ଅମ୍ଳରୋଗ

ଉଇକିପିଡ଼ିଆ ରୁ
Peptic ulcer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Deep gastric ulcer
ଆଇସିଡ଼ି-୧୦ K25.K27.
ଆଇସିଡ଼ି- 531534
ରୋଗ ଡାଟାବେସ 9819
ମେଡ଼ିସିନ-ପ୍ଲସ 000206
ଇ-ମେଡ଼ିସିନ med/1776 ped/2341
MeSH D010437

ଅମ୍ଳରୋଗ: ପାକସ୍ଥଳୀରେ କୌଣସି କାରଣ ବଶତଃ ଅଧିକ ଅମ୍ଳ ଜାତ ହୋଇ ଅସୁବିଧା ସୃଷ୍ଟି କଲେ ତାହାକୁ ଅମ୍ଳରୋଗ କହନ୍ତି । ଏହି ରୋଗରେ ପାକସ୍ଥଳୀରେ (ଗ୍ୟାସ୍ଟ୍ରିକ ଅଲ୍‌ସର୍) ଓ ପ୍ରଥମ ଭାଗ ଅନ୍ତନାଳୀର ମ୍ୟୁକୋସାରେ (ଡୁଓଡେନାଲ୍ ଅଲ୍‌ସର୍) କ୍ଷତ ଥାଏ[୧] । ଇଂରାଜୀରେ ଏହାକୁ ଏସିଡ ପେପ୍ଟିକ ଡିଜିଜ୍ (Acid peptic disease), ପେପ୍ଟିକ ଅଲ୍‌ସର୍ (Peptic ulcer) ଓ ଓଡ଼ିଆରେ ଏହାକୁ କଥିତ ଭାଷାରେ ଏସିଡିଟି କହନ୍ତି । ପେପ୍ଟିକ ଅଲ୍‌ସର୍ ଦୁଇ ଭାଗରେ ବିଭକ୍ତ: ଗ୍ୟାସ୍ଟ୍ରିକ ଅଲ୍‌ସର୍ (Gastric ulcer) ଓ ଡୁଓଡେନାଲ୍ ଅଲ୍‌ସର୍ (Duodenal ulcer)।
ଅମ୍ଳ ବା ଏସିଡ ଏକ ରାସାୟନିକ ପଦାର୍ଥ । ଏହା ଅନ୍ୟ ଜିନିଷ ନଷ୍ଟ କରିବା କ୍ଷମତା (Corrosive effect) ଥାଏ । ଏହାର ଜଳୀୟ ମିଶ୍ରଣ ଜିଭକୁ ଖଟା ଲାଗେ ଓ ଏହା ନୀଳ ଲିଟମସ୍ କାଗଜକୁ ନାଲି ରଙ୍ଗରେ ପରିବର୍ତ୍ତନ କରେ । ଏହାର ପି.ଏଚ୍. ୭ରୁ କମ୍ (pH < 7) । ପାକସ୍ଥଳୀରେ ନିର୍ଗତ ହେଉଥିବା ପାଚକ ରସର ଏକ ଅଂଶ ହେଉଛି ହାଇଡ୍ରୋକ୍ଲୋରିକ୍ ଅମ୍ଳ (Hydrochloric acid) । ଏହା ଅତି ଜଳୀୟ ମିଶ୍ରଣ ଭାବେ ଥାଏ, ତେଣୁ ପାକସ୍ଥଳୀର କାନ୍ଥକୁ ନଷ୍ଟ କରେ ନାହିଁ । ଖାଦ୍ୟ ହଜମ ନିମନ୍ତେ ଏହା ଆବଶ୍ୟକ ।
ପାକସ୍ଥଳୀ କାନ୍ଥର ଅଭ୍ୟନ୍ତରସ୍ଥ ସ୍ତରକୁ ମ୍ୟୁକୋସା କହନ୍ତି । ଏହି ମ୍ୟୁକୋସାର ଏସିଡ ପ୍ରତିରୋଧ ଶକ୍ତି ଥାଏ । କେତେକ କାରଣ ଯୋଗୁ ଅମ୍ଳ ଓ ପେପ୍ସିନ ଏନ୍‌ଜାଇମ୍ କ୍ଷରଣ ଅଧିକ ହେଲେ ବା ମ୍ୟୁକୋସାର ପ୍ରତିରୋଧ ଶକ୍ତି କମିଲେ ମ୍ୟୁକୋସା ଅମ୍ଳ ଦ୍ଵାରା ନଷ୍ଟ ହୋଇଯାଇ କ୍ଷତ ବା ଘାଆ ସୃଷ୍ଟି ହୁଏ ଯାହାର ଆକାର ୦.୫ ସେ.ମି ବା ୧/୫" ବା ତାହାଠାରୁ ଅଧିକ । ଏହି ଭଳି ପରିବର୍ତ୍ତନ ହେଲେ ଯେଉଁ ଲକ୍ଷଣମାନ ପ୍ରକାଶ ପାଏ ସେମାନଙ୍କୁ ଅମ୍ଳରୋଗ ଲକ୍ଷଣ ଭାବେ ଧରା ଯାଏ । ଏହି ରୋଗ ଅତ୍ୟନ୍ତ ଯନ୍ତ୍ରଣାଦାୟକ ।
ଜ୍ଞାତ କାରଣ: ହେଲିକୋବ୍ୟାକ୍ଟର ପାଇଲୋରି (Helicobacter pylori) ଜୀବାଣୁ ଓ କେତେକ ଔଷଧ ଯୋଗୁ ଏହି ରୋଗ ହୋଇପାରେ । ଔଷଧ ମଧରେ ଆସ୍ପିରିନ୍, ଆଇବୁପ୍ରୋଫେନ୍ ଓ ଏନ୍.ଏସ୍.ଆଇ.ଡି ଏସିଡିଟି କରନ୍ତି[୨]
ପ୍ରଥମ ଭାଗ କ୍ଷୁଦ୍ର ଅନ୍ତନାଳୀରେ ଅଲ୍‌ସର୍ ବହୁତ ଅଧିକ ହୁଏ ଓ ଏହା ପାକସ୍ଥଳୀ ଅଲ୍‌ସର୍ ଅପେକ୍ଷା ୪ଗୁଣ ଅଧିକ । କର୍କଟ ରୋଗ ମଧ୍ୟ ଗ୍ୟାସ୍ଟ୍ରିକ ଅଲ୍‌ସର୍‌ର ୪ % ଅଲ୍‌ସର୍ ସୃଷ୍ଟି କରେ । କେତେକ ଅଲ୍‌ସର୍ କ୍ଷୁଦ୍ର ଗର୍ତ୍ତ ଅବତଳ (Concave) ଭଳି ଓ ଅନ୍ୟ କେତେକ ବହିଃବର୍ତ୍ତୁଳ (Convex) ଭଳି ଦେଖିବାକୁ ଥାଏ । ଅବତଳ ଅଲ୍‌ସର୍ ପାକସ୍ଥଳୀରେ ଓ ବହିଃବର୍ତ୍ତୁଳ କ୍ଷୁଦ୍ର ଅନ୍ତନଳୀର ପ୍ରଥମ ଭାଗରେ ଦେଖାଯାଏ । ଅବତଳ ଅଲ୍‌ସର୍ କର୍କଟ ରୋଗକୁ ରୁପାନ୍ତରିତ ହୋଇପାରେ । ଅବତଳ ଅଲ୍‌ସର୍ ବହୁତ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ବିହୀନ ରହିପାରେ ।

ବର୍ଗୀକରଣ[ସମ୍ପାଦନା]

ସ୍ଥାନ ଅନୁଯାୟୀ[ସମ୍ପାଦନା]

ଜନସନ ପରିବର୍ତ୍ତିତ ବର୍ଗୀକରଣ[ସମ୍ପାଦନା]

  • ଟାଇପ ୧: ଏହା ପାକସ୍ଥଳୀ ଦେହରେ ଓ ମୂଖ୍ୟତଃ ଲେସର ବର୍ଡରର ଇନ୍‌ସାଇସୁରା ଆଙ୍ଗୁଲାରିସରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ଏହାର ସମ୍ପର୍କ ନ ଥାଏ ।
  • ଟାଇପ ୨: ଉଭୟ ପାକସ୍ଥଳୀ ଦେହ ଓ ଡୁଓଡେନମରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ସମ୍ପର୍କ ଥାଏ ।
  • ଟାଇପ ୩: ପାଇଲୋରିକ ଚାନେଲର ୩ ସେ.ମି. ଭିତରେ ।
  • ଟାଇପ ୪: ନିକଟବର୍ତ୍ତୀ(Proximal) ଗ୍ୟାଷ୍ଟ୍ରୋଏସୋଫେଜିଆଲ ଅଲସର ।
  • ଟାଇପ ୫: ପାକସ୍ଥଳୀର ଯେ କୌଣସି ସ୍ଥାନରେ ହୋଇପାରେ । ଏହା ଔଷଧ (ଆସ୍ପିରିନ) ଖାଇବାର ପରିଣାମରେ ହୁଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

  • ପେଟରେ ଯନ୍ତ୍ରଣା: ଉପର ପେଟର ମଝି ସ୍ଥାନରେ(Epigastric area) କଷ୍ଟ ହୁଏ । ପାକସ୍ଥଳୀ ଅଳସର ହେଲେ ଅନେକ ଲୋକଙ୍କର ଖାଇବାର ଅଧ ଘଣ୍ଟା ପରେ ବଦ ହଜମି ଲାଗେ ଭଳି ଲାଗେ । ପୋଡିଲା ଭଳି ଓ ଭୋକ ସମୟରେ ଯେଉଁ ଅନୁଭୂତି ହୁଏ ତାହା ଏହି ରୋଗରେ ହୁଏ । ଡୁଓଡେନାଲ ଅଳସରରେ ଖାଇବାର ପ୍ରାୟ ତିନି ଘଣ୍ଟା ପରେ ଯନ୍ତ୍ରଣା ହୁଏ ବା ରାତି ଅଧରେ ପେଟରେ ଥିବା ଖାଦ୍ୟ କମିଗଲେ କଷ୍ଟ ହୁଏ ।
  • ପେଟ ଫୁଲେ ବା ପେଟ ଭର୍ତ୍ତି ହେଲା ଭଳି ଲାଗେ ।
  • ବାରମ୍ଵାର ଛେପ ଢୋକିବାକୁ ହୁଏ ।
  • ବାନ୍ତି ଲାଗେ ଓ ବହୁତ ବାନ୍ତି ହୁଏ ।
  • ଭୋକ ମରିଯାଏ ଓ ଓଜନ ହ୍ରାସ ହୁଏ ।
  • ରକ୍ତ ବାନ୍ତି ହୁଏ ।
  • ମେଲିନା (Melena) ବା ଦୁର୍ଗନ୍ଧଯୁକ୍ତ ପିଚୁ ଭଳି କଳା ଝାଡା ।
  • କ୍ଵଚିତ ଖାଦ୍ୟ ନଳୀ କଣା ହୋଇ ଛୁରୀ ମାରିବା ଭଳି ପ୍ରବଳ କଷ୍ଟ [୩] ସହ ପେରିଟୋନାଇଟିସ (Peritonitis) ହୁଏ ଓ ସଙ୍ଗେ ସଙ୍ଗେ ଅପରେସନ ଦରକାର ହୁଏ ।

ଜଟିଳତା[ସମ୍ପାଦନା]

  • ଖାଦ୍ୟନଳୀରୁ ରକ୍ତସ୍ରାବ
  • ଖାଦ୍ୟନଳୀରେ କଣା ହୋଇଯିବା

କାରଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Peptic ulcer". Medline Plus. National Institutes of Health. http://www.nlm.nih.gov/medlineplus/ency/article/000206.htm. Retrieved 10 April 2014. 
  2. "Peptic ulcer". http://www.ncbi.nlm.nih.gov/pubmedhealth/PMH0001255/. 
  3. Bhat, Sriram (2013). SRB's Manual of Surgery. p. 364. ISBN 9789350259443