ଜନ ଗୁଟେନବର୍ଗ

ଉଇକିପିଡ଼ିଆ‌ରୁ
ଜନ ଗୁଟେନବର୍ଗ
ଜନ୍ମ
ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ

c. ୧୩୯୫
ମୃତ୍ୟୁ୩ ଫେବୃଆରୀ ୧୪୬୮ (୭୦ ବର୍ଷ)
ଜାତୀୟତାଜର୍ମାନ୍
ବୃତ୍ତି(ସମୂହ)ଖୋଦକ, ଉଦ୍ଭାବକ, and ମୁଦ୍ରକ
ପ୍ରସିଦ୍ଧିଚଳନ୍ତି ଟାଇପ୍ ଥିବା ଛାପାକଳର ଉଦ୍ଭାବନ
ବୈବାହିକ-ସାଥୀଏଲସ ୱିରିକ୍ ଜୁମ୍ ଗୁଟେନବର୍ଗ

ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ (/jˌhɑːn[invalid input: 'i-']s ˈɡtənbɜːrɡ/ yoh-HAH-nəs GOO-tən-burɡ; c. ୧୩୯୫ – ୩ ଫେବୃଆରୀ ୧୪୬୮) ଥିଲେ ଜଣେ ଜର୍ମାନ୍ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ ଯିଏ ଇଉରୋପରେ ମୁଦ୍ରଣର ପ୍ରାରମ୍ଭ କରିଥିଲେ । ତାଙ୍କର ଚଳନ୍ତି ଟାଇପ୍ ଥିବା ମୁଦ୍ରଣର ଉଦ୍ଭାବନ କେବଳମାତ୍ର ସେଇ ଶତାବ୍ଦୀର ନୁହଁ ବରଂ ଆଧୁନିକ ଯୁଗର ଅନ୍ୟତମ ଯୁଗାନ୍ତକାରୀ ଉଦ୍ଭାବନ । ରେନେସାଁ, ସମାଜ ସୁଧାର, ବୈଜ୍ଞାନିକ କ୍ରାନ୍ତି ଆଦି ତତ୍କାଳୀନ ସାମାଜିକ ପରିବର୍ତ୍ତନରେ ଗୁଟେନବର୍ଗଙ୍କ ଛାପାକଳର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଜ୍ଞାନର ପ୍ରଚାର-ପ୍ରସାର ଓ ସାଧାରଣ ଲୋକଙ୍କ ସାକ୍ଷରତାର ଏହା ହିଁ ମୂଳଦୁଆ । ଚଳନ୍ତି ଟାଇପ୍ ଥିବା ଛାପାକଳ ବ୍ୟବହାରରେ ସେ ଥିଲେ ପ୍ରଥମ ଇଉରୋପୀୟ (୧୪୩୯ ରେ) ।

ଆଧାର[ସମ୍ପାଦନା]