ଚିକିତ୍ସା ବିଜ୍ଞାନ

ଉଇକିପିଡ଼ିଆ‌ରୁ

ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ ଔଷଧ ତତ୍ତ୍ୱ ପଢ଼ିବାକୁ ଅନୁରୋଧ ।

Statue of Asclepius, the Greek god of medicine, holding the symbolic Rod of Asclepius with its coiled serpent

ମେଡିସିନ /ˈmɛds[invalid input: 'ɨ']n/ (listen), US English /ˈmɛd[invalid input: 'ɨ']s[invalid input: 'ɨ']n/ (listen)) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ[୧] । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ ଔଷଧ ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ ଚିକିତ୍ସା ବିଜ୍ଞାନ ବା ଭେଷଜ ବିଜ୍ଞାନ । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍‌ଭେନ୍‌ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ବା ମେନ୍‌ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ୱାସ୍ଥ୍ୟ ରକ୍ଷା, ସ୍ୱାସ୍ଥ୍ୟ ସୁବିଧା, ସ୍ୱାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । ଅଲ୍ଟର‌ନେଟ ମେଡିସିନ (alternative medicine) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି।
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ [୨] । ଏହା ସହ ଫିଜିଓଥେରାପି ଅଙ୍ଗାଙ୍ଗୀ ବାବେ ଜଡ଼ିତ ।
ଲାଟିନ ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି [୩][୪]

ଶାଖା[ସମ୍ପାଦନା]

ଚିକିତ୍ସା ବିଜ୍ଞାନର ମୂଖ୍ୟ ଶାଖା ସମୂହର ନାମ -

  • ମୌଳିକ ବିଜ୍ଞାନ (Basic science); ଏହି ଶାଖାକୁ ସମସ୍ତେ ପାଠ କରିବାକୁ ହୁଏ ।
  • ବିଶିଷ୍ଟ ଚିକିତ୍ସା ବିଜ୍ଞାନ
  • ସହଯୋଗୀ ବିଷୟ

ମୌଳିକ ବିଜ୍ଞାନ (Basic science)[ସମ୍ପାଦନା]

  • ଶରୀର ଗଠନ ବିଜ୍ଞାନ (Anatomy)
  • ଜୀବରସାୟନ (Biochemistry)
  • ବାୟୋମେକାନିକ୍ସ (Biomechanics)
  • ବାୟୋସ୍ଟାଟିସ୍ଟିକ୍ସ (Biostatistics)
  • ବାୟୋଫିଜିକ୍ସ (Biophysics)
  • ସାଇଟୋଲୋଜି (citology)
  • ଏମ୍ବ୍ରିଓଲୋଜି (Embryology)
  • ଏଣ୍ଡୋକ୍ରିଇନୋଲୋଜି (Endocrinology)
  • ଏପିଡେମିଓଲୋଜି (Epidemiology)
  • ଜେନେଟିକ୍ସ (Genetics)
  • ହିସ୍ଟୋଲୋଜି (Histology)
  • ଇମ୍ମ୍ୟୁନୋଲୋଜି (Immunology)
  • ମେଡିକାଲ ଫିଜିକ୍ସ (Medical phsics)
  • ମାଇକ୍ରୋବାୟୋଲୋଜି (Microbiology)
  • ମୋଲିକ୍ୟୁଲାର ବାୟୋଲୋଜି (Molecular biology)
  • ନିଉରୋସାଇନ୍ସ (Neuroscience)
  • ନ୍ୟୁଟ୍ରିସନ ସାଇନ୍ସ (Nutrition science)
  • ପାଥୋଲୋଜି (Pathology)
  • ଫର୍ମାକୋଲୋଜି (Pharmacology)
  • ଫୋଟୋବାୟୋଲୋଜି (Photobiology)
  • ଫିଜିଓଲୋଜି (Physiology)
  • ରେଡିଓବାୟୋଲୋଜି (Radio-biology)
  • ଟକ୍ସିକୋଲୋଜି (Toxicology)

ବିଶିଷ୍ଟ ଶାଖା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Oxford English Dictionary Archived 2013-12-04 at the Wayback Machine. definition of "medicine Archived 2021-08-18 at the Wayback Machine."
  2. "Dictionary, medicine". Retrieved December 2, 2013.
  3. Etymology: Latin: medicina, from ars medicina "the medical art", from medicus "physician". (Etym.Online) Cf. mederi "to heal", etym. "know the best course for," from PIE base *med- "to measure, limit. Cf. Greek medos "counsel, plan", Avestan vi-mad "physician")
  4. "Medicine" Online Etymology Dictionary