ଜାତୀୟ ଆୟୁର୍ବେଦ ଦିବସ

ଉଇକିପିଡ଼ିଆ‌ରୁ


ଜାତୀୟ ଆୟୁର୍ବେଦ ଦିବସ ପ୍ରତିବର୍ଷ ନଭେମ୍ବର ୨ ତାରିଖ ଦିନ ଆୟୁଷ ମନ୍ତ୍ରଣାଳୟଦ୍ୱାରା ସାରା ଭାରତରେ ପାଳନ କରାଯାଏ । ଆୟୁର୍ବେଦକୁ ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଦିଗ ଭାବରେ ବିବେଚନା କରାଯାଏ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ଦ୍ୱାରା ଏହା ଏକ ପାରମ୍ପାରିକ ଔଷଧ ପ୍ରଣାଳୀ ଭାବରେ ମାନ୍ୟତା ପାଇଛି ।[୧]

ଇତିହାସ[ସମ୍ପାଦନା]

ପ୍ରଥମ ଥର ପାଇଁ ୨୦୧୬ ମସିହାରେ, ଆୟୁଷର କେନ୍ଦ୍ର ମନ୍ତ୍ରଣାଳୟ ଧନ୍ୱନ୍ତରୀ ଜୟନ୍ତୀକୁ (ଧନତେରସ ନାମରେ ମଧ୍ୟ ଜଣାଶୁଣା, ଯାହା ଦୀପାବଳିର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ) ଆୟୁର୍ବେଦ ଦିବସ ଭାବରେ ପାଳନ କରାଗଲା । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଆୟୁର୍ବେଦ ଔଷଧ ପ୍ରଣାଳୀକୁ ଜାତୀୟକରଣ କରିବା ତଥା ଏହାର ବିଶ୍ୱବ୍ୟାପୀ ପ୍ରଚାର ତଥା ପ୍ରସାର କରିବା ।[୨]

ଆଧାର[ସମ୍ପାଦନା]

  1. "vikaspedia Domains". vikaspedia.in. Retrieved 13 February 2022.
  2. Network, eHealth. "National Ayurveda Day - Elets eHealth". ehealth. Retrieved 13 February 2022.

ବାହାର ଆଧାର[ସମ୍ପାଦନା]