ଅଞ୍ଜଳି କିସ୍କୁ

ଉଇକିପିଡ଼ିଆ‌ରୁ

ଅଞ୍ଜଳି କିସ୍କୁ ଜଣେ ଭାରତୀୟ ଲେଖିକା ଯିଏ ସାନ୍ତାଳୀ ଭାଷାରେ ଲେଖନ୍ତି । ସେ ୨୦୨୦ରେ ତାଙ୍କ କବିତା ପୁସ୍ତକ ଆଞ୍ଜ୍ଲେ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରଦ୍ୱାରା ସମ୍ମାନୀତ ହୋଇଛନ୍ତି ।[୧][୨]

ଅଞ୍ଜଳି କିସ୍କୁ
ମୂଳନାମ
ᱚᱧᱡᱚᱲᱤ ᱠᱤᱥᱠᱩ
ଜନ୍ମ ଓ ଜନ୍ମସ୍ଥାନ (1992-07-14) ୧୪ ଜୁଲାଇ ୧୯୯୨ (ବୟସ ୩୧)
ବାଁକୁଳା, ପଶ୍ଚିମ ବଙ୍ଗ
ବୃତ୍ତିପ୍ରଫେସର
ଭାଷାସାନ୍ତାଳୀ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସାନ୍ତାଳୀରେ ସ୍ନାତକ ଓ ସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନନେତାଜୀ ମହାବିଦ୍ୟାଳୟ, ଆରାମବାଗ, ହୁଗୁଳୀ, ପଶ୍ଚିମ ବଙ୍ଗ
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ, ପଶ୍ଚିମ ବଙ୍ଗ
ସାହିତ୍ୟ କୃତିଆଞ୍ଜ୍ଲେ (୨୦୧୮), ମିଦ୍ ବିତା (୨୦୨୦), ଇପିଲ୍
ପୁରସ୍କାରସାହିତ୍ୟ ଏକାଡେମି ଯୁବ ପୁରସ୍କାର
କାର୍ଯ୍ୟକାଳ୨୦୧୮ – ବର୍ତ୍ତମାନ

ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସେ ୧୯୯୨ ମସିହା ଜୁଲାଇ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ବାଁକୁଳାଏମ୍.ପି. ପାଞ୍ଚାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ, ପଶ୍ଚିମ ବଙ୍ଗନେତାଜୀ ମହାବିଦ୍ୟାଳୟ, ଆରାମବାଗ, ହୁଗୁଳୀରେ ସାନ୍ତାଳୀରେ ସ୍ନାତକ ଏବଂ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ସାନ୍ତାଳୀରେ ସ୍ନାତକୋତ୍ତର କରିଥିଲେ। ଏହା ପରେ ସେ ୨୦୧୭ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ରୁ ନେଟ୍ (‌NET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୩] ସେ ବର୍ତ୍ତମାନ ପଶ୍ଚିମ ବଙ୍ଗବାଁକୁଳା ଅନ୍ତର୍ଗତ ଭଳାରେ ଥିବା ସ୍ୱାମୀ ଡିଡିକେ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ଆଞ୍ଜ୍ଲେ ୨୦୧୮ (କବିତାର ଏକ ପୁସ୍ତକ), ମିଦ୍ ବିତା (୨୦୨୦ରେ ପ୍ରକାଶିତ ଏକ କବିତା ପୁସ୍ତକ) ଏବଂ ଇପିଲ୍ (କ୍ଷୁଦ୍ର କାହାଣୀ ସଂଗ୍ରହ) ସମେତ ଅନେକ ପୁସ୍ତକ ଲେଖିଛନ୍ତି। ତାଙ୍କର ରଚନାଗୁଡ଼ିକ ସିଲି, ସାର, ଉମୁଲ୍ ଏବଂ ଭାବ୍ନା ଭଳି ବିଭିନ୍ନ ସାନ୍ତାଳୀ ସାହିତ୍ୟ ପତ୍ରିକାରେ ମଧ୍ୟ ସ୍ଥାନ ପାଇଛି। ବର୍ତ୍ତମାନ ସେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଅଛନ୍ତି।[୩]

ଆଧାର[ସମ୍ପାଦନା]

  1. PTI. "Sahitya Akademi announces Bal Sahitya Puraskar, Yuva Puraskar 2020". Deccan Herald (in ଇଂରାଜୀ). Retrieved 2024-02-25.
  2. "..:: SAHITYA Akademi - Yuva Puraskar ::." sahitya-akademi.gov.in. Retrieved 2024-02-25.
  3. ୩.୦ ୩.୧ ୩.୨ "Sahitya Akademy Award: संताली लेखक रूपचांद हांसदा, जयराम टुडू एवं अंजलि किस्कू को साहित्य अकादमी पुरस्कार". Dainik Jagran (in ହିନ୍ଦୀ). Retrieved 2024-02-25.