ତାଳଚେର କୋଇଲାଖଣି ସମୂହ

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox mine

ତାଳଚେର କୋଇଲାଖଣି ସମୂହ ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ । ଏହା ବ୍ରାହ୍ମଣୀ ନଦୀ ଉପତ୍ୟକାରେ ଅବସ୍ଥିତ ।

କୋଇଲାଖଣି ସମୂହ[ସମ୍ପାଦନା]

ଭାରତୀୟ ଭୂତତ୍ତ୍ୱ ସର୍ଭେ ବିଭାଗ  ଦ୍ୱାରା ଅନୁସନ୍ଧାନର ତଥ୍ୟ ଅନୁସାରେ ଏଠାରେ 38.65 ବିଲଲିଆନ ଟନ କୋଇଲା ଗଚ୍ଛିତ ଥିବାର ଜଣା ଯାଏ । ଏହା ଭାରତର ସର୍ବବୃହତ କୋଇଲା ଗଚ୍ଛିତ ଥିବା ସ୍ଥଳ । [୧]

ତାଳଚେର କୋଇଲାଖଣି ଅଞ୍ଚଳ 500 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏହି କୋଇଲା ନିମ୍ମ ଗ୍ରେଡର ହୋଇଥାଏ । ଏଥିରେ ମାତ୍ର 35% କାର୍ବନ ସହ 40 % ଅନନ୍ୟ ଦହନଶୀଳ ଦ୍ରବ୍ଯ ଓ 25% ପାଉଶ ଅଂଶ ରହିଥାଏ । [୨] 2011 ମସିହା ଅନୁସାରେ ଏଠାରୁ ଦୈନିକ 100 ,000 ଟନ ପରିମାଣର କୋଇଲା ଉତ୍ତୋଳିତ ହେଇ ଓଡ଼ିଶା , ତାମିଲନାଡି , ଆନ୍ଧ୍ରା ପ୍ରଦେଶ , ପଶ୍ଚିମ ବଙ୍ଗ ଓ ଭାରତର ଅନନ୍ୟ ଅଞ୍ଚଳକୁ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କୁ ପରବହନ ହେଇଥାଏ ।[୩]

ଇତିହାସ [ସମ୍ପାଦନା]

 ଏଠାରେ କୋଇଲା ଖଣି ଥିବାର 1837 ମସିହାରେ ପ୍ରଥମେ ଉଦ୍ଭାବିତ ହେଇଥିଲା । 1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା । ଦକ୍ଷିଣ ବଳାଣ୍ଡା ଖଣି 1960 ମସୁହାରେ , ନନ୍ଦିରା ଖଣି 1962ରେ , ଜଗନ୍ନାଥ ଖଣି 1972ରେ ଉତ୍ପାଦନ ଆରମ୍ଭ କଳା । 1972/73 ମସିହାରେ 0.91 ମିଲିୟନ ଟନ ଉତ୍ପାଦିତ ହାଉଥିବା ସ୍ଥଳେ 2001/02ରେ ତାହା ବୃଦ୍ଧହୀ ପାଇ 33.10 ମିଲିୟନ ଟନ  କୁ ପହଞ୍ଚି ଥିଲା ।ତାଳଚେର କୋଇଲାଖଣି ଅଞ୍ଚଳକୁ ପାଞ୍ଚଟି ପ୍ରଶାସନିକ ଆଞ୍ଚଲ ଯଥା ତାଳଚେର , ଜଗନ୍ନାଥ , କଳିଙ୍ଗ , ଲିଙ୍ଗରାଜ ଓ ହିଙ୍ଗୁଳା [୪][୫][୬]

ପରିବହନ [ସମ୍ପାଦନା]

1922 ମସିହାରୁ ନିର୍ଗୁଣ୍ଡିଠାରୁ ରେଳପଥ ସଂଯୋଗ ହେଇ ରେଳ ଜରିଆରେ ପରିବହନ ହେବା ସହ ରାଜପଥରେ ମଧ୍ୟ ପରିବହନ ହୁଏ । [୭]

References[ସମ୍ପାଦନା]

  1. "Coal Resources of India (As on 1.1.2004)" (PDF). Coal Wing, Geological Survey of India, Kolkata. Retrieved 30 November 2012.
  2. Majid Hussain, Geography of India (for Civil Service Exams), pp. 6-8, Tata McGraw Hill sarkari naukri
  3. "Rail roko hits coal supply in Talcher". The Telegraph. 18 February 2011. Retrieved 31 August 2008.
  4. "Talcher Coalfield". Mahanadi Coalfields Limited. Retrieved 31 August 2008.
  5. "Collieries". IRFCA. Retrieved 31 August 2008.
  6. "Mahanadi Coalfields Limited". Retrieved 31 August 2008.
  7. Suhrid Sankar Chattopadhyay. "A saga of performance". Frontline, Vol 22, No 8, 12 – 25 March 2005. Retrieved 31 August 2008.