ଗିନି (ବାଦ୍ୟଯନ୍ତ୍ର)

ଉଇକିପିଡ଼ିଆ‌ରୁ
ଗିନି
ଅନ୍ୟ ନାମମଞ୍ଜୀରା

ଗିନି (ତାଳ, ମଞ୍ଜିରା, ଜଲରା, କରତାଳ ଭାବରେ ମଧ୍ୟ ଜଣା)[୧] ହେଉଛି ଏକ ପ୍ରକାର ବାଦ୍ୟଯନ୍ତ୍ର, ଯାହାକି ଭାରତୀୟ ଉପମହାଦେଶରୁ ଉତ୍ପତ୍ତି ହୋଇଛି । ଏହା ଦୁଇଟି ଛୋଟ ବା ବଡ଼ ସମ ଆକାର ବିଶିଷ୍ଟ ପିତ୍ତଳ ଥାଳିଆ ସଦୃଶ୍ୟ ଉପକରଣକୁ ନେଇ ଗଠିତ, ଯାହାକୁ ପରସ୍ପର ସହ ବାଡ଼େଇଲେ ଉଚ୍ଚ ସ୍ୱର ବିଶିଷ୍ଟ ଶବ୍ଦ ବାହାରେ । ଦୁଇଟି ଥାଳିଆ ସଦୃଶ ଗିନିକୁ ଦୁଇ ହାତରେ ଧରି ପରସ୍ପର ସହିତ ବାଡ଼େଇଲେ ଏଥିରୁ ଶବ୍ଦ ଉତ୍ପନ୍ନ ହୋଇଥାଏ ।[୨] ଏହାକୁ ତାଳ ମଧ୍ୟ କୁହାଯାଏ, ଯାହାର ଉତ୍ପନ୍ନ ସଂସ୍କୃତ ଶବ୍ଦ ତାଳରୁ ଆସିଛି । ସଂସ୍କୃତରେ ତାଳର ଅର୍ଥ କରତାଳି । ଏହା ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିର ଏକ ଅଂଶ, ଯାହାକି ବିଭିନ୍ନ ପାରମ୍ପାରିକ ରୀତିନୀତିରେ ବ୍ୟବହୃତ ହୁଏ । ଏହା ଏକ ପ୍ରକାର ଘନ ବାଦ୍ୟ ।

ହିନ୍ଦୁ ଧାର୍ମିକ ରୀତିନିତିରେ ଏହା ଭଜନ ଏବଂ କୀର୍ତ୍ତନ ପରିବେଷଣ ବେଳେ ବ୍ୟବହୃତ ହୁଏ । ସେମାନେ ସାଧାରଣତଃ ଭକ୍ତମାନଙ୍କଦ୍ୱାରା ସଂକୀର୍ତ୍ତନ ପ୍ରଦର୍ଶନ କରିବା ସମୟରେ ବ୍ୟବହୃତ ହୋଇଥାଏ । ଏହା ସମସ୍ତ ହିନ୍ଦୁ ଭକ୍ତି ସଂଗୀତ ପାଇଁ ପ୍ରାୟ ବ୍ୟବହାର ହୁଏ ।

ପ୍ରକାର[ସମ୍ପାଦନା]

ବଡ଼ ଆକାରର ଗିନି

ଆକାର, ଓଜନ ଏବଂ ରୂପ ଅନୁଯାୟୀ ଅନେକ ପ୍ରକାରର ଗିନି ଉପଲବ୍ଧ ।

  • ବୋର୍ତାଳ ହେଉଛି ବଡ଼ ଆକାରର ଗିନି, ଯାହାର ଓଜନ ପାଖାପାଖି | ଦେଢ଼ କିଲୋଗ୍ରାମରୁ ୨ କିଲୋଗ୍ରାମ । ଏହା ବଜାଉଥିବା ବାଦ୍ୟକାରମାନଙ୍କୁ ଆସାମରେ ଗାୟନ ବୋଲି କୁହାଯାଏ । ଆସାମରେ ବୋର୍ତାଳ ପାରମ୍ପାରିକ ସଂସ୍କୃତିର ଏକ ପ୍ରତୀକ । ବେଳେବେଳେ, ବାଦକମାନେ ଉଭୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରନ୍ତି ଯେପରିକି ଗାୟନ-ବାୟନ, ବୋର୍ତାଳ ନୃତ୍ୟ । ବେଳେବେଳେ ବାଦ୍ୟକାରମାନ କେବଳ ସଙ୍ଗୀତ ସହିତ ପ୍ରଦର୍ଶନ କରିଥାନ୍ତି, ଯଥା ହରିନାମ, ଦିହାନାମ, ଇତ୍ୟାଦି । ବୋର୍ତାଳର ଲୀଳାମୟୀ ଉଚ୍ଚ ଧ୍ୱନି ପରିବେଶକୁ ଶୁଦ୍ଧ ଏବଂ ପବିତ୍ର କରେ ।
  • ମୁଜୁତାଳ ହେଉଛି ମଧ୍ୟମ ଆକାରର ଗିନି ।
  • ଖୁଟିତାଳ ହେଉଛି ଛୋଟ ଆକାରର ଗିନି ।[୩] ଏହା ମଞ୍ଜିରା କିମ୍ବା କରତାଳ ନାମରେ ମଧ୍ୟ ଜଣାଶୁଣା । ଏହା ସାଧାରଣତଃ ଭାରତରେ ପାରମ୍ପାରିକ, ଲୋକ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ହୁଏ । ଭରତନାଟ୍ୟମ୍, କୁଚିପୁଡ଼ି, ମଣିପୁରୀ, ମୋହିନୀୟାଟ୍ଟମ୍, ଆନ୍ଧ୍ରନାଟ୍ୟମ୍, କଥକଳୀ ଆଦି ନୃତ୍ୟରେ ଖୁଟିତାଳର ବ୍ୟବହୃତ ହୁଏ । ଏହି ଯନ୍ତ୍ରର ଅନ୍ୟ କେତେକ ନାମ ମଧ୍ୟ ଅଛି, ଯେପରିକି; ଥାଲେଜ୍ (କାଶ୍ମୀର), ତାଲମ୍, ତାଳ, ଜାଲ୍ରା, ଇତ୍ୟାଦି ।[୪]
  • ରାମତାଳ କିମ୍ବା ଖୋରିତାଳ ହେଉଛି ଦୁଇଟି କାଠ ନିୟନ୍ତ୍ରିତ ବାଦ୍ୟଯନ୍ତ୍ର, ଯେଉଁଥିରେ ଏକାଧିକ ଛୋଟ ଗିନି ଯୁଗଳ ଥାଏ । ଏହା ସାଧାରଣତଃ ଖର୍ତାଳ ନାମରେ ଜଣାଶୁଣା ।

ନେପାଳ[ସମ୍ପାଦନା]

ନେପାଳର ଝ୍ୟାମଟା ଗିନି ସହିତ ମହିଳାଙ୍କ ପରିବେଷଣ ।

ନେପାଳରେ ମଧ୍ୟ ଏହି ବାଦ୍ୟ ବଜାଯାଏ, ଯାହା ଝ୍ୟାମଟା (ନେପାଳୀ: झ्याम्टा) ଭାବରେ ଜଣାଶୁଣା । ଏହା ହେଉଛି ନେପାଳର ଏକ ପାରମ୍ପାରିକ ବାଦ୍ୟଯନ୍ତ୍ର । କିରାଟ ସମ୍ପ୍ରଦାୟ ଏହାକୁ ଢୋଲ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସାକେଲା, ଚିଆବ୍ରଙ୍ଗ, ଉଧଉଲି, ଉଭଉଲି ଆଦିରେ ବଜାଯାଏ ।

ତିବ୍ବତ[ସମ୍ପାଦନା]

ତିବ୍ବତୀୟ ସଂସ୍କୃତିରେ, ଟିଙ୍ଗସା ହେଉଛି ଏକ ସମାନ ଧରଣର ଉପକରଣ ।

ବ୍ୟବହାର[ସମ୍ପାଦନା]

ଗିନି ମୁଖ୍ୟତଃ ଲୋକଗୀତ ଓ ଭକ୍ତି ସଙ୍ଗୀତ ଆଦିରେ ବଜାଯାଏ । ଏହା ମୁଖ୍ୟତଃ ଭାରତର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସମାରୋହରେ, ବିଶେଷ କରି ଭଜନ ପରିବେଷଣ ବେଳେ ବଜାଯାଇଥାଏ । ଏହା ଏକ ପ୍ରାଚୀନ ବାଦ୍ୟଯନ୍ତ୍ର । ବହୁ ପ୍ରାଚୀନ ମନ୍ଦିରର ଶିଳାଲେଖରେ ଗିନିର ଛବି ଦେଖିବାକୁ ମିଳେ ।

ମରାଠୀ ଏବଂ ଗୁଜରାଟୀ ଲୋକଗୀତ[ସମ୍ପାଦନା]

ଗୁଜରାଟୀ ଏବଂ ମରାଠୀ ଲୋକଗୀତରେ ଗିନିର ଏକ ବିଶେଷ ମହତ୍ୱ ରହିଛି । ମହାରାଷ୍ଟ୍ରରେ ଏହା ତାଳ ଭାବରେ ଜଣାଶୁଣା । ପ୍ରାରମ୍ଭରେ ଗିନି ମୁଖ୍ୟତଃ ଆରତୀ ବେଳେ ବଜାଯାଉଥିଲା ।

ଆଧାର[ସମ୍ପାଦନା]

  1. "Solid Instrument Article, Musical Instruments: Solids, Solid Instrument From New Delhi, Solid Instrument Musical Instrument, Popular Solid Instrument, New Delhi Based Solid Instrument". 4to40.com. 2007-03-14. Archived from the original on 2013-12-03. Retrieved 2013-02-28.
  2. Caudhurī, Vimalakānta Rôya (2007). The Dictionary Of Hindustani Classical Music. Delhi, India: Motilal Banarsidass. p. 173. ISBN 978-81-208-1708-1., originally published in 2000
  3. "Enajori Instruments". Archived from the original on 1 July 2011. Retrieved 24 July 2011.
  4. Courtney, David. "Manjira – Indian hand cymbals". Chandrakantha.com. Archived from the original on 2013-01-18. Retrieved 2013-02-28.