ଆରାମ ବାନୁ ବେଗମ

ଉଇକିପିଡ଼ିଆ‌ରୁ
ଆରାମ ବାନୁ ବେଗମ
ମୋଗଲ ସାମ୍ରାଜ୍ୟର ରାଜକୁମାରୀ

ବଂଶ ତୈମୁରୀ ରାଜବଂଶ
ବାପା ଆକବର
ମାଆ ବିବି ଦୌଲତ ଶାଦ
ଜନ୍ମ ୨୨ ଡିସେମ୍ବର ୧୫୮୪
ଫତେପୁର ସିକ୍ରି, ଆଗ୍ରା, ମୋଗଲ ସାମ୍ରାଜ୍ୟ
ମୃତ୍ୟ ୧୭ ଜୁନ ୧୬୨୪(1624-06-17) (ବୟସ ୩୯)
ମୋଗଲ ସାମ୍ରାଜ୍ୟ
ସମାଧି ଆକବରଙ୍କ ସମାଧି, ସିକନ୍ଦର, ଆଗ୍ରା
ଧର୍ମ ସୁନୀ ଇସଲାମ

ଆରାମ ବାନୁ ବେଗମ (୨୨ ଡିସେମ୍ବର ୧୫୮୪ - ୧୮ ଜୁନ ୧୬୨୪) ଜଣେ ମୋଗଲ ରାଜକୁମାରୀ ଏବଂ ତୃତୀୟ ମୋଗଲ ସମ୍ରାଟ ଆକବରଙ୍କ ସାନ ଝିଅ ଥିଲେ ।[୧] ଆରାମ ବାନୁ ସମ୍ରାଟ ଜାହାଙ୍ଗୀରଙ୍କ ସାନ ଭଉଣୀ ଥିଲେ, କିନ୍ତୁ ସେମାନଙ୍କ ମା ଅଲଗା ଥିଲେ ।

ଜୀବନୀ[ସମ୍ପାଦନା]

୨୨ ଡିସେମ୍ବର ୧୫୮୪ ମସିହାରେ ଜନ୍ମ ହୋଇଥିବା ଆରାମ ବାନୁ ବେଗମ ଆକବର ଏବଂ ବିବି ଦୌଲତ ଶାଦଙ୍କ ସାନ ଝିଅ ଥିଲେ । ତାଙ୍କର ନିଶା ବେଗମ ନାମରେ ଜଣେ ଭଉଣୀ ମଧ୍ୟ ଥିଲେ । ସେ ଭାରତର ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ।

ଜାହାଙ୍ଗୀରଙ୍କ ଅନୁଯାୟୀ ଆକବର ତାଙ୍କୁ ଅତ୍ୟଧିକ ଭଲ ପାଉଥିଲେ ଏବଂ ତାଙ୍କର ଅପାରଗତାକୁ ଭଦ୍ରତା ବୋଲି ବର୍ଣ୍ଣନା କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ଅରାମ ବାନୁ ଅବିବାହିତ ରହିଥିଲେ । ସେ ତାଙ୍କ ଭାଇ ଜାହାଙ୍ଗୀରଙ୍କ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ ୧୭ ଜୁନ ୧୬୨୪ ମସିହାରେ ମାତ୍ର ୩୯ ବର ବୟସରେ ମୃତ୍ୟୁ ବରଣ କରିଥିଲେ ।[୩] ତାଙ୍କୁ ତାଙ୍କ ବଡ଼ ଭଉଣୀ ନିଶା ବେଗମଙ୍କ ପରି ଆଗ୍ରାସ୍ଥିତ ସିକନ୍ଦରାଠାରେ ତାଙ୍କ ପିତାଙ୍କ ସମାଧିସ୍ଥଳରେ କବର ଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. Fazl, Abul. The Akbarnama. Vol. III. Translated by Beveridge, Henry. Calcutta: ASIATIC SOCIETY OF BENGAL. p. 661. One of the occurrences was the birth of Ārām Bānū Begam.* On 12 Dai, 22 December 1584, divine month, and the 19th degree of Sagittarius, and according to the calculation of the Indians, one degree and 54 minutes, that night-gleaming jewel of fortune appeared, and glorified the harem of the Shāhinshāh.
  2. Jahangirnama Volume I. Translated by Rogers, Alexander; Beveridge, Henry. p. 36.
  3. The Jahangirnama: Memoirs of Jahangir, Emperor of India. Freer Gallery of Art; Arthur M. Sackler Gallery. 1999. p. 423. ISBN 9780195127188.