ଗିଡନ୍ ସଣ୍ଡ୍ବ୍ୟାକ୍
| ଗିଡନ୍ ସଣ୍ଡ୍ବ୍ୟାକ୍ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଏପ୍ରିଲ୍ ୨୪, ୧୮୮୦ ସ୍ୱିଡେନ୍ |
| ତିରୋଧାନ | ଜୁନ୍ ୨୧, ୧୯୫୪ (ବୟସ ୭୪) ମିଡ୍ଭିଲ୍, ପେନ୍ସିଲ୍ଭାନିଆ, ଯୁକ୍ତରାଷ୍ଟ୍ର ଆମେରିକା |
| ରହିଥିବା ଜାଗା | ଗ୍ରୀନ୍ଡେଲ୍ ସିମେଟାରୀ |
| ଜାତୀୟତା | ସ୍ୱେଡିଶ୍-ଆମେରିକୀୟ |
| ଜୀବିକା | ବ୍ୟବସାୟୀ |
| ପ୍ରସିଦ୍ଧି | ଜିପର୍ ଉଦ୍ଭାବନ |
| ଜୀବନସାଥି | ଏଲ୍ଭିରା ଆରୋନ୍ସନ୍, ୧୯୦୯ରେ ବିବାହ |
| ବାପା ମା | ଜୋନାସ୍ ଓଟ୍ଟୋ ମାଗ୍ନୁସନ୍ ସଣ୍ଡ୍ବ୍ୟାକ୍ ଏବଂ କ୍ରିଷ୍ଟିନା କାରୋଲିନା କ୍ଲାସ୍ଡୋଟ୍ଟର୍ |
ଗିଡନ୍ ସଣ୍ଡ୍ବ୍ୟାକ୍ (ଏପ୍ରିଲ୍ ୨୪, ୧୮୮୦ - ଜୁନ୍ ୨୧, ୧୯୫୪) ଜଣେ ସ୍ୱେଡିଶ୍-ଆମେରିକୀୟ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ଜିପର୍ ବା ଚେନ୍ ତିଆରି କରିଥିବା ହେତୁ ଜଣାଶୁଣା ।
ବିଷୟସୂଚୀ |
ପୃଷ୍ଠଭୂମି [ସମ୍ପାଦନା]
ସ୍ୱିଡେନ୍ର ଏକ ଚାଷବହୁଳ ଅଞ୍ଚଳରେ ଓଟ୍ଟୋ ଫ୍ରେଡ୍ରିକ୍ ଗିଡନ୍ ସଣ୍ଡ୍ବ୍ୟାକ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜୋନାସ୍ ଓଟ୍ଟୋ ମାଗ୍ନୁସନ୍ ସଣ୍ଡ୍ବ୍ୟାକ୍ ଜଣେ ଉନ୍ନତ ଚାଷୀ ଥିଲେ । ତାଙ୍କ ମାତାଙ୍କ ନାମ ହେଉଛି କ୍ରିଷ୍ଟିନା କାରୋଲିନା କ୍ଲାସ୍ଡୋଟ୍ଟର୍ । ସ୍ୱିଡେନ୍ରେ ଶିକ୍ଷା ସମାପ୍ତ ପରେ ସେ ଜର୍ମାନୀ ଯାଇ ବିଙ୍ଗେନ୍-ଆମ୍-ରେଇନ୍ସ୍ଥିତ ପଲିଟେକ୍ନିକ୍ ବିଦ୍ୟାଳୟରେ ପଢ଼ିଲେ । ୧୯୦୩ ରେ ସେ ଇଞ୍ଜିନିୟର୍ ପରୀକ୍ଷା ଦେଲେ । ୧୯୦୫ ରେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ଥାନାନ୍ତରିତ ହେଲେ ।
ଚାକିରୀ ଜୀବନ [ସମ୍ପାଦନା]
୧୯୦୫ ରେ ଗିଡନ୍ ସଣ୍ଡ୍ବ୍ୟାକ୍ ପେନ୍ସିଲ୍ଭାନିଆର ଏକ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କଲେ । ୧୯୦୬ ରେ ସଣ୍ଡ୍ବ୍ୟାକ୍ ୟୁନିଭର୍ସାଲ୍ ଫାଷ୍ଟେନର୍ କମ୍ପାନୀ, ହୋବୋକେନ୍, ନ୍ୟୁ ଜର୍ସୀରେ ନିଯୁକ୍ତି ପାଇଲେ । ୧୯୦୯ ରେ ସଣ୍ଡ୍ବ୍ୟାକ୍ ସ୍ୱେଡିଶ୍ ଜନ୍ମିତ ପିଟର୍ ଆରୋନ୍ସନ୍ଙ୍କ କନ୍ୟା ଏଲ୍ଭିରା ଆରୋନ୍ସନ୍ଙ୍କୁ ବିବାହ କଲେ । ପରେ ସେ ୟୁନିଭର୍ସାଲ୍ ଫାଷ୍ଟେନର୍ର ମୁଖ୍ୟ ଡିଜାଇନର୍ ପଦବୀକୁ ପଦୋନ୍ନୀତ ହେଲେ ।
୧୯୦୬ ରୁ ୧୯୧୪ ଭିତରେ ସେ ଜିପର୍ ତିଆରିରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।ଏଲିଆସ୍ ହୋୱେ, ମାକ୍ସ୍ ଉଲ୍ଫ୍ ଏବଂ ହ୍ୱିଟ୍କମ୍ବ୍ ଜୁଡ଼୍ସନ୍ଙ୍କ କାର୍ଯ୍ୟକୁ ସେ ଆଗକୁ ବଢ଼ାଇଥିଲେ ।
୧୯୧୭ ଜିପର୍ ପେଟେଣ୍ଟ୍ [ସମ୍ପାଦନା]
୧୯୧୭ ଗିଡନ୍ ସଣ୍ଡ୍ବ୍ୟାକ୍ ପେଟେଣ୍ଟ୍ (୧୯୧୪ରେ ଆବେଦିତ, ୧୯୧୪ରେ ପ୍ରଦତ୍ତ):
ନାଗରିକତ୍ୱ ଓ ମୃତ୍ୟୁ [ସମ୍ପାଦନା]
ସଣ୍ଡ୍ବ୍ୟାକ୍ ଜିପର୍ ତିଆରି କରିବା ଯନ୍ତ୍ର ମଧ୍ୟ ଉଦ୍ଭାବନ କରିଥିଲେ । କାନାଡ଼ୀୟ କମ୍ପାନୀକୁ ବାରମ୍ବାର ଯାତ୍ରା କରୁଥିଲେ ମଧ୍ୟ ସେ ପେନ୍ସିଲ୍ଭାନିଆରେ ରହୁଥିଲେ ଓ ଆମେରିକାର ନାଗରିକ ଥିଲେ । ସେ ରୟାଲ୍ ସ୍ୱେଡିଶ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଙ୍ଗ୍ ସାଇନ୍ସେସ୍ ଦ୍ୱାରା ୧୯୫୧ରେ ସ୍ୱର୍ଣ ପଦକ ପ୍ରାପ୍ତ ହୋଇଥିଲେ । ସଣ୍ଡ୍ବ୍ୟାକ୍ ୧୯୫୪ରେ ହୃଦୟ ରୋଗରେ ମିଡ୍ଭିଲ୍, ପେନ୍ସିଲ୍ଭାନିଆରେ ମୃତ୍ୟୁବରଣ କରିଥିଲେ । ୨୦୦୬ରେ ନାସ୍ନାଲ୍ ଇନ୍ଭେଣ୍ଟର୍ସ୍ ହଲ୍ ଅଫ୍ ଫେମ୍ରେ ଜିପର୍ ଉଦ୍ଭାବନ ପାଇଁ ଗିଡନ୍ ସଣ୍ଡ୍ବ୍ୟାକ୍ଙ୍କ ନାମ ଯୋଡ଼ାଯାଇ ତାଙ୍କୁ ସମ୍ମାନିତ କରାଗଲା ।
ଆଧାର [ସମ୍ପାଦନା]
ଅନ୍ୟାନ୍ୟ ଉତ୍ସ [ସମ୍ପାଦନା]
- Petroski, Henry The Evolution of Useful Things (Random House of Canada, 1994) ISBN 0-679-74039-2