ଇନକ୍ଲିସିରାନ

ଉଇକିପିଡ଼ିଆ‌ରୁ
ଇନକ୍ଲିସିରାନ
Clinical data
Trade namesLeqvio
SynonymsALN-PCSsc, ALN-60212
AHFS/Drugs.commonograph
data
Pregnancy
category
Routes of
administration
Subcutaneous
Legal status
Legal status
Chemical and physical data
FormulaC520H679F21N175O309P43S6
Molar mass୧୬,୨୪୮.୨୭ g·mol−1

ଇନକ୍ଲିସିରାନ, ଏକ ବିକ୍ରୟ ନାମ ଲେକ୍ଭିଓ, ହେଉଛି ଏକ ଔଷଧ ଯାହା ରକ୍ତରେ କୋଲେଷ୍ଟେରୋଲ କମାଇବା ପାଇଁ ବ୍ୟବହୃତ ହୁଏ ।[୪] ଏହା ପ୍ରାଥମିକ ହାଇପରକୋଲେଷ୍ଟେରୋଲେମିଆ କିମ୍ବା ମିଶ୍ରିତ ଡିସଲିପିଡେମିଆରେ କମ୍ ଚର୍ବିଯୁକ୍ତେ ଖାଦ୍ୟ ଖାଇଲେ ମଧ୍ୟ ଯେତେବେଳେ ଷ୍ଟାଟିନ ଦେଲେ ମଧ୍ୟ ଉପଶମ ନ ହେଲେ ଏହା ଦିଆଯାଏ ।[୪] ଏଥିରେ ହେଟେରୋଜାଇଗସ୍ ପାରିବାରିକ ହାଇପରକୋଲେଷ୍ଟେରୋମିଆ ଏବଂ ଆଥେରୋସ୍କ୍ଲେରୋଟିକ୍ ହୃଦ୍‌ରୋଗ (ASCVD) ଅନ୍ତର୍ଭୁକ୍ତ । [୫] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ପ୍ରତିକ୍ରିୟା, ଗଣ୍ଠି ଯନ୍ତ୍ରଣା, ମୂତ୍ରନଳୀ ସଂକ୍ରମଣ, ତରଳ ଝାଡ଼ା, ବ୍ରୋଙ୍କାଇଟିସ୍, ଚରମ ଯନ୍ତ୍ରଣା ଏବଂ ଅଣନିଶ୍ୱାସ ହୋଇପାରେ ।[୫] ବିଶ୍ୱାସ କରାଯାଏ ଯେ ଗର୍ଭାବସ୍ଥାରେ ବ୍ୟବହାର କଲର ଶିଶୁର କ୍ଷତି କରିପାରେ। [୫] ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟାରେ ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ଦେଖାଯାଏ ।[୮] ଏହା ଏକ ଛୋଟ ହସ୍ତକ୍ଷେପକାରୀ ଆରଏନଏ (siRNA) ଯାହା ପ୍ରୋଟିନ୍ ପିସିଏସକେ୧୯ ଉତ୍ପାଦନକୁ ବାଧା ଦିଏ ।[୫]

୨୦୨୦ରେ ୟୁରୋପରେ ଏବଂ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଇନକ୍ଲିସିରାନକୁ ଅନୁମୋଦନ କରାଯାଇଥିଲା ।[୪] [୫] ଯୁକ୍ତରାଷ୍ଟ୍ରରେ ଏହା ସ୍ୱତନ୍ତ୍ର ଔଷଧ ଦୋକାନରେ ଉପଲବ୍ଧହୁଏ । [୭] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ 2022 ଅଜ୍ଞାତ ଥିଲା, ଅବଶ୍ୟ, ୨୦୨୧ ସୁଦ୍ଧା ୨୮୪ ମିଗ୍ରା ସିରିଞ୍ଜ ପ୍ରତି ମୂଲ୍ୟ ୨୦୦୦ ପାଉଣ୍ଡ ଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩,୪୦୦ ଡଲାର ଅଟେ। [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Leqvio". Therapeutic Goods Administration (TGA). 22 September 2021. Archived from the original on 30 September 2021. Retrieved 30 September 2021.
  2. "Updates to the Prescribing Medicines in Pregnancy database". Therapeutic Goods Administration (TGA). 12 May 2022. Archived from the original on 3 April 2022. Retrieved 13 May 2022.
  3. "Summary Basis of Decision (SBD) for Leqvio". Health Canada. 23 October 2014. Archived from the original on 29 May 2022. Retrieved 29 May 2022.
  4. ୪.୦ ୪.୧ ୪.୨ ୪.୩ "Leqvio EPAR". European Medicines Agency. 13 October 2020. Archived from the original on 8 January 2021. Retrieved 6 January 2021. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Leqvio- inclisiran injection, solution". DailyMed. Archived from the original on 28 December 2021. Retrieved 27 December 2021.
  6. "FDA approves add-on therapy to lower cholesterol among certain high-risk adults". U.S. Food and Drug Administration (FDA). 22 December 2021. Archived from the original on 24 December 2021. Retrieved 24 December 2021.  This article incorporates text from this source, which is in the public domain.
  7. ୭.୦ ୭.୧ ୭.୨ "Inclisiran". SPS - Specialist Pharmacy Service. 23 January 2018. Archived from the original on 3 March 2022. Retrieved 23 October 2022.
  8. "Inclisiran Monograph for Professionals". Drugs.com (in ଇଂରାଜୀ). Retrieved 23 October 2022.
  9. "Leqvio Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 23 October 2022.