ପାମେଲା ବୋର୍ଡ୍‌ସ

ଉଇକିପିଡ଼ିଆ‌ରୁ

ପାମେଲା ଚୌଧୁରୀ ସିଂ (ଜନ୍ମ ୧୯୬୧, ନୂଆଦିଲ୍ଲୀ), ଯିଏ କିଛି ବର୍ଷ ପାଇଁ ପାମେଲା ବୋର୍ଡସ୍ ଭାବେ ଜଣାଶୁଣା, ଜଣେ ଭାରତ ଜନ୍ମିତ ଛାୟା ଚିତ୍ରତ୍ତୋଳକ ଓ ପୂର୍ବତନ ଫେମିନା ମିସ୍ ଇଣ୍ଡିଆ ।

ବ୍ୟକ୍ତିଗତ ଇତିହାସ[ସମ୍ପାଦନା]

ସିଂ ନୂଆଦିଲ୍ଲୀରେ ୧୯୬୧ରେ ଜନ୍ମ ହୋଇଥିଲେ । ତାଙ୍କ ବାପା ମେଜର ମହିନ୍ଦର ସିଂ କାଡ଼ିଆନ୍ ଭାରତୀୟ ସ୍ଥଳ ସେନାର ଉଚ୍ଚ ପଦସ୍ଥ ଅଧିକାରୀ । ସେ ଜୟପୁରର ମହାରାଣୀ ଗାୟତ୍ରୀ ଦେବୀ ବାଳିକା ସର୍ବସାଧାରଣ ବିଦ୍ୟାଳୟରେ ପଢ଼ିଥିଲେ ଓ ପପେ ସାହିତ୍ୟ ପଢ଼ିବା ପାଇଁ ଦିଲ୍ଲୀର ଲେଡି ଶ୍ରୀରୀମ ମହାବିଦ୍ୟାଳୟ ଯାଇଥିଲେ । ସେ ୧୯୮୨ରେ ମିସ୍ ଇଣ୍ଡିଆ ଉପାଧି ଜିତିଥିଲେ ଓ ସେହି ବର୍ଷ ଭାରତକୁ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ । ପରେ ସେ ୟୁରୋପି ସ୍ଥାନାନ୍ତରିତ ହୋଇଥିଲେ, ଓ ସେଠାରେ ହେନେରୀ ବୋର୍ଡସଙ୍କୁ ଦେଖା ହୋଇଥିଲେ ।

ପାମେଲା ନ୍ୟୁୟର୍କର ପାର୍ସନସ୍ ସ୍କୁଲ୍ ଅଫ୍ ଡଜାଇନ୍, ଫ୍ରାନ୍ସର ଆମେରିକାନ୍ ୟୁନିଭର୍ସିଟି ଅଫ୍ ପ୍ୟାରିସ୍,ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଶିକ୍ଷାଲାଭ କରିଥିଲେ ।[୧][୨] ସେ ସାମ୍ବାଦିକତାକୁ ନିଜ ବୃତ୍ତି ଭାବେ ଗ୍ରହଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. Khosla, Surabhi. "Shooting what she loves" Archived 7 December 2008 at the Wayback Machine., the-south-asian.com, May 2004 , retrieved 7 October 2008.
  2. Thayil, Jeet. "Pamela Singh's new passion: art photography", rediff.com, 8 August 2001, retrieved 7 October 2008.
  3. Sears, Neil (1 March 2010). "What Pamella Bordes did next: From society call-girl to life in a hippy haven". Daily Mail. Retrieved 14 January 2016.