍ୟ ଗୀତା

୨) ବାମ ଦେବ ଗୀତା

୩) ଋଷଭ ଗୀତା

୪) ବ୍ରହ୍ମଗୀତା