ଅଗ୍ନିପଥ (୧୯୯୦ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଅଗ୍ନିପଥ
ନିର୍ଦ୍ଦେଶକମୁକୁଲ ଆନନ୍ଦ
ପ୍ରଯୋଜକୟଶ ଜୋହର
ସଂଳାପ(କଥା): ସନ୍ତୋଷ ସରୋଜ
କଳାକାରଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ମାଧବୀ, ନୀଲମ କୋଠାରୀ, ଆଲୋକ ନାଥ
ସଙ୍ଗୀତଲକ୍ଷ୍ମୀକାନ୍ତ- ପ୍ୟାରେଲାଲ
ଚିତ୍ରଗ୍ରହଣପ୍ରବୀଣ ଭଟ୍ଟ
ସମ୍ପାଦକୱାମନ ଭୋଂସଲେ
ବିତରକଧର୍ମା ପ୍ରୋଡକସନସ
ମୁକ୍ତିଲାଭ ତାରିଖ
୧୬ ଫେବୃଆରୀ ୧୯୯୦
କଥାଚିତ୍ରର ସମୟ
୧୭୪ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ଅଗ୍ନିପଥ ହେଉଛି ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ମାଧବୀ, ନୀଲମ କୋଠାରୀ, ଆଲୋକ ନାଥ ଇତ୍ୟାଦି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ମୁକୁଳ ଆନନ୍ଦ ଏବଂ ପ୍ରଯୋଜକ ହେଉଛନ୍ତି ୟଶ ଜୋହର । ଚଳଚ୍ଚିତ୍ରର ନାମ ସେହି ନାମରେ ହରିବଂଶ ରାୟ ବଚ୍ଚନଙ୍କଦ୍ୱାରା ଲିଖିତ ଏକ କବିତାରୁ ଆନୀତ ।[୧] ଚଳଚ୍ଚିତ୍ର ପ୍ରାରମ୍ଭରେ କବିତାଟିର ପ୍ରଚ୍ଛଦପଟରେ ଗାନ ଦର୍ଶକଙ୍କୁ ବିଷୟବସ୍ତୁ ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି ।[୨]

କାହାଣୀ[ସମ୍ପାଦନା]

ଦୀନାନାଥ ଚୌହାନ (ଆଲୋକ ନାଥ ଅଭିନୀତ) ମାଣ୍ଡୱା ଗ୍ରାମର ଜଣେ ସମ୍ମାନାସ୍ପଦ ଶିକ୍ଷକ । ଦୀନନାଥଙ୍କ ସମ୍ମାନ ଓ ପ୍ରତିପତ୍ତିରେ ଇର୍ଷାନ୍ୱିତ ହୋଇ ଗାଁ ମୁଖିଆ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥାଏ । ଏହି କ୍ରମରେ ଗାଁ ମୁଖିଆଙ୍କ ପୁଅ କାଞ୍ଚା ସେ ଗାଁରେ ହେରୋଇନ ଡ୍ରଗ୍‌ର ଚାଲାଣ ଓ ବ୍ୟବସାୟ କରିବା ପାଇଁ ଯୋଜନା କରୁଥାଏ । ଏହି ଉଦ୍ଦେଶ୍ୟରେ ସେ ଗାଁ ଲୋକଙ୍କ ଜମି ବ୍ୟବହାର କରିବା ପାଇଁ ମନାଇବାରେ ଲାଗିଲା । ଦୀନନାଥ ଚୋଉହାନ କିନ୍ତୁ ଏକଥା ଜାଣିପାରି ଲୋକଙ୍କୁ ଏଥିରୁ ନିବୃତ କରିବାରେ ଲାଗିଲେ । କାଞ୍ଚା ଓ ଦୀନନାଥଙ୍କ ଶତ୍ରୁତା ବଢ଼ିବାରେ ଲାଗିଲା । କାଞ୍ଚା ଗାଁ ସ୍କୁଲ ଘରେ ଜଣେ ବାଳିକାର ହତ୍ୟା କରିଦିଏ ଏବଂ ଏଥିପାଇଁ ଦୀନନାଥଙ୍କୁ ଦାୟୀ କରେ । ମିଥ୍ୟା ଦୋଷାରୋପରେ ଦୀନାନାଥଙ୍କୁ ସେ ଏକ ଗଛରେ ଓହଳାଇ ହତ୍ୟା କରିଦିଏ । ଦୀନନାଥଙ୍କ ବାଳକ ପୁତ୍ର ବିଜୟ ତଥା ଦୀନନାଥଙ୍କ ସ୍ତ୍ରୀ ଏହା ଦେଖିବା ପରେ ଗାଁ ଛାଡି ଚାଲିଯାନ୍ତି । ଘଟଣା ଚକ୍ରରେ ବିଜୟ (ଅମିତାଭ ବଚ୍ଚନ ଅଭିନୀତ) ଏକ ଗ୍ୟାଙ୍ଗଷ୍ଟାର ହୋଇଯାଏ ଏବଂ ଦଳରେ କନ୍ଦଳ ହୋଇ ତାକୁ ମରଣାନ୍ତକ ଆକ୍ରମଣ ହୁଏ । ମୁମୂର୍ଷୁ ଅବସ୍ଥାରେ ତାକୁ କ୍ରୀଷ୍ଣ୍ଣା ଆୟାର (ମିଥୁନ ଚକ୍ରବର୍ତ୍ତୀ) ପାଇ ନିକଟସ୍ଥ ହାସପାତାଳରେ ଚିକିତ୍ସା କରାନ୍ତି । କ୍ରୀଷ୍ଣ୍ଣା ଶିଖାର(ବିଜୟର ଭଉଣୀ) ଅଙ୍ଗ ରକ୍ଷକ ଭାବେ ଦାୟିତ୍ୱ ନିଏ । ଏହି ସମୟରେ ବିଜୟର ସେବା କରୁଥିବା ନର୍ସ ମେରୀ ମାଥିଉ(ମାଧବୀ)ସହ ମଧୁର ସମ୍ପର୍କ ଗଢ଼ି ଉଠେ ।

ପୁନର୍ଜୀବନ ପାଇ ବିଜୟ ତାର ଶତ୍ରୁ ପକ୍ଷକୁ ଗୋଟି ଗୋଟି କରି ହତ୍ୟା କରେ । ବିଜୟର ମା କିନ୍ତୁ ଏଭଳି ପ୍ରତିଶୋଧ ହତ୍ୟାକୁ ସମର୍ଥନ କରି ପାରନ୍ତିନି ଏବଂ ପିତାଙ୍କ ନାମରେ କଳଙ୍କ ବୋଲି ଗାଳିଦେଇ ବିଜୟକୁ ଘରୁ ବାହାର କରିଦିଅନ୍ତି । ବ୍ୟସ୍ତ ବିବ୍ରତ ବିଜୟ ମେରୀ ପାଖକୁ ଚାଲିଆସେ । ଇତି ମଧ୍ୟରେ ବିଜୟର ଶତ୍ରୁ ପକ୍ଷ ପ୍ରତିଶୋଧ ପରାୟଣ ହୋଇ ଶିଖାକୁ ଅପହରଣ କରିନିଅନ୍ତି । କ୍ରୀଷ୍ଣା ଶିଖାକୁ ରକ୍ଷା କରିବାରେ ବିଫଳ ହୁଏ ସିନା ଏହି ପରିପ୍ରେକ୍ଷୀରେ ଦିହିଁଙ୍କ ମଧ୍ୟରେ ପ୍ରେମ ହୁଏ । ବିଜୟ ଶିଖାକୁ ରକ୍ଷା କରିବାକୁ ଆସିଯାଏ । ବିଜୟର ମାଆ କ୍ରୀଷ୍ଣାକୁ ଆଦର କରନ୍ତି ସିନା ବିଜୟକୁ ହତାଦର କରନ୍ତି । ମାଙ୍କ ଏଭଳି ବ୍ୟବହାରରେ ଭୀଷଣ ମର୍ମାହତ ହୋଇ ବିଜୟ ପୁଣି ମେରୀ ପାଖକୁ ଚାଲିଯାଏ । ମେରୀ ସହ ବାହା ହେବା ପରେ ସେ କିନ୍ତୁ ଠିକ କରେ ଯେ ମାଆଙ୍କ କଥାନୁସାରେ ସେ ଏଣିକି ହିଂସାର ପଥ ଛାଡିବ ଆଉ ମନ୍ଦ କାମ କରିବ ନାହିଁ ।

ଏହାପରେ କାହାଣିରେ ମଧୁର ପରିବର୍ତ୍ତନ ଘଟିଛି । ବିଜୟ ଆଇନର ରାସ୍ତାରେ ଯାଇ ଦୋଷୀକୁ ଦଣ୍ଡ ଦେବାରେ ଅନେକ ଚେଷ୍ଟା କରିଛି । କିନ୍ତୁ ପରିସ୍ଥିତି କବଳରେ ପଡି ପୁଣି ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ହିଂସ୍ର ହୋଇଯାଇଛି । କାହାଣୀର ଦୁଃଖଦ ଅନ୍ତରେ ବିଜୟର ମୃତ୍ୟୂ ହୋଇଛି । ମାଆ ବୁଝିପାରିଛନ୍ତି ଯେ ବିଜୟ କେବଳ ବାପାଙ୍କ ପୂର୍ବ ସୁନାମ ଫେରେଇ ଆଣିବାକୁ ସବୁକ୍ଲିଛି କରିଛି ।[୩]

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
କିସକୋ ଥା ପତା ଏସ୍ ପି ବାଲସୁବ୍ରମନିୟମ୍, ଆଲ୍‌କା ୟାଗ୍ନିକ୍‌ --
ଆଇ ଏମ କ୍ରୀଷ୍ଣା ଆୟାର ଏମ୍ ଏ ଏସ୍ ପି ବାଲସୁବ୍ରମନିୟମ୍ --
ଅଲ୍ଲୀବାବା ମିଲ ଗୟେ ରୁନା ଲୈଲା, --
ଗନପତି ଅପନେ ଗାଁବ ଚଲେ ସୁଦେଶ ଭୋଂସଲେ --

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୧୯୯୦---ଅମିତାଭ ବଚ୍ଚନ --ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭିନେତା)
  • ୧୯୯୦---ମିଥୁନ ଚକ୍ରବର୍ତ୍ତୀ --ଫିଲ୍ମ୍‌ଫେୟାର ଆୱାର୍ଡ (ଶ୍ରେଷ୍ଠ ସହ ଅଭିନେତା)
  • ୧୯୯୦---ରୋହିଣୀ ହତଙ୍ଗଡୀ---ଫିଲ୍ମ୍‌ଫେୟାର ଆୱାର୍ଡ (ଶ୍ରେଷ୍ଠ ସହ ଅଭିନେତ୍ରୀ)

ଆଧାର[ସମ୍ପାଦନା]

  1. "Agneepath- a poem". Archived from the original on 21 March 2016. Retrieved 23 May 2018.
  2. "Hindi Film Reviews". Retrieved 23 May 2018.
  3. "Agneepath". Archived from the original on 23 February 2007. Retrieved 23 May 2018.

ବାହାର ଆଧାର[ସମ୍ପାଦନା]