କଙ୍କାଳ

ଉଇକିପିଡ଼ିଆ ରୁ
ସିଡନିର ଅଷ୍ଟ୍ରେଲିଆ ମିୟୁଜିଅମ ବା ଜାଦୁଘରରେ ଥିବା ମାନବ ଓ ଅଶ୍ଵର କଙ୍କାଳ

କଙ୍କାଳ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି ସ୍କେଲିଟନ୍ (Skeleton) ଯାହାକି ଏକ ଗ୍ରିକ୍ ଶବ୍ଦ ଓ ତାହାର ଅର୍ଥ ହେଉଛି ଶୁଷ୍କ ଦେହ ବା ମମି (skeletos = "dried-body", "mummy") । ଏହା ଶରୀରର ଏପରି ଏକ ଅଙ୍ଗ ଯିଏ ଜୀବର ସମୁଦାୟ ଶରୀରକୁ ଆଶ୍ରା(Support) ଦିଏ । ଦୁଇ ପ୍ରକାର କଙ୍କାଳ ଅଛି: ବହିଃ କଙ୍କାଳ ଓ ଅନ୍ତଃ କଙ୍କାଳ । ଯେଉଁ କଙ୍କାଳ ଜୀବ ଶରୀରର ବହିଃ ଆବରଣ ବା ଘୋଡ଼ଣୀ ଭଳି ଥାଏ ତାହାକୁ ବହିଃ କଙ୍କାଳ କହନ୍ତି । ଶରୀର ଅଭ୍ୟନ୍ତରରେ ଥିବା କଙ୍କାଳକୁ ଅନ୍ତଃ କଙ୍କାଳ କହନ୍ତି ।

କଙ୍କାଳର ପ୍ରକାର[ସମ୍ପାଦନା]

ବହିଃ କଙ୍କାଳ[ସମ୍ପାଦନା]

ମୂଳ ଲେଖା: Exoskeleton

ବହିଃ କଙ୍କାଳ ଶରୀରର ଆବରଣ ରୁପେ ଥାଏ । ଅନେକ ଅମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ଥାଏ । ଏହା ଦେହର କୋମଳ ତନ୍ତୁ ଓ ଅଙ୍ଗମାନଙ୍କୁ ଘୋଡେଇ ରକ୍ଷା କରେ । ଏହି ବହିଃ କଙ୍କାଳକୁ ସମୟ କ୍ରମେ ଦେହ ବହିଷ୍କାର କରେ ଓ ତାହା ବଦଳରେ ନୂଆ ବହିଃ କଙ୍କାଳ ସୃଷ୍ଟି ହୁଏ । ଆର୍ଥୋପୋଡ ଜାତିର ବିଭିନ୍ନ ପୋକଙ୍କ ଦେହରେ ଏହା ଥାଏ । ଚିଟିନ(chitin ), କ୍ୟାଲସିୟମ ଓ ସିଲିକେଟ ଦ୍ଵାରା ଏହି ଆବରଣ ତିଆରି ହୋଇଥାଏ ।
ବହିଃ କଙ୍କାଳ ମାଂସପେଶୀକୁ ସଂଯୋଗ କରେ, ଦେହକୁ ଶୁଖି ଯିବାରୁ ରକ୍ଷା କରେ ଓ ଇନ୍ଦ୍ରିୟ କାମ କରେ । ମୋଲୁସ୍କ ଦେହରେ ଇନ୍ଦ୍ରିୟ ଅନୁଭୁତି ନ ଥାଏ ।
ବହିଃ କଙ୍କାଳ ଓଜନିଆ ହୋଇପାରେ । ଜଳ ଭିତର ପ୍ରାଣୀଙ୍କ ବହିଃ କଙ୍କାଳ ଓଜନିଆ ହେଲେ ମଧ୍ୟ ଜଳ ମଧ୍ୟରେ ରହୁ ଥିବାରୁ କିଛି ଅସୁବିଧା ହୁଏ ନାହିଁ । ସଦର୍ଣ୍ଣ ଜାଏଣ୍ଟ କ୍ଲାମ, ଓ ସିରିକ୍ସ ଅରୁଆନସ ଭଳି ପ୍ରାଣୀମାନଙ୍କର ବିରାଟକାୟ ଓଜନିଆ ବହିଃ କଙ୍କାଳ ଥାଏ ।

ଅନ୍ତଃ କଙ୍କାଳ[ସମ୍ପାଦନା]

ମୂଳ ଲେଖା: Endoskeleton

ଅନ୍ତଃ କଙ୍କାଳ ଜୀବ ଶରୀରର ଭାର ବହନ କରେ । ଏହା ମେରୁଦଣ୍ଡୀ ପ୍ରାଣୀମାନଙ୍କରେ ଦେଖାଯାଏ । ଏହାର ଗଠନ ଜଟୀଳ, ଭାର ବହନ ସାଥିରେ ଏହା ମାଂସପେଶୀଙ୍କୁ ନିଜ ସଙ୍ଗେ ସଂଯୁକ୍ତ କରେ । ଏହା ମେସୋଡର୍ମରୁ ତିଆରି ହୋଇଥାଏ ।

ସ୍ପଞ୍ଜ[ସମ୍ପାଦନା]

ଏହାର କଙ୍କାଳ ଚୂନ ଜାତୀୟ ଓ ସିଲିକା ଜାତୀୟ ପଦାର୍ଥରେ ଗଢା । ସ୍ପଞ୍ଜ ଜାତୀୟ ପାଣୀମାନଙ୍କ ମଧ୍ୟରେ ଡେମୋସ୍ପଞ୍ଜ ସଂଖ୍ୟା ସର୍ବାଧିକ (୯୦ %) ।ଏହା ଏପିଡର୍ମିସ ତଳେ ଓ ମେସୋଡର୍ମ ଭିତରେ ଥାଏ । କ୍ଷୁଦ୍ର ପ୍ରୋଟିନ ତନ୍ତୁ ସ୍ପଞ୍ଜିନ୍ ଓ ସିଲିକା ଦ୍ଵାରା ଏହା ଗଢା । ଏଥି ନିମନ୍ତେ ଏହା ପୋଲା କିନ୍ତୁ ଶକ୍ତ ରହେ । ଏହା ପରଷ୍ପର ସହ ସଂଯୁକ୍ତ ହୋଇ ଏକ ପ୍ରକାର ଅସ୍ଥି ପ୍ଲେଟ ତିଆରି କରେ । ଏହା ମଧ୍ୟରେ ଗଣ୍ଠି ମଧ୍ୟ ଥାଏ ।

ଏକିନୋଡର୍ମ[ସମ୍ପାଦନା]

କର୍ଡେଟ[ସମ୍ପାଦନା]

ମାଛ[ସମ୍ପାଦନା]

ପକ୍ଷୀ[ସମ୍ପାଦନା]

ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ[ସମ୍ପାଦନା]

ହାଇଡ୍ରୋସ୍ଟାଟିକ କଙ୍କାଳ[ସମ୍ପାଦନା]

ସାଇଟୋକଙ୍କାଳ[ସମ୍ପାଦନା]

ମନୁଷ୍ୟ କଙ୍କାଳ[ସମ୍ପାଦନା]

ମୂଳ ଲେଖା: Human skeleton
କଙ୍କାଳ ଅନୁଶୀଳନ, ମସିହା ୧୫୧୦, ଲିଓନାର୍ଡୋ ଡା ଭିନ୍ସିଙ୍କ ଦ୍ଵାରା

କେତେକ ସଂଯୁକ୍ତ ଓ ଏକକ ଅସ୍ଥିମାନଙ୍କୁ ନେଇ କଙ୍କାଳ ଗଢା ହୋଇଥାଏ । ଗଣ୍ଠି ରଜ୍ଜୁ(ligaments), ପେଶୀ ରଜ୍ଜୁ( tendons), ମାଂସପେଶୀ ଓ ଉପାସ୍ଥିମାନଙ୍କ(Cartilage) ଦ୍ଵାରା ଅସ୍ଥିଗୁଡିକ ସଂଯୁକ୍ତ ହୋଇ ରହନ୍ତି । କଙ୍କାଳର କାମ: ଅଙ୍ଗ ପ୍ରତ୍ୟଙ୍ଗମାନଙ୍କୁ ଆଧାର ଦିଏ, ମାଂସପେଶୀ ଏହା ସହ ସଂଯୁକ୍ତ ହୁଅନ୍ତି ଓ ମସ୍ତିଷ୍କ, ଫୁସଫୁସ, ହୃତ୍‌ପିଣ୍ଡ ମାନଙ୍କୁ ସୁରକ୍ଷା ଦିଏ । ଜଙ୍ଘାସ୍ଥି(Femur) ଶରୀରର ସବୁଠାରୁ ବଡ଼ ଅସ୍ଥି ଓ ସବୁଠାରୁ ଛୋଟ ଅସ୍ଥି ମଧ୍ୟକର୍ଣ୍ଣରେ ଥାଏ ଯାହାର ନାମ ସ୍ଟେପିସ । ଶରୀର ଓଜନର ୧୪% ହେଉଛି କଙ୍କାଳର ଓଜନ[୧] ଓ ତାହାର ଅର୍ଦ୍ଧେକ ଜଳର ଓଜନ ।
କେତେକ ଅସ୍ଥି ଦ୍ଵାରା ସଂଯୁକ୍ତ ହୋଇ ଖପୁରି(Cranium) ଓ ନିତମ୍ବାସ୍ଥି (Pelvis) ଗଢା ହୋଇଥାଏ । ମଧ୍ୟ କର୍ଣ୍ଣରେ ତିନୋଟି ଛୋଟ ଛୋଟ ଅସ୍ଥି ଲମ୍ବ ଭାବରେ ଥାଏ । ବେକର ସାମନା ପାଖରେ ହାଇଅଏଡ ଅସ୍ଥି ଜିଭକୁ ସଂଯୋଗ କରେ । ଏହା ଅନ୍ୟ କୌଣସି ଅସ୍ଥି ସହ ସଂଯୁକ୍ତ ନ ହୋଇ କେବଳ ଗଣ୍ଠି ରଜ୍ଜୁ ଓ ମାଂସପେଶୀ ସହ ସଂଯୁକ୍ତ ହୋଇଥାଏ ।
ମନୁଷ୍ୟ ଶରୀରରେ ୨୦୬ ଖଣ୍ଡି ହାଡ଼ ଥାଏ । ପାଞ୍ଚଟି ହାଡ ସଂଯୁକ୍ତ ହୋଇ ସାକ୍ରମ ହାଡ଼ ତିଆରି ହୁଏ, ଚାରୋଟି ହାଡ଼ ସଂଯୁକ୍ତ ହୋଇ କକ୍‌ସିକ୍ସ ତିଆରି ହୁଏ, ଛଅଟି ହାଡ଼(ବାମ ପାଖରେ ୩ ଓ ଡାହାଣ ପାଖରେ ୩ ) ସଂଯୁକ୍ତ ହୋଇ ନିତମ୍ବାସ୍ଥି ତିଆରି ହୁଏ । ନବଜାତ ଶିଶୁ ଦେହରେ ୨୭୦ ହାଡ଼[୨][୩][୪] ଥାଏ । ଶରୀରର ମଧ୍ୟ ଭାଗରେ ଲମ୍ବ ଭାବରେ ଥିବା କଙ୍କାଳକୁ ଆକ୍ସିଆଲ୍ କଙ୍କାଳ କହନ୍ତି । ଉପର ଓ ନିମ୍ନ ଅବୟବଙ୍କୁ ଆପେଣ୍ଡିକୁଲାର କଙ୍କାଳ[୫] କୁହାଯାଏ ।
କଙ୍କାଳର ସମ୍ପୁର୍ଣ୍ଣ ଗଠନ ନିମନ୍ତେ ୨୦ ବର୍ଷ ଲାଗେ । ଅସ୍ଥି ଭିତରେ ଥିବା ମଜ୍ଜାରେ ରକ୍ତ କଣିକା ପ୍ରସ୍ତୁତ ହୁଏ[୬]

ଅସ୍ଥି ଓ ଉପାସ୍ଥି[ସମ୍ପାଦନା]

ଅସ୍ଥି[ସମ୍ପାଦନା]

ମେରୁଦଣ୍ଡୀ ପ୍ରାଣୀଙ୍କର ହାଡ଼ ଗୋତିଏ କଠିନ ଅଙ୍ଗ । ଶରୀରରେ ସ୍ଥାନ ବିଶେଷରେ ହାଡ଼ର ବିଭିନ୍ନ ଆକାର ଥିବା ଦେଖାଯାଏ । ଏହାର ଗଠନ ଏକ ମହୁଫେଣା ଭଳି ଦେଖାଯାଏ । ଏହା ଜୈବିକ ଓ କ୍ୟାଲସିୟମ ଭଳି ପଦାର୍ଥ ଦ୍ଵାରା ଗଠିତ ହୋଇଥାଏ । ହାଡ଼ର ମଧ୍ୟ ଭାଗରେ ଅସ୍ଥିମଜ୍ଜା ଥାଏ । ଏହି ମଜ୍ଜାରେ ରକ୍ତ କଣିକା ପ୍ରସ୍ତୁତ ହୁଏ ।

ଉପାସ୍ଥି[ସମ୍ପାଦନା]

କେବଳ ନାକ ଓ କାନ ଛଡା ଅନ୍ୟ ସ୍ଥାନରେ ଉପାସ୍ଥି ନ ଥିବା ଭ୍ରାନ୍ତ ଧାରଣା ଅଧିକାଂଶ ଲୋକଙ୍କର ଥାଏ । ଜରାୟୁରେ ଭୃଣ ସଞ୍ଚାର ପରେ ଅସ୍ଥି ସ୍ଥାନରେ ଉପାସ୍ଥି ହିଁ ଥାଏ । ଦ୍ଵିତୀୟ ଟ୍ରାଇମେସ୍ଟର ବେଳକୁ ଏହି ଉପାସ୍ଥି ରୁପାନ୍ତରିତ ହୋଇ ଅସ୍ଥି ହୋଇଯାଏ । କାନ, ନାକ, ଛାତି, ଗଣ୍ଠି, ଶ୍ଵାସ ନଳୀ ଓ ମେରୁଅସ୍ଥି ମଝିରେ ଉପାସ୍ଥିମାନ ଥାଆନ୍ତି ।
ଉପାସ୍ଥିରେ କଣ୍ଡ୍ରୋସାଇଟ ନାମକ ଜୀବକୋଷ ଥାଏ । ଏହା ଚାରିଆଡେ ମାଟ୍ରିକ୍ସ ନାମକ ପଦାର୍ଥ ଥାଏ ଯେଉଁଥିରେ ଏକ ନମ୍ବର କୋଲାଜେନ ସୂତ୍ରତନ୍ତୁ ଓ ପ୍ରୋଟିଓଗ୍ଲାଇକାନ ଭଳି ପ୍ରୋଟିନ ପଦାର୍ଥ ଥାଏ ଯାହାକୁ ଗ୍ରାଉଣ୍ଡ ସବସ୍ଟାନ୍ସ୍(Ground substance) କୁହାଯାଏ । ଏହି ଗ୍ରାଉଣ୍ଡ ସବସ୍ଟାନ୍ସରେ ଇଲାସ୍ଟିନ ନାମକ ପଦାର୍ଥ ମଧ୍ୟ ଥାଏ । ମାତ୍ରିକ୍ସରେ ଥିବା ବିଭିନ୍ନ ରକମର ପଦାର୍ଥର ଉପସ୍ଥିତି ଅନୁସାରେ ଉପାସ୍ଥିର ନାମ କରଣ ହୋଇଥାଏ ଯଥା: ଇଲାସ୍ଟିକ ଉପାସ୍ଥି, ହ୍ୟାଲିନ ଉପାସ୍ଥି ଓ ଫାଇବ୍ରୋ ଉପାସ୍ଥି ।
ଉପାସ୍ଥିକୁ କୌଣସି ରକ୍ତ ସରବରାହ ହୁଏ ନାହିଁ । ଏହା ଡିଫ୍ୟୁଜନ ପଦ୍ଧତିରେ ପୋଷକ ସଂଗ୍ରହ କରେ ।

ଆଧାର[ସମ୍ପାଦନା]

  1. William W. Reynolds and William J. Karlotski (1977). "The Allometric Relationship of Skeleton Weight to Body Weight in Teleost Fishes: A Preliminary Comparison with Birds and Mammals". Copeia: 160–163. 
  2. Miller, Larry (2007-12-09). "We’re Born With 270 Bones. As Adults We Have 206". Ground Report. http://www.groundreport.com/Health_and_Science/We-re-Born-With-270-Bones-As-Adults-We-Have-206. 
  3. "How many bones does the human body contain?". Ask.yahoo.com. 2001-08-08. http://ask.yahoo.com/20010808.html. Retrieved 2010-03-04. 
  4. http://education.sdsc.edu/download/enrich/exploring_human.pdf
  5. Tözeren, Aydın (2000). Human Body Dynamics: Classical Mechanics and Human Movement. Springer. pp. 6–10. ISBN 0-387-98801-7. 
  6. "Human bones in the body?". http://www.human-body.org/skeletal.html. 

ଅଧିକ ତଥ୍ୟ[ସମ୍ପାଦନା]