ଦିଲରୁବା ଯସ୍ମିନ ରୁହୀ

ଉଇକିପିଡ଼ିଆ‌ରୁ
ଦିଲରୁବା ଯସ୍ମିନ ରୁହୀ
দিলরুবা ইয়াসমীন রূহী
ଜନ୍ମ1988 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬- ଏବେଯାଏଁ
ଉଚ୍ଚତା5 ft 5 in (1.65 m)
ବୈବାହିକ-ସାଥୀମନସୁର୍ ଅଲ୍ଲୀ (୨୦୧୪- ଏବେଯାଏଁ)

ଦିଲରୁବା ଯସ୍ମିନ ରୁହୀ (ଜନ୍ମ: ୧୯୮୮) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ୨୦୦୭ରେ ସେ ରବିନ୍ଦ୍ରନାଥ ଠାକୁରଙ୍କର କ୍ଷୁଦ୍ର ଗଳ୍ପ ଉପରେ ଆଧାରିତ ଧାରାବାହିକ "ଅପରିଚିତ" ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ଜନ୍ମ‌[ସମ୍ପାଦନା]

ରୁହୀ ବଙ୍ଗଳାଦେଶର ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଗ୍ରଣୀ ସ୍କୁଲରେ ବିଜ୍ଞାନ ପଢ଼ୁଥିଲେ ମାତ୍ର ପରେ କଲେଜରେ ସେ ବିଜ୍ଞାନରୁ ଅର୍ଥଶାସ୍ତ୍ରକୁ ବଦଳି ହୋଇଯାଇଥିଲେ । ଏହି ସ‌ହ ସେ ଫ୍ୟାସନ ଡିଜାଇନରେ କିଛି ଛୋଟ ଶିକ୍ଷା ମଧ୍ୟ ନେଇଥିଲେ । ସେ ୬ଷ୍ଠ କିମ୍ବା ୭ମ ଶ୍ରେଣୀରେ ପଢ଼ୁଥିଲା ବେଳେ ତାଙ୍କର ଜଣେ ପଡ଼ୋଶୀଙ୍କର ପୋଷାକ ତିଆରି କରିଥିଲେ । ଏହାପରେ ୧୬ ବର୍ଷ ବୟସରେ ସେ ତାଙ୍କ ନିଜ ପାଇଁ ପୋଷାକ ତିଆରି କରିଥିଲେ ଏବଂ ସେବେଠାରୁ ଆଜିଯାଏଁ ତାଙ୍କ ନିଜର ପୋଷାକ ନିଜେ ତିଆରି କରୁଛନ୍ତି ।[୧] ୨୦୦୯ରେ ସେ ଉତ୍ତର ଦକ୍ଷିଣ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।

ମଡେଲିଂ ଜୀବନ[ସମ୍ପାଦନା]

ରୁହି ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ୨୦୦୬ରେ ସେ ମଡେଲିଂରେ ପାଦ ଦେଇଥିଲେ । ଛାୟା ଚିତ୍ରକାର ଫାରୁକି ହେଲାଲ ଏବଂ ଫ୍ୟାସନ ଡିଜାଇନର ଏମଦାଦ ହକ୍ ତାଙ୍କର କାର୍ଯ୍ୟକୁ ପ୍ରଥମେ ଗୁରୁତ୍ୱର ସ‌ହ ନେଇଥିଲେ ଏବଂ ତାଙ୍କୁ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଦୂରଦର୍ଶନ ବିଜ୍ଞାନପନ ଏବଂ ପ୍ରିଣ୍ଟ ଦୁନିଆର ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୨] ୨୦୦୬ ମାର୍ଚ୍ଚରେ ସେ ମଡେଲିଂରେ ସେଦ୍ୱାରା ବିଜ୍ଞାପନରେ କାର୍ଯ୍ୟ ଆରମ୍ଭ କରିଥିଲେ । ବଙ୍ଗଲେର ମେଳା ଥିଲା ତାଙ୍କର ପ୍ରଥମ କାର୍ଯ୍ୟ ।[୧] ୨୦୦୭ରେ ସେ ଏକ ଦୂରଦର୍ଶନ ବିଜ୍ଞାପନ ପାଇଁ ବଛାଯିବା ପରେ ସଭିଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେତେବେଳେ ସେ ପାରାଚୁଟ୍ ମଥା ତେଲର ବିଜ୍ଞାପନ ପାଇଁ ବଛାଯାଇଥିଲେ । ଏହି ବିଜ୍ଞାପନଟି ଅମିତାଭ ରେଜା ତିଆରି କରିଥିଲେ । ଏହାପରେ ସେ ଜର୍ମାନୀ ଏକ୍ସପ୍ଲୋରର ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନଟି ଆବେଦ ମୌଲିକ୍‌ଙ୍କଦ୍ୱାରା ତିଆରି କରାଯାଇଥିଲା । ସେ ଡାଇମଣ୍ଡ ୱାରଲ୍ଡ ଜୁଏଲାରୀ ନାମକ ସଂସ୍ଥାରେ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନଟି ସୋହେଲ ଅରମାନ ନିର୍ମାଣ କରିଥିଲେ ।[୧]ଏହି ସ‌ହ ସେ ଏଲାଇଟ ପାଏଣ୍ଟ[୨] ଏବଂ ହ୍ୟୁଣ୍ଡାଇ[୩] ପାଇଁ ମଧ୍ୟ ସେ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଦୁଇ ବର୍ଷ ମଧ୍ୟରେ ସେ ଅନେକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୧]

ବଙ୍ଗଲେର ମେଳା, କାୟ କ୍ରାଫ୍ଟ, ଡ୍ରେସିଡେଲ, ମନ୍ତ୍ରା ଏବଂ ଅରୋଙ୍ଗ ଭଳି ଫ୍ୟାସନ ଡିଜାଇନର ସଂସ୍ଥା ସ‌ହ ରୁହି କାର୍ଯ୍ୟ କରିଥିଲେ । ସେ ପଶ୍ଚିମ ବଙ୍ଗରେ ମଧ୍ୟ ଜଣେ ମଡେଲ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୧୪ଠାରୁ ସେ ଜାକୋଣ୍ଡେର ମୁଖ୍ୟ ବିଜ୍ଞାପନ ପ୍ରଚାରକ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୭ରେ ସେ ଏକ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପ୍ରେବେଶ କରିଥିଲେ । ରବିନ୍ଦ୍ର ନାଥ ଠାକୁରଙ୍କ ରଚିତ କ୍ଷୁଦ୍ର ଗଳ୍ପ ଅପରିଚିତ ଉପରେ ଆଧାରିତ ଥିଲା ଏହି ଚଳଚ୍ଚିତ୍ରଟି । [୪] ଏହାପରେ ସେ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ନିଜସ୍ୱ ଜୀବନ[ସମ୍ପାଦନା]

୨୦୧୧ ଡିସେମ୍ବରରେ ଶୋଙ୍ଗରାମ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ କରୁଥିବା ବେଳେ ରୁହି ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନସୁର୍ ଅଲ୍ଲୀଙ୍କୁ ଭେଟି ଥିଲେ । ଏହାପରେ ସେ ଧିରେ ଧିରେ ତାଙ୍କ ସ‌ହ ଅଧିକ ଘନିଷ୍ଠ ହୋଇଥିଲେ ।[୫] ୩ ସେପ୍ଟେମ୍ବର ୨୦୧୪ରେ ରୁହି ଏବଂ ଅଲ୍ଲୀଙ୍କର ବିଭାଘର ଢାକାଠାରୁ ଅନୁଷ୍ଠିତ ହୋଇଥିଲା ।[୬] ୪ ସେପ୍ଟେମ୍ବରରେ ସେମାନଙ୍କର ଏକ ବଡ଼ ଭବ୍ୟ ସମୋରୋହରେ ବିବାହ ସମ୍ପନ୍ନ ହୋଇଥିଲା ।[୭][୮] ୫ ସେପ୍ଟେମ୍ବରରେ ତାଙ୍କର ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା ।[୬][୯] ବିବାହ ପରଠାରୁ ରୁହି ତାଙ୍କର ସମୟ ଢାକା ଏବଂ ଲଣ୍ଡନରେ କାଟୁଛନ୍ତି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Islam, Zia Nazmul; Ahmed, Adnan (4 January 2014). "Ruhee Bursting into Celluloid". The Daily Star. Retrieved 1 November 2014.
  2. ୨.୦ ୨.୧ ୨.୨ "Ruhee going strong". Dhaka Herald. 24 March 2014. Archived from the original on 5 December 2014. Retrieved 1 December 2014.
  3. "দিলরুবা ইয়াসমীন রুহি". Dhaka: Online Dhaka Guide. 28 January 2015. Archived from the original on 4 July 2015. Retrieved 4 July 2015.
  4. "Five Bangladeshi actresses rocking Tollywood". The Times of India. 4 March 2015. Retrieved 7 July 2015.
  5. "Nadia Ali, 23/06/2013". BBC Asian Network. 23 June 2014. Retrieved 1 November 2014.
  6. ୬.୦ ୬.୧ Mansoor Chatak, Hasan (2 September 2014). "Ruhee's new journey". Dhaka Tribune. Retrieved 1 November 2014.
  7. "Ruhi gets married". Prothom Alo. 25 August 2014. Archived from the original on 1 November 2014. Retrieved 1 November 2014.
  8. Mansoor Chatak, Hasan (25 August 2014). "Dilruba Yasmin Ruhi getting married". The Daily Ittefaq. Archived from the original on 1 November 2014. Retrieved 1 November 2014.
  9. Islam, Dhorbin (28 August 2014). "Actress Ruhi and Mansur Ali gets married". Brill News. Retrieved 1 November 2014.
  10. Hossain, Rafi; Haider, M. H (28 March 2015). "Ruhee Glamour Girl". The Daily Star. Retrieved 2 July 2015.