କୁଛ୍ କୁଛ୍ ହୋତା ହୈ
କୁଛ୍ କୁଛ୍ ହୋତା ହୈ | |
---|---|
ନିର୍ଦ୍ଦେଶକ | କରଣ ଜୋହର |
ସଂଳାପ | (କଥା): କରଣ ଜୋହର |
କଳାକାର | ସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ |
ସଙ୍ଗୀତ | ଜତୀନ-ଲଳିତ |
ବିତରକ | ୟଶରାଜ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ଅକ୍ଟୋବର ୧୬, ୧୯୯୮ |
କଥାଚିତ୍ରର ସମୟ | ୧୮୫ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
କୁଛ୍ କୁଛ୍ ହୋତା ହୈ (KKHH) ହେଉଛି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର ।[୧] ଚଳଚ୍ଚିତ୍ରର କାହାଣୀର ଲେଖକ ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ ଇତ୍ୟାଦି । ଲୋକପ୍ରିୟ ସିନେମା ଜୋଡି ସାହାରୁଖ-କାଜଲଙ୍କ ଏହା ଥିଲା ଚତୁର୍ଥ ଚଳଚ୍ଚିତ୍ର । କରଣ ଜୋହରଙ୍କ ଏହା ଥିଲା ନିର୍ଦ୍ଦେଶକ ଭାବେ ପ୍ରଥମ ଚଳଚ୍ଚିତ୍ର । ଅକ୍ଟୋବର ୧୬, ୧୯୯୮ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଜତୀନ ଲଳିତ ଜୋଡି । ଚଳଚ୍ଚିତ୍ରରେ କାଜଲଙ୍କ ଅଭିନୟ ସାଙ୍ଗକୁ ଏହାର ସଂଗୀତ ଲୋକପ୍ରିୟତା ହାସଲ କରିଥିଲା ।[୨] ଚଳଚ୍ଚିତ୍ରଟି ୮ଟି ଶ୍ରେଣିରେ ଫିଲ୍ମଫେୟାର ଆୱାର୍ଡ ଲାଭ କରିଥିଲା ।[୩]
କାହାଣୀ
[ସମ୍ପାଦନା]କାହାଣୀର ଆରମ୍ଭରେ ରାହୁଲ ଖାନ୍ନା (ସାହରୁଖ ଖାଁ ଅଭିନୀତ) ତାଙ୍କ ପରଲୋକଗତ ସ୍ତ୍ରୀଙ୍କ(ରାଣୀ ମୁଖାର୍ଜୀ ଅଭିନୀତ) ଜଳୁଥିବା ଚିତା ପାଖରେ ଠିଆ ହେବାର ଦୃଶ୍ୟ । ପରବର୍ତ୍ତୀ ଦୃଶ୍ୟପଟ ସବୁ ଦର୍ଶକଙ୍କୁ ଦେଖାଏ ଯେ ରାହୁଲ ସହ ଟିନାଙ୍କ ବାହାଘର ପରେ ଟିନା ଝିଅଟିଅ ଜନ୍ମ ଦିଅନ୍ତି । ପ୍ରସବକାଳୀନ ସମସ୍ୟା ଏପରି ହୁଏ ଯେ ମାଆ ଏବଂ ଛୁଆ ମଧ୍ୟରୁ ଜଣକୁ ହିଁ ବଞ୍ଚାଯାଇ ପାରିବ । ଏକଥା ଟିନା ସିନା ଜାଣିଥାନ୍ତି ହେଲେ ରାହୁଲଙ୍କୁ ଜଣେଇ ନଥାନ୍ତି । କାରଣ ସେ ଜାଣିଥାନ୍ତି ଯେ ରାହୁଳ ତାଙ୍କ ଟିକି ଝିଅକୁ ପ୍ରାଣଠୁ ବେଶୀ ଭଲ ପାଅନ୍ତି । ତେଣୁ ରାହୁଲଙ୍କ ଅଜାଣତରେ ସେ ପ୍ରେମର ନିଦର୍ଶନ ସ୍ୱରୂପ ଝିଅକୁ ଛାଡି ଚାଲିଯିବା ଶ୍ରେୟ ମଣନ୍ତି । ହେଲେ ମୃତ୍ୟୁ ପୂର୍ବରୁ ସେ ଝିଅ ନାମରେ ଆଠୋଟି ଚିଠି (ତାର ଆଠୋଟି ଜନ୍ମଦିନ ଉପଲକ୍ଷେ) ଲେଖି ରାହୁଲଙ୍କ ମାଅଙ୍କ(ଫରିଦା ଜଲାଲ ଅଭିନୀତ) ହାତରେ ଦେଇଦିଅନ୍ତି ଏବଂ ରାହୁଲଙ୍କ କହିଥାନ୍ତି ଯେ ଝିଅର ନାଁ ରଖିବେ ଅଞ୍ଜଳୀ ।
କାହାଣୀ ଆଠ ବର୍ଷ ଆଗକୁ ଚାଲିଯାଏ । ବାପା ରାହୁଲ ଓ ଜେଜେମାଙ୍କ ତତ୍ତ୍ୱାବଧାନରେ ଅଞ୍ଜଳୀ (ସାନା ସୟୀଦ ଅଭିନୀତ) ବଡ଼ ହୁଏ । ରାହୁଲଙ୍କ ମାଆ ବ୍ୟସ୍ତ ହୁଅନ୍ତି ଏଇଥିପାଇଁ ଯେ ମାଆର ଆଦରରୁ ବଞ୍ଚିତ ଅଞ୍ଜଳୀ ଏକାକୀ ମନ ଦୁଃଖରେ ରହୁଛି । ରାହୁଲ କିନ୍ତୁ ଦ୍ୱିତୀୟ ବିବାହ କଥାକୁ ଏଡେଇ ଯାଆନ୍ତି । ଘଟଣାକ୍ରମରେ ଅଞ୍ଜଲୀ ତାର ଅଷ୍ଟମ ଜନ୍ମ ଦିନରେ ମାଆଙ୍କର ଅଷ୍ଟମ ଚିଠିରୁ ବାପା ରାହୁଲ, ମାଆ ଟିନା ଏବଂ ଅଞ୍ଜଲୀ (କାଜଲ) ସମ୍ପର୍କିତ ପ୍ରେମ କାହାଣୀ ଜାଣିବାକୁ ପାଏ ।
କାହାଣୀ ଶେଷ ଭାଗରେ ଟିନା ମାଅଙ୍କ ଶେଷ ଇଛା ଜାଣି ବାପା ରାହୁଲ ଏବଂ ତାଙ୍କ ପ୍ରେମିକା ଅଞ୍ଜଳୀର ପୁନର୍ମିଳନ କରାଇବାରେ ସକ୍ଷମ ହୋଇଛି । କାହାଣିର ସୁଖଦ ଅନ୍ତ ଯୋଗୁଁ ଏହା ଦର୍ଶକଙ୍କ ଅଧିକ ଲୋକପ୍ରିୟ ହୋଇପାରିଛି ।
ଚରିତ୍ର
[ସମ୍ପାଦନା]- ସାହାରୁଖ ଖାଁ-- ରାହୁଲ ଖାନ୍ନା ଭୂମିକାରେ
- କାଜଲ -- ଅଞ୍ଜଳି ଶର୍ମା ଭୂମିକାରେ
- ରାଣୀ ମୁଖାର୍ଜୀ-- ଟିନା ମାଲହୋତ୍ରା ଭୂମିକାରେ
- ସଲମାନ ଖାଁ-- ଅମନ ମେହେରା ଭୂମିକାରେ
- ରୀମା ଲାଗୁ -- ଶ୍ରୀମତୀ ଶର୍ମା ଭୂମିକାରେ
- ଅନୁପମ ଖେର -- ପ୍ରେମର ଭାଇ ଭୂମିକାରେ
- ନୀଲମ କୋଠାରୀ -- ନୀଲମ ଶୋର ଉପସ୍ଥାପିକା ଭୂମିକାରେ
- ଜନୀ ଲିଭର -- କଲୋନେଲ ଆଲମିଡା ଭୂମିକାରେ
- ଅର୍ଚ୍ଚନା ପୂରନ ସିଂ -- ପ୍ରିନ୍ସିପାଲ ମାଲହୋତ୍ରା ଭୂମିକାରେ
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ମନୀଷ ମାଲହୋତ୍ରା, ଗୀତା କପୁର, ହୀମାନି ଶିବପୁରି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
କଣ୍ଠଶିଳ୍ପୀ
[ସମ୍ପାଦନା]ଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
କୁଛ୍ କୁଛ୍ ହୋତା ହୈ | ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୪ ମିନିଟ୍ ୫୬ ସେକେଣ୍ଡ |
କୋଇ ମିଲ ଗୟା | କବିତା କୃଷ୍ଣାମୂର୍ତ୍ତି, ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୧୬ ସେକେଣ୍ଡ |
ସାଜନ ଜୀ ଘର ଆୟେ | କବିତା କୃଷ୍ଣାମୂର୍ତ୍ତି, କୁମାର ସାନୁ, ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୧୪ ସେକେଣ୍ଡ |
କୁଛ୍ କୁଛ୍ ହୋତା ହୈ(ଦୁଃଖଭରା) | ଆଲ୍କା ୟାଗ୍ନିକ୍ | ୧ ମିନିଟ୍ ୨୬ ସେକେଣ୍ଡ |
ୟେ ଲଡକା ହେ ଦିୱାନା | ଉଦିତ ନାରାୟଣ, ଆଲ୍କା ୟାଗ୍ନିକ୍ | ୬ ମିନିଟ୍ ୩୬ ସେକେଣ୍ଡ |
ତୁଝେ ୟାଦ ନା ମେରି ଆୟୀ | ଉଦିତ ନାରାୟଣ, ମନପ୍ରୀତ ଅଖତାର,[୪] ଆଲ୍କା ୟାଗ୍ନିକ୍ | ୭ ମିନିଟ୍ ୦୩ ସେକେଣ୍ଡ |
ରଘୁପତି ରାଘବ | ଆଲ୍କା ୟାଗ୍ନିକ୍, ଶଙ୍କର ମହାଦେବନ | ୬ ମିନିଟ୍ ୩୬ ସେକେଣ୍ଡ |
ଲଡକି ବଡ଼ି ଅଞ୍ଜନୀ ହେ | ଆଲ୍କା ୟାଗ୍ନିକ୍, କୁମାର ସାନୁ | ୭ ମିନିଟ୍ ୦୩ ସେକେଣ୍ଡ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୪୬ତମ ଫିଲ୍ମ ଫେୟାର ଆୱାର୍ଡ ---ଶ୍ରେଷ୍ଟ ଲୋକପ୍ରିୟ ଚଲଚ୍ଚିତ୍ର (ୟଶ ଜୋହର, କରଣ ଜୋହର) ଏବଂ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟୀକା (ଅଲକା ୟାଜ୍ଞନିକ)
- ୪୬ତମ ଫିଲ୍ମ ଫେୟାର ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ନାୟକ(ସାହାରୁଖ ଖାଁ ), ଶ୍ରେଷ୍ଠ ନାୟୀକା (କାଜଲ)
- ଷ୍ଟାର ସ୍କ୍ରୀନ ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ଜତୀନ- ଲଳୀତ), ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ(ଅର୍ଚନା ପୂରନ ସିଂ)
- ଜୀ ସିନେ ଆୱାର୍ଡ[୫] ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ଅଭିନେତା(ସାହାରୁଖ ଖାଁ ), ଶ୍ରେଷ୍ଠ ଅଭିନେତ୍ରୀ(କାଜଲ),ଶ୍ରେଷ୍ଠ ସହ-ଅଭିନେତ୍ରୀ(ରାଣୀ ମୁଖାର୍ଜୀ),
- ବଲିଉଡ ମୁଭି ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ଅଭିନେତା(ସାହାରୁଖ ଖାଁ ), ଶ୍ରେଷ୍ଠ ଅଭିନେତ୍ରୀ(କାଜଲ),ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ଜତୀନ- ଲଳୀତ),ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ଉଦିତ ନାରାୟଣ),ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟୀକା (ଅଲକା ୟାଜ୍ଞନିକ),
ଆଧାର
[ସମ୍ପାଦନା]- ↑ "Kuch Kuch Hota hai". Retrieved 26 May 2018.
- ↑ "Kuch Kuh Hota Hai(1998)". Retrieved 26 May 2018.
- ↑ "Kuch Kuch Hota Hai-Cast and credits". Archived from the original on 5 October 2015. Retrieved 26 May 2018.
{{cite web}}
: CS1 maint: bot: original URL status unknown (link) - ↑ "Punjabi folk singer Manpreet Akhtar passes away". Hindustan Times (in ଇଂରାଜୀ). 2016-01-17. Retrieved 2023-02-19.
- ↑ "Lux Zee Cine Awards-1999". Retrieved 26 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୁଛ୍ କୁଛ୍ ହୋତା ହୈ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |