ଜାଗୀ ପଣ୍ଡା

ଉଇକିପିଡ଼ିଆ‌ରୁ
ଜାଗୀ ପଣ୍ଡା
Born
Nationalityଭାରତୀୟ
Occupation(s)ମଡ଼େଲ୍, ଏୟାର୍ ହୋଷ୍ଟେସ୍, ମିଡ଼ିଆ ବ୍ୟବସାୟୀ
Spouseବୈଜୟନ୍ତ ଜୟ ପଣ୍ଡା (m. ୧୯୯୪)

ଜାଗୀ ମଙ୍ଗତ ପଣ୍ଡା ଜଣେ ପୂର୍ବତନ ମଡ଼େଲ୍, ଏୟାର୍ ଇଣ୍ଡିଆର ପୂର୍ବତନ ଏୟାର୍ ହୋଷ୍ଟେସ୍ ଓ ବର୍ତ୍ତମାନର ସଫଳ ମିଡ଼ିଆ ବ୍ୟବସାୟୀ[୧] । ସେ ଜଣେ ଶିଳ୍ପ‌ପତି ଓ ବର୍ତ୍ତମାନ ଅର୍‌ଟେଲ୍ କମ୍ୟୁନିକେସନ୍ ଲିମିଟେଡ୍‌ର ସ‌ହ ପ୍ରତିଷ୍ଠାତା ତ‌ଥା ପ୍ରବନ୍ଧ ନିର୍ଦ୍ଦେଶିକା ।[୨]

ବୃତ୍ତି[ସମ୍ପାଦନା]

ବ୍ୟବସାୟୀ ହେବା ପୂର୍ବରୁ ସେ ଏୟାର୍ ହୋଷ୍ଟେସ୍ ଓ ମଡ଼େଲ୍ ଥିଲେ । ୧୯୯୦ ଦଶକର ଶେଷାର୍ଦ୍ଧରେ ସେ ବ‌ହୁତ ଦୂରଦର୍ଶନ ବିଜ୍ଞାପନରେ କାମ କରିଥିଲେ । ସେତେବେଳେ ତାଙ୍କର କାଡ଼୍‌ବୋରି ବିଜ୍ଞାପନ (ଏକ କ୍ରିକେଟ୍ ଷ୍ଟାଡ଼ିୟମ୍‌ରେ ନୃତ୍ୟ) ବ‌ହୁତ ଲୋକପ୍ରିୟ ହୋଇଥିଲା[୩] । ସେ ତାଙ୍କର ପ୍ରଥମ ଦୂରଦର୍ଶନ ବିଜ୍ଞାପନ ପାମୋଲିଭ୍ ପାଇଁ କରିଥିଲେ । ସେ ଏକ ଫାଇବର୍-ଅପ୍‌ଟିକ୍ ବ୍ୟବସାୟ ଆରମ୍ଭ କରିଥିଲେ, ଯାହା ୧୯୯୦ର ଶେଷ ବେଳକୁ ଯୋଗାଯୋଗ କରିବା ସୁବିଧା ପ୍ରଦାନ କରିଥିଲା । ସେ ପ୍ରସାରଣ ମାଧ୍ଧ୍ୟମରେ ଯୋଗ ଦେଇଥିଲେ । ଏହାଦ୍ୱାରା ସେ ବର୍ତ୍ତମାନ ଓଟିଭି, ତରଙ୍ଗ, ତରଙ୍ଗ (ମ୍ୟୁଜିକ), ପ୍ରାର୍ଥନା, ପ୍ରଭୃତି ଚ୍ୟାନେଲ୍ ପ୍ରସାରଣ କରୁଛନ୍ତି[୪] । ସେ ମଧ୍ଧ୍ୟ ନ୍ୟୁୟର୍କ ଫିଲ୍ମ ଏକାଡ଼େମୀରେ ଚଳଚ୍ଚିତ୍ର ତିଆରି କରିବା ପାଠ୍ୟକ୍ରମ ଶିଖିଛନ୍ତି । ମାର୍ଚ୍ଚ ୩୧, ୨୦୧୫ରୁ ସେ ଜେଏମ୍ ଫାଇନାନ୍‌ସିଆଲ୍ ଲିମିଟେଡ୍‌ର ଅଣ କାର୍ଯ୍ୟକାରୀ ଓ ସ୍ୱାଧୀନ ନିର୍ଦ୍ଦେଶକ ଅଛନ୍ତି ।[୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜାଗୀ ଏକ ପଞ୍ଜାବୀ ପରିବାରର ଓ ହାଇଦ୍ରାବାଦ୍‌ରେ ବଢିଥିଲେ[୬] । ସେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ୍‌ରୁ ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନରେ ସ୍ନାତ୍ତକ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ, ଅହମ୍‌ଦାବାଦ୍‌ରୁ ବ୍ୟବସାୟ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତ୍ତକୋତର ଅର୍ଜନ କରିଥିଲେ । ସେ ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡାଙ୍କୁ ୧୯୯୪ରେ ବିବାହ କରିଥିଲେ । ସେ ପ୍ରଥମେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ୧୯୯୨ରେ ନୂଆଦିଲ୍ଲୀରୁ ପ୍ୟାରିସ୍ ଯାଉଥିବା ଏକ ଆନ୍ତର୍ଜାତୀୟ ବିମାନରେ ଭେଟିଥିଲେ , ଯେଉଁଥିରେ ଜାଗୀ ଏୟାରହୋଷ୍ଟେସ୍ ଭାବେ କାର୍ଯ୍ୟ ଜରୁଥିଲେ ଓ ସେହି ବିମାନ‌କୁ ଏକ ବୋମା ବିସ୍ଫୋରଣ ଧମକ ପାଇଁ ଅଙ୍କାରା, ତୁର୍କୀରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।[୭]

ସମ୍ମାନ[ସମ୍ପାଦନା]

ବିଶ୍ୱ ଅର୍ଥନୀତି ଫୋରମ୍, ୨୦୦୮ରେ ସେ ଯୁବ ବିଶ୍ୱ ନେତା (Young Global Leader) ଭାବେ ସମ୍ମାନିତ ହୋଇଥିଲେ[୮]

ଆଧାର[ସମ୍ପାଦନା]

  1. [୧], Building a Media Firm In Odisha
  2. [୨], jagi mangat panda
  3. [୩], Cadbury Ad Cricket One
  4. [୪], Business Leaders
  5. [୫], Jagi Mangat Panda
  6. [୬], Life is beautiful for Jaggi Panda
  7. [୭] Archived 2019-03-28 at the Wayback Machine., Jay & Jagi Panda
  8. [୮] Archived 2020-09-19 at the Wayback Machine., Ms. Jagi Mangat Panda