କ୍ରିକେଟ

ଉଇକିପିଡ଼ିଆ‌ରୁ
କ୍ରିକେଟ
A bowler bowling to a batsman. The paler strip is the cricket pitch. The two sets of three wooden stumps on the pitch are the wickets. The two white lines are the creases.
Highest governing bodyInternational Cricket Council
First played16th century (modern)
Characteristics
Team members11 players per side
substitute fielders (only) are permitted in cases of injury or illness
Mixed genderSingle
CategorizationTeam, Bat-and-ball
EquipmentCricket ball, cricket bat,
wicket: stumps, bails
VenueCricket field
Olympic1900 Summer Olympics only

କ୍ରିକେଟ ଏକ ଖେଳର ନାମ ଯାହା ବ୍ୟାଟ ଏବଂ ବଲକୁ ନେଇ ୧୧ଜଣ ବିଶିଷ୍ଟ ଦୁଇ ଦଳ ଏକ କ୍ରିକେଟ ପଡ଼ିଆରେ ଖେଳନ୍ତି ଓ ପ୍ରତି ଦଳରେ ୧୧ ଜଣ ଖେଳାଳୀଙ୍କୁ ନେଇ ଖେଳାଯାଇଥାଏ । ପଡ଼ିଆର ମଧ୍ୟ ଭାଗରେ ୨୨ଗଜ ବିଶିଷ୍ଟ ଏକ ଆୟତ୍ତାକାର କ୍ଷେତ୍ର ଥାଏ ଯାହାକୁ ପିଚ୍ କୁହାଯାଏ । ଏହାର ଦୁଇ ମୁଣ୍ଡରେ ତିନୋଟି କରି କାଠ ନିର୍ମିତ ବାଡ଼ି ପୋତା ଯାଇଥାଏ ଯାହାକୁ ଉଇକେଟ କ‌ହନ୍ତି ଯେଉଁଥିରେ ତିନୋଟି ସ୍ଟମ୍ପ ଥାଏ । ପ୍ରତି ଉଇକେଟ ଆଗରେ ଗୋଟିଏ କରି କ୍ରିଜ ଥାଏ । ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳକୁ ବ୍ୟାଟିଙ୍ଗ ଦଳ ଓ ଅନ୍ୟଟିକୁ କ୍ଷେତ୍ରରକ୍ଷକ ଦଳ କୁହାଯାଏ । ଏଥିରେ ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରି ଅଧିକରୁ ଅଧିକ ଦୌଡ(Run) ସ୍କୋର କରିବାକୁ ଚେଷ୍ଟା କରିବା ବେଳେ, ଦ୍ୱିତୀୟ ଦଳ ବୋଲିଂ ତଥା କ୍ଷେତ୍ରରକ୍ଷଣ (ଫିଲ୍ଡିଂ | Fielding) କରିଥାନ୍ତି । ବ୍ୟାଟିଂ କରୁଥିବା ଦଳର ସମସ୍ତ ଖେଳାଳୀ ଆଉଟ କିମ୍ବା ଏକ ନିର୍ଦ୍ଧାରିତ ଓଭରର ବୋଲିଂ ଶେଷ ହେବା ପରେ ଦ୍ୱିତୀୟ ଦଳ ବ୍ୟାଟିଂ କରି, ପ୍ରଥମ ଦଳ ସ୍କୋର କରିଥିବା ଦୌଡ (Run)କୁ ହାସିଲ କରିବାକୁ ଚେଷ୍ଟା କରିଥାନ୍ତି । ଖେଳର ପରିଣାମ ସର୍ବାଧିକ ଦୌଡ(Run) ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମାଟରେ ଖେଳା ଯାଊଛି, ଯଥା ଟେଷ୍ଟକ୍ରିକେଟ, ଏକ ଦିବସୀୟ ବା ୱନ୍ ଡେ କ୍ରିକେଟ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ।

ଖେଳ ଆରମ୍ଭରେ ଗୋଟିଏ ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ ଓ ଅନ୍ୟ ଦଳର ୧୧ଜଣ କ୍ଷେତ୍ରରକ୍ଷକ ପଡ଼ିଆକୁ ଯାଆନ୍ତି । ପିଚ୍‌ର ଗୋଟିଏ ମୁଣ୍ଡରୁ ଜଣେ ଖେଳାଳୀ ବା ବୋଲର୍ ଗୋଟିଏ ବଲ୍ ଧରି ଅନ୍ୟ ମୁଣ୍ଡରେ ଥିବା ଉଇକେଟ ଦିଗକୁ ଲକ୍ଷ କରି ଫୋପାଡ଼ନ୍ତି । ବିପକ୍ଷ ଦଳର ବ୍ୟାଟ ଧରିଥିବା ଖେଳାଳି ବା ସ୍ଟ୍ରାଇକର୍ ନିଜ ପାଖରେ ଥିବା ଉଇକେଟକୁ ବଲ୍ ବାଜିବାରୁ ରକ୍ଷା କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ବଲ୍‌କୁ ମାରି ବିପରୀତ ଦିଗରେ ଥିବା ପିଚ୍‌ ଦିଗକୁ ଦୌଡ଼େ ଓ ସେଠାରେ ଠିଆ ହୋଇଥିବା ଖେଳାଳୀ ବା ନନ୍-ସ୍ଟ୍ରାଇକର୍ ମଧ୍ୟ ତାର ବିପରୀତ ଦିଗର ଉଇକେଟ ଆଡ଼କୁ ଦୌଡ଼େ ଅର୍ଥାତ ଉଭୟ ଖେଳାଳୀ ସ୍ଥାନ ବିନିମୟ କରନ୍ତି । ଉଭୟ ଖେଳାଳୀ ଗୋଟିଏ ଥର ଦୌଡ଼ ସମ୍ପୁର୍ଣ୍ଣ କଲେ ଏକ ରନ୍ ହିସାବ କରାଯାଏ । ଉଇକେଟରେ ବଲ୍ ବଜେଇବାକୁ ବୋଲର୍ ଲକ୍ଷ ରଖିବା ସ‌ହ ରନ୍ ନ କରେଇ ଦେବାକୁ ଚେଷ୍ଟା କରେ । ଜଣେ ବ୍ୟାଟ୍ସମ୍ୟାନ ବାହାରି ଗଲେ ଆଉ ଜଣେ ତା ବଦଳରେ ଆସି ଖେଳେ ।

ଆଉଟ କରିବା ନିମନ୍ତେ ବିଭିନ୍ନ ପନ୍ଥା ଅଛି । ସାଧାରଣତଃ ଉଇକେଟରେ ବଲ୍ ବାଜିଲେ ଆଉଟ ଦିଆଯାଏ । ଏହା ବ୍ୟତୀତ ବ୍ୟାଟ୍ସମ୍ୟାନ ବଲ ମାରି ସାରିବା ପରେ ବିପକ୍ଷ ଦଳ ସଭ୍ୟ କ୍ରିକେଟ ପଡ଼ିଆ ଭିତରେ ବଲ ଧରି ପକାଇଲେ ବ୍ୟାଟ୍ସମ୍ୟାନ ଆଉଟ୍ ହୁଏ । ରନ୍ ନେବା ନିମନ୍ତେ ଦୌଡ଼ୁଥିବା ବେଳେ ଉଇକେଟରେ ବଲ୍ ବାଜିଲେ ରନ୍ ଆଉଟ୍ ଦିଆଯାଏ ।

ଇତିହାସ[ସମ୍ପାଦନା]

ଏହି ଖେଳର ପ୍ରକୃତ ଆରମ୍ଭ ସମୟ ଜଣାନଥିଲେ ମଧ୍ୟ ଏହା ପ୍ରାୟ ୫୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା |

ନୀତି ନିୟମ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Cricket-ସମ୍ପର୍କିତ ମିଡ଼ିଆ