ନରନାପ୍ପା ଉପ୍ପୂର

ଉଇକିପିଡ଼ିଆ‌ରୁ
ଫାଇଲ:Naranappa Uppoor, Yakshagana bhagavath.jpg
Naranappa Uppoor (1918-1984),Yakshagana bhagavath

ନରନାପ୍ପା ଉପ୍ପୂର (୧୯୧୮–୧୯୮୪) ବିଂଶ ଶତାବ୍ଦୀରେ 'ଯକ୍ଷଗଣ କଳା'ର ଜଣେ ବିଖ୍ୟାତ 'ଭଗବତ' ବା ଯକ୍ଷଗଣ ଗାୟକ ଥିଲେ ।[୧] ତାଙ୍କର ସ୍ୱର ନିମନ୍ତେ ସ୍ୱର, ପରମ୍ପରା ଜ୍ଞାନ ଓ ଯକ୍ଷଗଣର ଐତିହ୍ୟ ସ‌ହିତ ପରିଚିତ ଥିଲେ । ଲେଖକ ଡକ୍ଟର ଶିବରାମ କରନ୍ଥ ଓ ତାଙ୍କ ସ‌ହଗାମୀଙ୍କ ମତରେ ଯକ୍ଷଗଣର ମଞ୍ଚ ପରମ୍ପରା ସ‌ହିତ ନରନାପ୍ପା ଉପ୍ପୂର ଉତ୍ତମ ରୂପେ ପରିଚିତ ଥିଲେ । ଏକ ମାତ୍ର ସେ ଥିଲେ ଯିଏ କି ଆମର ଐତିହ୍ୟ କଅଣ ଥିଲା ଓ ଆମେ କଅଣ ହରଉଛୁ, ତାହା ସେ ଭଲ ରୁପେ ହୃଦୟଙ୍ଗ କରିଥିଲେ ।[୧]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ଭାରତର ଉଦୁପି ତାଲୁକରେ (Udupi Taluk) ଥିବା ଏକ ଛୋଟ ଗ୍ରାମ 'ମାର୍ଭି'ରେ ନରନାପ୍ପା ଉପ୍ପୂର ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ପିତାଙ୍କ ନାମ 'ମାର୍ଭି ଶ୍ରୀନିବାସ ଉପ୍ପୂର' ଥିଲା ।[୧] ତାଙ୍କ ପିତା ଯକ୍ଷଗଣ ଶିକ୍ଷାରେ ତାଙ୍କର ଗୁରୁ ଥିଲେ । ମାର୍ଭି ଶ୍ରୀନିବାସ ଉପ୍ପୂର ୪୦ ବର୍ଷ ଧରି ନିଜେ ଜଣେ ଭଗବତ ବା ଯକ୍ଷଗଣ ଗାୟକ ଥିଲେ ଓ ତାଙ୍କର ନିଜସ୍ୱ ଏକ ପୃଥକ ଶୈଳୀରେ ଗାଉଥିଲେ ଯାହାକୁ ମାର୍ଭି ଶୈଳୀ କୁହାଗଲା, ତାଙ୍କର ଭାଇ ଯକ୍ଷଗଣର ମଦ୍ଦାଲେ ବାଦ୍ୟ ବାଦକ ଥିଲେ ।[୧] ପିତା ଓ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କଠାରୁ ନରନାପ୍ପା ଉପ୍ପୂର ଗାଇବା କଳା ଓ ଯକ୍ଷଗଣର ଅନ୍ୟାନ୍ୟ କଳା ଶିକ୍ଷା କରିଥିଲେ ।

ଯକ୍ଷଗଣକୁ ଅବଦାନ[ସମ୍ପାଦନା]

ନରନାପ୍ପା ଉପ୍ପୂର ୧୯୩୭ ମସିହାରେ କୋଟାରେ ହେଉଥିବା ଶ୍ରୀ ଅମୃତେଶ୍ୱର ମେଳାରେ ଭଗବତ ଗାୟକ ଭାବରେ ଗାଇବା ଆରମ୍ଭ କରିଥିଲେ ।[୧] ନରନାପ୍ପା ଉପ୍ପୂର ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ ବିଂଶ ଶତାବ୍ଦୀରେ ଭଲ ରୁପେ ପରିଚିତ ଥିଲେ । ପ୍ରାୟ ଚାରି ଦଶକ ବ୍ୟାପି ତାଙ୍କର ପେଷାରେ ସେ ଅନେକ ଯକ୍ଷଗଣ ଦଳରେ ଭଗବତ ଭାବରେ କାମ କରିଥିଲେ ଓ ଏହା ମଧ୍ୟରେ କୋଟାର ଶ୍ରୀ ଅମୃତେଶ୍ୱରୀ ଯକ୍ଷଗଣ ମଣ୍ଡଳୀ ଓ ସାଲିଗ୍ରମ, ସୌକୁର, ଇଦୁଗଞ୍ଜି, କୋଲ୍ଲୁର, ମରନ‌କ୍କାଟ୍ଟେ ଇତ୍ୟାଦି ସ୍ଥାନରେ କାମ କରିଥିଲେ ।[୧] ସେ ଚାଳିଶଟି ଗୀତ ମୁଖସ୍ତ କରି ରଖିଥିଲେ ଓ ତାହାକୁ ୬୦ଟି ରାଗରେ ଗାଇ ପାରୁଥିଲେ ।[୧]

ପ୍ରଶିକ୍ଷଣ[ସମ୍ପାଦନା]

ତାଙ୍କ ଜୀବଦ୍ଦଶାରେ ସେ ଅନେକ ଶିକ୍ଷାର୍ଥୀଙ୍କୁ ଯକ୍ଷଗଣ ପ୍ରଶିକ୍ଷଣ ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଶିଷ୍ୟ ପରବର୍ତ୍ତୀ କାଳରେ ଉତ୍ତମ ଭଗବତ ହୋଇପାରିଥିଲେ । ତାଙ୍କ ଶିଷ୍ୟଙ୍କ ମଧ୍ୟରୁ କଲିଙ୍ଗ ନବଦା ଶ୍ରେଷ୍ଠ ଥିଲେ ଯିଏ ନରନାପ୍ପା ଉପ୍ପୂରଙ୍କର ଗାଇବା ଶୈଳୀର ଉତ୍ତରାଧୀକାରୀ ଥିଲେ । ନରନାପ୍ପା ଉପ୍ପୂରଙ୍କଠାରୁ ସୁବ୍ରମନ୍ୟ ଧରେଶ୍ୱେର, ରାଘବେନ୍ଦ୍ର ମୟା ଇତ୍ୟାଦି ଶିକ୍ଷା ଲାଭ କରି ବିଖ୍ୟାତ ଭଗବତ ହୋଇଥିଲେ ଯେଉଁମାନେ କର୍ଣ୍ଣାଟକର ତଟବର୍ତ୍ତୀ ସ୍ଥାନମାନଙ୍କରୁ ଆସିଥିଲେ । ମଦ୍ଦାଲେ ବାଦ୍ୟ ବାଦକମାନଙ୍କୁ ମଧ୍ୟ ସେ ପ୍ରୋତ୍ସାହିତ କରୁଥିଲେ ।[୨] ଖ୍ୟାତନାମା କଳିଙ୍ଗ ନବଦଙ୍କୁ (Kalinga Navada) ନରନାପ୍ପା ଉପ୍ପୂର ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟାନ୍ୟ ଶିଷ୍ୟମାନଙ୍କର ନାମ ଜି ସଦାନନ୍ଦ ଅଇଥଲା, କେଜି ରାମାରାଓ, କେପି ହେଗଡ଼େ, ନାରାୟନ ଶବରାୟା, ଏସ ସୁରେଶ ଇତ୍ୟାଦି ଉଲ୍ଲେଖନୀୟ ଥିଲେ ।

ଯକ୍ଷଗଣ କଳାକେନ୍ଦ୍ର, ହଙ୍ଗରକାଟ୍ଟେ[ସମ୍ପାଦନା]

କୋଟାର (Kota) ହେରେମାଲିଙ୍ଗେଶ୍ୱର ମନ୍ଦିରସ୍ଥ ହଙ୍ଗରକାଟ୍ଟେ ଯକ୍ଷଗଣ କେନ୍ଦ୍ର ବିଦ୍ୟାଳୟ ୧୯୭୨ ମସିହାରେ ନରନାପ୍ପା ଉପ୍ପୂର ସ୍ଥାପନା କରିଥିଲେ । ସେହି କେନ୍ଦ୍ରରେ ଶହ ଶହ ଛାତ୍ର ଯକ୍ଷଗଣ କଳା ଶିକ୍ଷାଲାଭ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ନରନାପ୍ପା ଉପ୍ପୂର ୧୨ ଏପ୍ରିଲ, ୧୯୮୪ ମସିହାରେ ଏକ ତାଙ୍କର ପ୍ରଥମ ନିଯୁକ୍ତିଦାତା 'ଅମୃତେଶ୍ୱରୀ ଯକ୍ଷଗଣ' ଦଳ ପାଇଁ ଏକ ଜନ ପ୍ରଦର୍ଶନରେ ଗୀତ ଗାଉଥିବା ବେଳେ ହଠାତ୍ ହୃଦ୍‌ଘାତର ଶିକାର ହୋଇଥିଲେ ଓ ସେହି ଦିନ ସେ ପରବର୍ତ୍ତୀ ସମୟରେ ମୃତ୍ୟୁ ବରଣ କରିଥିଲେ ।[୧]

ପୁରସ୍କର ସ୍ଥାପନା[ସମ୍ପାଦନା]

ଯକ୍ଷଗଣ କଲରଙ୍ଗ ଉଦୁପିରୁ ବଛା ଯାଇଥିବା କଳାକାରଙ୍କୁ ପ୍ରତି ବର୍ଷ ଭଗବତ ନରନାପ୍ପା ଉପ୍ପୂର ପୁରସ୍କାର ଦିଆଯାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ K.S., Upadhyaya (12 May 2001). "Sri Naranappa Uppooru". Udupi: Yakshagana.com. Retrieved 21 August 2012.
  2. Shastry, Anil KUmar (15 April 2009). "Hear the drums speak for him". The Hindu. Archived from the original on 19 April 2009. Retrieved 21 August 2012.
  3. The, HIndu (3 November 2011). "Yakshagana Kalaranga awards for 12 artistes". The Hindu. Mangalore. Retrieved 21 August 2012.