କୁଞ୍ଜରାଣୀ ଦେବୀ
ବ୍ୟକ୍ତିଗତ ତଥ୍ୟ | |
---|---|
ପୂରା ନାମ | ନାମେଇରାକପମ ଦେବୀ କୁଞ୍ଜରାଣୀ |
ଜନ୍ମ | ୧ ମାର୍ଚ୍ଚ ୧୯୬୮ |
ଓଜନ | 47.30 kg (104.3 lb) |
Sport | |
ଦେଶ | ଭାରତ |
କ୍ରୀଡ଼ା | ଭାରତ୍ତୋଳନ |
Team | ଜାତୀୟ ଦଳ |
Updated on ୧୩ ସେପ୍ଟେମ୍ବର ୨୦୧୬. |
କୁଞ୍ଜରାଣୀ ଦେବୀ ଜଣେ ଭାରତୀୟ ମହିଳା ଭାରତ୍ତୋଳନକାରୀ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୧ ମାର୍ଚ୍ଚ ୧୯୬୮ରେ ମଣିପୁରର ଇମ୍ଫାଲଠାରେ କାଇରଙ୍ଗ ମଲାଇ ଲେଇକାଇ ନାମକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୮ ମସିହାରେ ସ୍କୁଲରେ ପଢୁଥିବା ସମୟରେ ଖେଳକୁଦରେ ପ୍ରଥମେ ଆଗ୍ରହ ପ୍ରକାଶ କରିଥିଲେ । ଇମ୍ଫାଲରୁ ସେ ନିଜର ସ୍ନାତକ ପଢ଼ା ସାରିବା ବେଳକୁ ଭାରତ୍ତୋଳନ ତାଙ୍କର ନିଶା ପାଲଟି ସାରିଥିଲା । ପରେ ସେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ବିଭାଗରେ ଯୋଗ ଦେଇଥିଲେ । ତା ଛଡା ସେ ୧୯୯୬ରୁ ୧୯୯୮ ଯାଏଁ ପୁଲିସ ଚମ୍ପିୟାନସିପରେ ପତାକା ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେହି ସମୟସୀମା ମଧ୍ୟରେ ସେ ଭାରତୀୟ ପୁଲିସ ବାହିନୀର ଅଧିନାୟିକା ମଧ୍ୟ ରହିଥିଲେ ।
କ୍ରୀଡ଼ା ଜୀବନ
[ସମ୍ପାଦନା]ସମ୍ମାନ
[ସମ୍ପାଦନା]ଦେବୀ ୧୯୯୦ ଅର୍ଜୁନ ପୁରସ୍କାର ବିଜୟିନୀ ହୋଇଥିଲେ ଓ ଲିଆଣ୍ଡ ପେସଙ୍କ ସଙ୍ଗେ ୧୯୯୬-୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଜିତିଥିଲେ ।[୧] ସେହି ବର୍ଷ ସେ କେକେ ବିର୍ଲା ଖେଳ ପୁରସ୍କାର ମଧ୍ୟ ଜିତିଥିଲେ । ଭାରତ ସରକାର ତାଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । [୨]
ସେ ୫୦ରୁ ଅଧିକ ବିଶ୍ୱସ୍ତରୀୟ ପୁରସ୍କାରରେ ବିଜୟିନୀ । ସେ ମେଲବର୍ଣ୍ଣରେ ଅନୁଷ୍ଠିତ ୨୦୦୬ କମନ୍ସ ୱେଲ୍ଥ ଗେମ୍ସରେ ୪୮ କେଜି ମହିଳା ଭାରତ୍ତୋଳନରେ ମୋଟ ୧୬୬ କେଜି ଉତ୍ତୋଳନ କରି (୭୨ କେଜି ସ୍ନାଚରେ ଓ ୯୪ କେଜି କ୍ଲିନ ଆଣ୍ଡ ଜର୍କରେ ସମେତ) ସ୍ୱର୍ଣ୍ଣ ଜିତିଥିଲେ ।[୩]
ଆଧାର
[ସମ୍ପାଦନା]- ↑ Rizvi, Taus (୧ ଅଗଷ୍ଟ ୨୦୧୬). "www.dnaindia.com/sport/report-rio-2016-saikhom-mirabai-chanu-will-have-podium-finish-2240161". DNA. Retrieved 12 April 2017.
{{cite news}}
: Check date values in:|date=
(help) - ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
- ↑ "Kunjarani Devi wins gold at Commonwealth". Times of India. ୧୬ ମାର୍ଚ୍ଚ ୨୦୧୬. Retrieved 12 April 2017.
{{cite news}}
: Check date values in:|date=
(help)