ଏରିଦେମା ମଲ୍ଟିଫର୍ମ

ଉଇକିପିଡ଼ିଆ‌ରୁ
ଏରିଦେମା ମଲ୍ଟିଫର୍ମ
Erythema exudativum multiforme[୧]
Erythema multiforme minor of the hands (note the blanching centers of the lesion)
ବିଭାଗଚର୍ମରୋଗ
ଲକ୍ଷଣTarget lesions, fever, joint pain[୨][୧]
ଆକ୍ରାନ୍ତ ସମୟWithin 72 hrs[୩]
ଅବଧିUp to 6 wks[୩]
ବିପଦ କାରକInfections: Herpes simplex, cytomegalovirus, Epstein-Barr virus, SARS-CoV-2[୨]
Medications: NSAIDs, antibiotics, vaccines[୨]
Other: Inflammatory bowel disease, leukemia, other cancers[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟHives, pemphigus, Stevens-Johnson syndrome[୧][୩]
ଚିକିତ୍ସାBased on trigger, supportive care[୧][୨]
PrognosisGenerally good[୩]
ପୁନଃପୌନିକUncommon[୩]

ଏରିଦେମା ମଲ୍ଟିଫର୍ମ ( EM ) ହେଉଛି ଏକ ଚର୍ମ ରୋଗ ଯେଉଁଥିରେ ଲାଲ ଦାଗ ମଝିରେ କିଛି ଦାଗ ନ ଥାଏ ଓ ତାହା ଲକ୍ଷ ସ୍ଥାନ (ଇଂରାଜୀ ଭାଷାର target) ଭଳି ଦେଖାଯାଏ ।[୨] ଏହି ରୋଗ ଚର୍ମ କିମ୍ବା ପାଟିରେ ହୋଇପାରେ ।[୨] ଏଗୁଡିକ ଦୁଇ ଦିନ ମଧ୍ୟରେ ଆସେ ଏବଂ ୩ରୁ ୬ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।[୩] ସେଗୁଡ଼ିକ ପାପୁଲି ଓ ପାଦରେ ସ୍ପଷ୍ଟ ଭାବରେ ଦେଖାଯାଏ | [୧] ଅନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ।[୧] କେତେକଙ୍କର ବାରମ୍ବାର ଏହି ରୋଗ ହୁଏ ।[୩]

ଏହି ରୋଗର ସବୁଠାରୁ ସାଧାରଣ ଟ୍ରିଗର ହେଉଛି ହର୍ପିସ୍ ସିମ୍ପ୍ଲେକ୍ସ (ଏଚଏସଭି/HSV) ସଂକ୍ରମଣ ।[୨] ଅନ୍ୟାନ୍ୟ ଟ୍ରିଗରଗୁଡିକ ମଧ୍ୟରେ ସାଇଟୋମେଗାଲୋଭାଇରସ୍, ଏପଷ୍ଟେନ୍-ବାର୍ ଭୂତାଣୁ ଏବଂ ଏସଏଆରଏସ-ସିଓଭି-୨ଭଳି ସଂକ୍ରମଣ ହୋଇପାରେ; ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଆଣ୍ଟିବାୟୋଟିକ୍ ଏବଂ ଟିକା; ତ‌ଥା ଅନ୍ୟାନ୍ୟ ସମସ୍ୟା ଯେପରିକି ପ୍ରଦାହଜନକ ଅନ୍ତନଳୀ ରୋଗ, ଲିଉକେମିଆ ଏବଂ ଅନ୍ୟାନ୍ୟ କର୍କଟ ରୋଗ ହୋଇପାରେ ।[୨] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ପ୍ରତିରକ୍ଷା ପ୍ରଣାଳୀ ଜଡିତ ଥିବା ବିଶ୍ୱାସ କରାଯାଏ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ନିଶ୍ଚିତ କରାଯାଇପାରେ । [୩] ଦୁଇ ପ୍ରକାର ଏହି ରୋଗ ଦେଖାଯାଏ: ଏରିଦେମା ମଲ୍ଟିଫର୍ମ ଛୋଟ ଏବଂ ଏରିଦେମା ମଲ୍ଟିଫର୍ମ ମେଜର ଅଛି ।[୧]

ସାଧାରଣତଃ ଏହି ରୋଗରେ ସ‌ହାୟକ ଚିକିତ୍ସା କରାଯାଏ ବା ଅନ୍ତର୍ନିହିତ ଟ୍ରିଗର ଉପରେ ଚିକିତ୍ସା ଆଧାରିତ ହୁଏ ।[୧] [୨] ଯେଉଁମାନଙ୍କରେଏଚଏସଭି ଥାଏ ତାଙ୍କୁ ସନସ୍କ୍ରିନ କିମ୍ବା ଭାଲାସାଇକ୍ଲୋଭିର ବ୍ୟବହାର କରାଯାଇପାରେ ।[୧] ଅଧିକ ଗୁରୁତର କ୍ଷେତ୍ରରେ କର୍ଟିକୋଷ୍ଟିରଏଡ, ଡାପସୋନ କିମ୍ବା ସାଇକ୍ଲୋସ୍ପୋରିନ ବ୍ୟବହାର କରାଯାଇପାରେ ।[୧] ଫଳାଫଳ ସାଧାରଣତ ଭଲ ଅଟେ ।[୩]

ଏରିଥେମା ମଲ୍ଟିଫର୍ମ ଅସାଧାରଣ ରୋଗ ଅଟେ ।[୩] ଏହା ସାଧାରଣତଃ ଜୀବନର ଦ୍ୱିତୀୟ ଏବଂ ତୃତୀୟ ଦଶକରେ ଘଟିଥାଏ ।[୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ପ୍ରଥମେ ୧୮୬୦ ମସିହାରେ ଭନ ହେବ୍ରା ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "7. Erythema and urticaria". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. pp. 141–142. ISBN 978-0-323-54753-6. Archived from the original on 2021-10-20. Retrieved 2021-10-19.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Erythema multiforme - DermNet". dermnetnz.org (in ଇଂରାଜୀ). Archived from the original on 16 March 2022. Retrieved 30 March 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Hafsi, W; Badri, T (January 2022). "Erythema Multiforme". PMID 29261983. {{cite journal}}: Cite journal requires |journal= (help)