କୃତି ଭାରତୀ

ଉଇକିପିଡ଼ିଆ‌ରୁ
କ୍ରିତି ଭାରତୀ
ଜନ୍ମ
କୃତୀ ଚୋପ୍ରା

ଅଗଷ୍ଟ ୧୯, ୧୯୮୭
ଶିକ୍ଷାନୁଷ୍ଠାନJai Narain Vyas University
ସାରଥି ଟ୍ରଷ୍ଟ
ପ୍ରସିଦ୍ଧିବାଲ୍ୟ ବିବାହ କର୍ମୀ

କୃତି ଭାରତୀ (ଜନ୍ମ ଅଗଷ୍ଟ ୧୯, ୧୯୮୭) ଜଣେ ପୁନର୍ବାସ ମନସ୍ତତ୍ତ୍ୱବିତ୍ ଓ ବାଳ ଅଧିକାର କର୍ମୀ ଅଟନ୍ତି ।[୧] ଭାରତରେ ବାଲ୍ୟ ବିବାହ ବନ୍ଦ କରିବା ସପକ୍ଷରେ ଲେଖି ସେ ମୁଖ୍ୟ ସମାଚାରରେ ରହିଥିଲେ ।[୨] ଅଣଲାଭକାରୀ ସାରଥି ଟ୍ରଷ୍ଟର ସେ ସ୍ଥାପୟିତା ଓ ନିର୍ଦ୍ଦେଶିକା ଥିଲେ ଯାହା ମାଧ୍ୟମରେ ବାଲ୍ୟ ବିବାହର ଶିକାର ହୋଇଥିବା ପିଲାଙ୍କୁ ସେ ଉଦ୍ଧାର କରିଛନ୍ତି ।[୩] ଭାରତିଙ୍କ ଦଳ ୪୪ଟି ବାଲ୍ୟ ବିବାହକୁ ରଦ୍ଦ କରେଇଛନ୍ତି ଓ ପ୍ରାୟ ୧୪୦୦ ବିବାହ ସମ୍ପନ୍ନ ହେବା ପୂର୍ବରୁ ପ୍ରତିରୋଧ କରେଇଛନ୍ତି ।[୪]

ପ୍ରାକ୍ ଜୀବନ[ସମ୍ପାଦନା]

ଭାରତରେସ୍ଥିତ ରାଜସ୍ଥାନ ପ୍ରଦେଶର ଯୋଧପୁର ସହରରେ ୧୯ ଅଗଷ୍ଟ, ୧୯୮୭ ତାରିଖ ଦିନ ଭାରତୀ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ମାତା ଇନ୍ଦୁ ଚୋପ୍ରାଙ୍କୁ ପିତା ପରିତ୍ୟାଗ କରିଥିଲେ,[୧] ଯେତେବେଳେ ଭାରତୀ ଗର୍ଭସ୍ଥ ଥିଲେ । ସମାଜରେ ଏହାକୁ କୁନଜରରେ ଦେଖୁଥିବା ଯୋଗୁ ଇନ୍ଦୁଙ୍କୁ ଗର୍ଭପାତ କରି ପୁନର୍ବିବାହ କରିବା ପାଇଁ ସମ୍ପର୍କୀୟମାନେ ଦାବୀ କରିଥିଲେ । ବାହ୍ୟ ଚାପ ସତ୍ତ୍ୱେ ତାଙ୍କ ମାଆ ତାଙ୍କୁ ଜନ୍ମ ଦେଇ ଏକାକୀ ବଢ଼େଇଥିଲେ ।[୫] ଗର୍ଭାବସ୍ଥାରେ ଜଟିଳତା ଯୋଗୁ ଅସମୟରେ (premature) ମାତ୍ର ୭ ମାସରେ ମାତା ତାଙ୍କୁ ଜନ୍ମ କରିଥିଲେ ।[୬] ଶୈଶବ ସମୟରେ ଭାରତୀକୁ ସମ୍ପର୍କୀୟମାନେ ଶାରୀରିକ ଓ ବାଚନିକ ଭାବରେ ନିର୍ଯାତନା ଦେଇଥିଲେ । ଦଶ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କୁ ଧିମା ବିଷ ଦିଆଯାଇଥିଲା (slow poison) କିନ୍ତୁ ସେ ବଞ୍ଚିଗଲେ ମଧ୍ୟ ପକ୍ଷାଘାତରେ ପୀଡ଼ିତ ହୋଇ ଶେଯରେ ପଡ଼ିରହିଲେ । ବିଭିନ୍ନ ଡାକ୍ତରଖାନାରେ ଅନେକ ଚିକିତ୍ସା କରି ଦୁଇ ବର୍ଷ ପରେ ସେ ଆରୋଗ୍ୟ ହୋଇଥିଲେ କିନ୍ତୁ ଏହାର ଶ୍ରେୟ ସେ ରେକି (reiki) ଚିକିତ୍ସାକୁ ଦେଲେ ।[୭]

ସୁସ୍ଥ ହେବା ପରେ ଜାତି ପ୍ରଥା, ଧର୍ମ ଓ ସ୍ୱଜନମାନଙ୍କଠାରୁ ନିଜକୁ ମୁକ୍ତ ରଖିବାକୁ ସେ ଭାରତର ଝିଅ ଭାବରେ ନିଜ ନାମ ବଦଳେଇ ଭାରତୀ କରିଦେଲେ ।[୫]

ଶିକ୍ଷା[ସମ୍ପାଦନା]

ପକ୍ଷାଘାତ ଯୋଗୁ ଯଥା ସମୟରେ ସେ ଚତୁର୍ଥ ଗ୍ରେଡ ଶିକ୍ଷା ସମାପ୍ତ କରିପାରି ନଥିଲେ । ପରେ ସେ ବୋର୍ଡ ପରୀକ୍ଷା ଦେଇ ଦଶମ ଗ୍ରେଡ ପାସ କରିଥିଲେ ।[୮] ପରବର୍ତ୍ତୀ ସମୟରେ ମନୋବିଜ୍ଞାନରେ ଯୋଧପୁରସ୍ଥିତ ଜୟ ନାରାୟଣ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ କରିଥିଲେ ।[୭]

ଏନଜିଓ[ସମ୍ପାଦନା]

କଲେଜରେ ପାଠ କରୁଥିବା ବେଳେ ସେ ଅନେକ ଏନଜିଓରେ ଯୋଗଦାନ କରି ପରାମର୍ଶ ସେବା (କାଉନସେଲିଂ) କରୁଥିଲେ । ଜଣେ ୯ ବର୍ଷ ବୟସର ଝିଅ ତାଙ୍କର ପ୍ରଥମ କେଶ ଥିଲା । ଭାରତିଙ୍କ ମନରେ ଆସିଲା, ଏଭଳି କାଉନସେଲିଂ କରିବା ଏକ ସାମୟିକ ଉପଚାର ଯାହାର କୌଣସି ଲକ୍ଷ ନାହିଁ । ସେହି କେଶର ସେ ପଶ୍ଚାତଧାବନ କରିବାକୁ ଲାଗିଲେ ।[୮]

ଏନଜିଓ ମାଧ୍ୟମରେ ସେ ବାଳ ଶ୍ରମିକ, ଦାରିଦ୍ୟ ଓ ବାଲ୍ୟ ବିବାହ କରି ଦୁର୍ଦ୍ଦଶାଗ୍ରସ୍ତ ହୋଇଥିବା ପିଲାଙ୍କ ସଂସ୍ପର୍ଶରେ ଆସିଲେ ଯେଉଁମାନେ ରାସ୍ତାକଡ଼ରେ ବାସ କରୁଥିଲେ । ସାତ ମାସ ପରେ ସେ ବାଲ୍ୟ ବିବାହ ପାଇଁ ଚାପ ରହୁଥିବା ଲକ୍ଷ କଲେ । ଭାରତରେ ବାଲ୍ୟ ବିବାହ ଅବୈଧ (illegal) ଥିଲେ ମଧ୍ୟ ପ୍ରଚଳିତ ଅଛି ବିଶେଷତଃ ଗ୍ରାମ ମାନଙ୍କରେ ।[୧] ଭାରତୀଙ୍କ ରାଜ୍ୟ ରାଜସ୍ଥାନ ଥିଲା ବାଲ୍ୟ ବିବାହର ଅଧିକେନ୍ଦ୍ର (epicenter) ।[୯]

ସାରଥି ଟ୍ରଷ୍ଟ[ସମ୍ପାଦନା]

ଏକ ଅଭୂତପୂର୍ବ ଜାଗରୁକତା ବିସ୍ତାର ଲାଭ କରୁଥିବା କଥା ଭାରତୀ ଲକ୍ଷ କଲେ ଯାହା ଅତ୍ୟାବଶ୍ୟକ ଥିଲା । ଏହିପରି ଭାବରେ ୨୦୧୧ ମସିହାରେ ତାଙ୍କ ନିଜସ୍ୱ ଅନୁଭୂତିକୁ ନେଇ ସେ ସାରଥି ଟ୍ରଷ୍ଟ ଏନଜିଓ ସ୍ଥାପନ କରିଥିଲେ । ଏହି ଟ୍ରଷ୍ଟ ତୃଣମୂଳରେ କାମ କରି ବାଲ୍ୟ ବିବାହ କରିଥିବା ପିଲାଙ୍କୁ ଉଦ୍ଧାର କରିତାଙ୍କର କଲ୍ୟାଣ ଓ ପୁନର୍ବାସ କରିବାକୁ ଲାଗିପଡ଼ିଲେ । [୮] ଏହି ପ୍ରଥାର ଶିକାର ହୋଇଥିବା ଝିଅମାନଙ୍କର ଶିକ୍ଷା, ବ୍ୟବସାୟିକ ଥଇଥାନ ଓ ରୋଜଗାର ପନ୍ଥା ସୃଷ୍ଟି କରେଇ ନିଜ ଗୋଡ଼ରେ ଠିଆ ହେବାକୁ ସକ୍ଷମ କରେଇଥିଲେ ।[୩]

ଭାରତୀ ୨୦୧୨ ମସିହାରେ ତାଙ୍କର ପ୍ରଥମ କେଶ ନିମନ୍ତେ ମୁଖ୍ୟ ସମାଚାରରେ ଥିଲେ । ସେ ପ୍ରଥମ ମହିଳା ଥିଲେ ଯିଏ ବାଲ୍ୟ ବିବାହକୁ ରଦ୍ଦ କରେଇଥିଲେ ।[୧] ସେହି ସମୟଠାରୁ ତାଙ୍କ ଟିମ ବ୍ୟକ୍ତିଗତ ଭାବରେ ବିଭିନ୍ନ ଗ୍ରାମ ଓ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବାଲ୍ୟ ବ୍ୟବାହାର କ୍ଷତିକାରକ ପ୍ରଭାବ ବିଷୟରେ ଅବଗତ କରେଇ ମହିଳା ଶକ୍ତି ବିଷୟରେ ଶିକ୍ଷିତ କରିଥିଲେ ।[୧୦] ସେହି ସଂସ୍ଥା ଗୋଟିଏ ହେଲ୍ପଲାଇନ ରଖିଥିଲେ ଯେଉଁଥିରେ କମ ବୟସର କନ୍ୟା ଓ ବର ତାଙ୍କ କେଶ ରିପୋର୍ଟ କରିପାରିବେ । ପ୍ରମାଣ ସହିତ କୌଣସି ବାଲ୍ୟ ବିବାହ ରିପୋର୍ଟ ପାଇଲେ ଉକ୍ତ ଗ୍ରାମକୁ ଯାଇ ମୁଖିଆମାନଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ । ଏଥିରେ ଚେତନା ନ ଆସିଲେ ନ୍ୟାୟୀକ ସାହାଯ୍ୟ ପାଇଁ କୋର୍ଟକୁ ଯାଉଥିଲେ । [୧୧]

ସେହି କାମରେ ସକ୍ରିୟ ଥିଲାବେଳେ ଅସଂଖ୍ୟ ମୃତ୍ୟୁ ଓ ଧର୍ଷଣ ଧମକ ପାଇଥିଲେ ।[୬] ବାଲ୍ୟ ବିବାହକୁ ମଞ୍ଜୁର କରୁଥିବା ସଂକୀର୍ଣ୍ଣ ବିଚାରଧାରାର ହିନ୍ଦୁ ନେତାମାନେ ଭାରତିଙ୍କର ନାକ କାଟିଦେବାକୁ ଓ ଗଣ ଧର୍ଷଣ କରିବାକୁ ଧମକ ଦେଇଥିଲେ । [୨]

ସାରଥି ଟ୍ରଷ୍ଟ ସାହାଯ୍ୟରେ ୬,୦୦୦ ପିଲା ଓ ୫,୫୦୦ ମହିଳାଙ୍କର ପୁନର୍ବାସ କରେଇଥିଲେ ।[୧୨] ସ୍ଥାପିତ (୨୦୧୧) ହେବାପରଠାରୁ ୪୪ଟି ବିବାହ ରଦ୍ଦ ହୋଇଛି ଓ ହେବା ପୂର୍ବରୁ ୧,୪୦୦ଟି ବିବାହ ବନ୍ଦ ହୋଇଛି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Roberts, Helen (8 November 2013). "'I've had over 50 death threats…but I won't stop saving child brides'". fridaymagazine.ae (in ଇଂରାଜୀ). GN Publishing. Archived from the original on 27 October 2020. Retrieved 7 September 2020.
  2. ୨.୦ ୨.୧ BENGALI, SHASHANK (18 June 2018). "Global Development: An Indian activist fights in court to help child brides and grooms win their lives back". Los Angeles Times. Retrieved 7 September 2020.
  3. ୩.୦ ୩.୧ Brides, Girls Not. "About Girls Not Brides". Girls Not Brides (in ଇଂରାଜୀ). Retrieved 7 September 2020.
  4. ୪.୦ ୪.୧ "Rajasthan court annuls child marriage that took place 14 years ago". Hindustan Times (in ଇଂରାଜୀ). HT Media Limited. 23 November 2017. Retrieved 7 September 2020.
  5. ୫.୦ ୫.୧ Sacheti, Priyanka (1 October 2018). "Thanks To This Woman, There's Hope For Child Brides In Rajasthan". Medium (in ଇଂରାଜୀ). No. The Publisher. A Medium Corporation. Retrieved 7 September 2020.
  6. ୬.୦ ୬.୧ "This woman battled personal odds to become crusader against child marriages". OnManorama (in ଇଂରାଜୀ). Manorama Online. 10 October 2018. Retrieved 7 September 2020.
  7. ୭.୦ ୭.୧ "Battling personal odds to champion the fight against child marriages". gulfnews.com (in ଇଂରାଜୀ). GN Media. Retrieved 7 September 2020.
  8. ୮.୦ ୮.୧ ୮.୨ S., Navya (19 June 2020). "In Conversation with Dr. Kriti Bharti – India's First Child Marriage Annuler". www.icytales.com. Icy Media. Retrieved 7 September 2020.
  9. Thomas, George (12 June 2012). "India's Innocent: Secret Weddings of Child Brides". CBN News (in ଇଂରାଜୀ). CBN News. Retrieved 7 September 2020.
  10. Sacheti, Priyanka (17 September 2018). "Thanks To This Woman, There's Hope For Child Brides In Rajasthan". The Establishment. The Establishment. Retrieved 7 September 2020.
  11. Goswami, Garima (20 May 2019). "Dr. Kriti Bharti: Taking Child Marriage to Courts". darpanmagazine.com (in ଇଂରାଜୀ). DARPAN PUBLICATION LTD. Retrieved 7 September 2020.
  12. "What a woman! She battled personal odds to become crusader against child marriages (IANS Special Series)". Business Standard India. Business Standard Private Ltd. 7 October 2018. Retrieved 7 September 2020.